ETV Bharat / bharat

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଭାରତରେ ପଢିବେ ମେଡିକାଲ ପାଠ !

author img

By

Published : Mar 5, 2022, 5:14 PM IST

ଭାରତରେ ପଢି ପାରିବେ ୟୁକ୍ରେନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀ । ଏଏନେଇ କେନ୍ଦ୍ର ସରକାର ଜାତୀୟ ମେଡିକାଲ କମିଶନଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ୟୁକ୍ରେନରୁ ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀ ଭାରତରେ ପଢି ପାରିବେ ମେଡିକାଲ ପାଠ!

ନୂଆଦିଲ୍ଲୀ: ଭାରତରେ ପଢି ପାରିବେ ୟୁକ୍ରେନରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀ । ଏନେଇ କେନ୍ଦ୍ର ସରକାର ଜାତୀୟ ମେଡିକାଲ କମିଶନଙ୍କ ସହ ଆଲୋଚନା କରିଛନ୍ତି । ତେବେ ଯୁଦ୍ଧ ତ୍ରସ୍ତ ଭୂମିରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠ ପଢା ଓ ଅଭ୍ୟାସରେ ବ୍ୟାଘାତ ନହେବା ପାଇଁ ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛି ।

ସେହିପରି ଅଧିକାଂଶ ଛାତ୍ରଛାତ୍ରୀ ପାଠ୍ୟକ୍ରମର ମଧ୍ୟ ଭାଗରେ ଆସିଥିବାରୁ ଭାରତରେ ବିଭିନ୍ନ ମେଡିକାଲରେ ଅଧ୍ୟୟନ ପାଇଁ ଏହି ଯୋଜନା କରାଯାଉଛି । ତେବେ ବିଦେଶର ବିଶ୍ବବିଦ୍ୟାଳୟରେ ପଢୁଥିୁବା ଛାତ୍ରଛାତ୍ରୀ ଭାରତରେ ଅଭ୍ୟାସ କରିବା ପାଇଁ ବିଦେଶ ମେଡିକାଲ ଗ୍ରାଜୁଏଟ୍‌ ପରୀକ୍ଷା ଦେବାକୁ ପଡିଥାଏ । ମାତ୍ର ସରକାର ଏହି ପରୀକ୍ଷା ନୀତିରେ କିଛି କୋହଳ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି ।

ସେହିଭଳି ଏହି ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ସହ ଅଭ୍ୟାସ ପାଇଁ ସରକାର ମେଡିକାଲ ନିୟମରେ କୋହଳ କରିବାକୁ ଯୋଜନା କରୁଛନ୍ତି । ଏହି ଘଟଣାକୁ ବିଭାଗ ପକ୍ଷରୁ ଗୁରୁତ୍ବର ସହ ନିଆଯାଇ ଥିବା ବେଳେ ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀଙ୍କ ପଢିବା ଲାଗି ବ୍ୟବସ୍ଥା କରାଯିବ । ଏଥିସହ ଏହି ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ନୀତି(NITI) ଆୟୋଗ ଏବଂ ଅନ୍ୟ ମେଡିକାଲ କମିଶନଙ୍କ ସହ ବିଭାଗ କଥା ହେବ ବୋଲି ସୂଚନା ମିଳିଛି ।

ଏତଦ୍‌ବ୍ୟତିତ୍‌ ଇଣ୍ଡିଆନ ମେଡିକାଲ ଆସୋସିଏସନ(Indian Medical Association) ପକ୍ଷରୁ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କୁ ଏହି ବିଷୟରେ ଏକ ଚିଠିଲେଖିଛି । ତେବେ କିଭିଳି ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଧାର ଅଣାଯାଇ ପାରିବେ ଆଇଏମଏ ( Indian Medical Association) ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି । ଏପଟେ ପାସ୍ କରିବା ପରେ ସେମାନେ ଭାରତୀୟ ମେଡିକାଲ୍ ସ୍ନାତକ ଏବଂ ବିଦେଶୀ ମେଡିକାଲ୍ ଗ୍ରାଜୁଏଟ୍ ଭଳି ଭଲ ହେବେ ବୋଲି ଆଇଏମଏ କହିଛି ।

ଅନ୍ୟପଟେ ସମସ୍ତଙ୍କୁ ସେମାନଙ୍କର ଅନିଶ୍ଚିତ ଭାଗ୍ୟ ଏବଂ ଭବିଷ୍ୟତରୁ ରକ୍ଷା କରିବା ପାଇଁ ଏହା କେବଳ ଏକ ବଡ଼ ଧରଣର ସହାୟକ ହେବ ନାହିଁ ବରଂ ଏକ ବୃହତ ମାନବିକତା କାରଣକୁ ଉପଯୁକ୍ତ ହେବ ବୋଲି ଆଇଏମଏ ଚିଠିରେ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.