ଲଣ୍ଡନ: ବିବାହ ପରେ ବିଚ୍ଛେଦ । ବିବାହ ବିଚ୍ଛେଦ ପରେ ଅନେକ ମହିଳା ନିଜର ଅଧା ଜୀବନ କିପରି କଟାଇବେ ସେଇ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ବ୍ରିଟେନର ଜଣେ ମହିଳା କିନ୍ତୁ ନିଜ ବିବାହ ବିଚ୍ଛେଦକୁ ନେଇ ବେସ ଖୁସି ଅଛନ୍ତି । ବିବାହ ବିଚ୍ଛେଦ ଖୁସିରେ ମହିଳା ଜଣଙ୍କ ପାର୍ଟି ମଧ୍ୟ ଦେଇଛନ୍ତି । ବ୍ରିଟେନର ୪୫ ବର୍ଷିୟା ବୟସ୍କା ସୋନିଆ ଗୁପ୍ତା । ଯିଏକି ବୃତ୍ତିରେ ଜଣେ ଆକାଉଣ୍ଟ୍ ମ୍ୟାନେଜର । ଯିଏକି ନିକଟରେ ନିଜ ୧୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇ ସ୍ବାମୀଙ୍କୁ ଛାଡପତ୍ର ଦେଇଛନ୍ତି । ଯାହାକୁ ନେଇ ସେ ବେସ ଖୁସି ମଧ୍ୟ ଅଛନ୍ତି ।
ଏହି ଖୁସିରେ ମହିଳା ଜଣଙ୍କ ବ୍ରିଟେନସ୍ଥିତ ନିଜ ବାସଭବନରେ ଏକ ରଙ୍ଗିନ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ତାଙ୍କ ପରିବାର ଲୋକଙ୍କ ସହ ତାଙ୍କ ସାଙ୍ଗସାଥିଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ମହିଳା ଜଣଙ୍କ ଏକ ରଙ୍ଗିନ ଡ୍ରେସରେ ପାର୍ଟିରେ ନଜର ଆସିଥିଲେ । ପାର୍ଟିରେ ମହିଳା ଜଣଙ୍କ ତାଙ୍କ ବିବାହ ପରେ ଦୁଃଖଦ ମୁହୁର୍ତ୍ତ ଗୁଡିକୁ ବର୍ଣ୍ଣନା କରିଥିଲେ ।
୨୦୦୩ ମସିହାରେ ସୋନିଆ ଭାରତରେ ବିବାହ କରିଥିଲେ । କିନ୍ତୁ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଚିନ୍ତାଧାରା ପରସ୍ପର ସହ ମେଳନ ଖାଉନଥିଲା । ଏସବୁ ସତ୍ତ୍ବେବି ସେ ନିଜ ସଂସାରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ସଫଳ ନହେବାରୁ ସେ ଛାଡପତ୍ର ନେବାକୁ ଦେବାକୁ ଚିନ୍ତା କରିଥିଲେ । ତାଙ୍କ ପରିବାର ଏଥିରେ ଅମଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ସମ୍ପୂର୍ଣ୍ଣ ଏହାକୁ ସମର୍ଥନ କରିଥିଲେ ।
ଏହା ପରେ ମହିଳା ଜଣଙ୍କ ବିବାହ ବନ୍ଧନକୁ ସମାପ୍ତ କରି ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ । ଯେଉଁଥିରେ କି ସେ ଖୁସି ହୋଇ ଏକ ପାର୍ଟିର ଆୟୋଜନ କରିଥିଲେ ଏବଂ କେକ କାଟିଥିଲେ । ଏନେଇ ମହିଳା ଜଣଙ୍କ କହିଛନ୍ତି ବିବାହ ବିଚ୍ଛେଦ ନେଇ ମହିଳା ମାନେ ଭାଙ୍ଗି ପଡନ୍ତି ଏବଂ ଭାବନ୍ତି ଜୀବନ ଏଇଛଠି ହିଁ ଶେଷ ହୋଇଗଲା, କିନ୍ତୁ ମୋର ଜୀବନ ଏବେ ଠୁ ହିଁ ଆରମ୍ଭ ହେଲା । ବିଚ୍ଛେଦ ପରେ ମୁଁ ନିଜକୁ ଜେଲରୁ ମୁକ୍ତ କରିବା ଭଳି ଅନୁଭବ କରୁଛି ।