ETV Bharat / bharat

Operation Ganga: ସିନ୍ଧିଆଙ୍କୁ ରୋମାନିଆ ଓ ମୋଲଡୋଭା ଦାୟିତ୍ବ , ସ୍ଲୋଭାକିଆ ଯିବେ ରିଜ୍ଜୁ - ୟୁକ୍ରେନ ସଙ୍କଟ

ଜାରି ରହିଛି ଅପରେସନ ଗଙ୍ଗା । ରୋମାନିଆ ଓ ମୋଲଡୋଭା ଗସ୍ତ କରି ଅପରେସନର ନେତୃତ୍ବ ନେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସ୍ଲୋଭାକିଆ ଯିବେ ରିଜ୍ଜୁ । ହରଦ୍ବୀପ ସିଂ ପୁରୀଙ୍କୁ ହଙ୍ଗେରୀ ଓ ମନ୍ତ୍ରୀ ଭି.କେ ସିଂଙ୍କୁ ପୋଲାଣ୍ଡ ଦାୟିତ୍ବ । ଅଧିକ ପଢନ୍ତୁ

Operation Ganga: ସିନ୍ଧିଆଙ୍କୁ ରୋମାନିଆ ଓ ମୋଲଡୋଭା ଦାୟିତ୍ବ , ସ୍ଲୋଭାକିଆ ଯିବେ ରଜିଜୁ

author img

By

Published : Feb 28, 2022, 4:38 PM IST

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ସ୍ବେଦଶ ପ୍ରତ୍ୟାବର୍ତ୍ତନ ନେଇ ସରକାର ଆରମ୍ଭ କରିଥିବା ଅପରେସନ ଗଙ୍ଗାକୁ ପ୍ରତ୍ୟେକ୍ଷ ନେତୃତ୍ବ ଦେବା ପାଇଁ ୪ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନର ୪ପଡୋଶୀ ଦେଶକୁ ଗସ୍ତ କରିବେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆ ଏବଂ ମୋଲଡୋଭା ଗସ୍ତ କରି ଅପରେସନର କାର୍ଯ୍ୟକାରୀତାର ପ୍ରତ୍ୟେକ୍ଷ ତଦାରଖ କରିବେ ।

ସେହିପରି ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ସ୍ଲୋଭାକିଆ ଗସ୍ତ କରିବେ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ହଙ୍ଗେରୀ ଗସ୍ତ କରି ସେଠାରେ ଅପରେସନକୁ ନେତୃତ୍ବ ଦେବାକୁ ଥିବାବେଳେ ପୋଲାଣ୍ଡ ଗସ୍ତ କରିବେ ସଡକ ପରିବହନ ରାଜ୍ୟ ମନ୍ତ୍ରୀ ଭି.କେ ସିଂ।

ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି (ରବିବାର) ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ନେଇ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ୪ ମନ୍ତ୍ରୀ ୟୁକ୍ରେନ ପଡୋଶୀ ରାଷ୍ଟ୍ର ଗସ୍ତ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଗତକାଲି ଏହି ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ‘ଅପରେସନ ଗଙ୍ଗା’ ଜରିଆରେ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଉଡାଣ ଜାରି ରହିଛି । ଏଥିରେ ଏପର୍ଯ୍ୟନ୍ତ ମୋଟ୫ ବିମାନରେ 1,156 ଜଣ ଭାରତୀୟ ସ୍ବଦେଶ ପହଞ୍ଚି ସାରିଥିବା ବେଳେ ୬ଷ୍ଠ ବିମାନ ମଧ୍ୟ ୨୪୦ ଯାତ୍ରୀଙ୍କୁ ଧରି ବୁଦାପେଷ୍ଟରୁ ଉଡାଣ ଭରିଛି । ଅନ୍ୟ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ସରିବା ଯାଏ ଅପରେସନ ଜାରି ରହିବା ନେଇ ସରକାର ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.