ETV Bharat / bharat

UK PM Visiting To India: ଆଜିଠୁ 2 ଦିନିଆ ଭାରତ ଗସ୍ତରେ ବୋରିସ୍‌ ଜନସନ - ଭାରତ ଆସିବେ ବିଟ୍ରେନ ପ୍ରଧାନମନ୍ତ୍ରୀ

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଅହମ୍ମଦାବାଦରେ ଅବତରଣ ପରେ ଦିଲ୍ଲୀ ଆସିବେ । ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ

21 ରୁ ବିଟ୍ରେନ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଭାରତ ଗସ୍ତ

author img

By

Published : Apr 20, 2022, 4:17 PM IST

Updated : Apr 21, 2022, 7:04 AM IST

ନୂଆଦିଲ୍ଲୀ: କୋରୋନା କାଳରେ ଭାରତୀୟ ଗସ୍ତ ବାତିଲ ପରେ ଚଳିତ ମାସ 21 ତାରିଖରୁ(ଆଜିଠୁ) ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଏପ୍ରିଲ 21 ଓ 22 ଦୁଇ ଦିନିଆ ଗସ୍ତରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆଜି ଜନସନ ପ୍ରଥମେ ଅହମ୍ମଦାବାଦରେ ଅବତରଣ କରିବା ପରେ ସେହିଦିନ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

  • UK PM Boris Johnson is scheduled for a 2-day visit to India b/w April 21 & 22.

    PM will arrive in Ahmedabad & leave for Delhi on April 21. On April 22, he's scheduled for wreath-laying at Rajghat, is called on by EAM Dr S Jaishankar & later, meet PM Modi & leave for London. pic.twitter.com/v1mi2EXyW1

    — ANI (@ANI) April 20, 2022 " class="align-text-top noRightClick twitterSection" data=" ">

ନିଜ ଗସ୍ତର ଦ୍ବିତୀୟ ଦିନରେ ସେ ଦିଲ୍ଲୀର ରାଜଘାଟରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । 22 ତାରିଖ ସନ୍ଧ୍ୟାରେ ସେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ପ୍ରସ୍ଥାନ କରିବେ । ତେବେ ପୂର୍ବରୁ ଜନସନ ଗତ ବର୍ଷ ଗଣତନ୍ତ୍ର ଦିବସରେ ବିଦେଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ କୋରୋନା ସଙ୍କଟରେ ସେ ଭାରତ ଗସ୍ତ ବାତିଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 21, 2022, 7:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.