ETV Bharat / bharat

ଆସିଲା ପ୍ରଥମ କୋଭିଡ ବଟିକା, ‘ମୋଲନୁପିରାଭିର’କୁ ବ୍ରିଟେନରେ ମଞ୍ଜୁରି - Oral Covid Pill in uk

ମହାମାରୀ ବିରୋଧ ଲଢେଇରେ ବ୍ରିଟେନକୁ ଆଉ ଏକ ସଫଳତା । ପ୍ରଥମ ବଟିକା ‘ମୋଲନୁପିରାଭିର’କୁ ମଞ୍ଜୁରି । ଅଧିକ ପଢନ୍ତୁ...

ବ୍ରିଟେନରେ ପ୍ରଥମ କୋଭିଡ ବଟିକାକୁ ଅନୁମତି
ବ୍ରିଟେନରେ ପ୍ରଥମ କୋଭିଡ ବଟିକାକୁ ଅନୁମତି
author img

By

Published : Nov 4, 2021, 8:48 PM IST

ଇଂଲଣ୍ଡ: କୋଭିଡ ମହାମାରୀ ବିରୋଧୀ ଲଢେଇରେ ବ୍ରିଟେନକୁ ବଡ ସଫଳତା । ବ୍ରିଟେନର ମେଡିସିନ୍ ଏବଂ ହେଲଥ କେୟାର ଦ୍ବାରା ପ୍ରସ୍ତୁତ କୋଭିଡ-19 ବଟିକାକୁ ବ୍ୟବହାରିକ ଅନୁମୋଦନ ମିଳିଛି । ଏହି ବଟିକାକୁ ମିଳିତ ଭାବେ ବ୍ରିଟେନର ମେଡିସିନ୍ ଏବଂ ହେଲଥ କେୟାର ଓ ଆମେରିକୀୟ ଫାର୍ମା କମ୍ପାନୀ ମର୍କ ଏବଂ ରିଜବ୍ୟାକ୍ ବାୟୋଥେରାପିଟିକ୍ସ ବିକଶିତ କରିଛନ୍ତି । ଯାହା କୋଭିଡ ବିରୋଧୀ ମେଡିକାଲ ଗବେଷଣାରେ ପ୍ରଥମ ଟାବଲେଟ ବା ବଟିକା ଭାବେ ବ୍ୟବହାର ହେବାକୁ ଯାଉଛି ।

ପ୍ରଥମ କୋଭିଡ ବଟିକା ‘ମୋଲନୁପିରାଭିର’କୁ ବ୍ରିଟେନର ମଞ୍ଜୁରି । ଏହି ବଟିକା ପ୍ରଭାବଶାଳୀ ଓ ମୃତ୍ୟୁ ଆଶଙ୍କାକୁ ଅଧା କମାଉଥିବା ଦାବି କଲା Merck କମ୍ପାନି । ଆମେରିକାରେ ବି ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡ଼ିଛି Merck ।

ଏହାର ସଫଳ ପରୀକ୍ଷଣ ପରେ ବ୍ରିଟେନର ମେଡିକାଲ ଉତ୍ପାଦକ ନିୟାମକ ଏଜେନ୍ସି (MHRA) ଏହାକୁ ବ୍ୟବହାରିକ ଅନୁମତି ଦେଇଛି । ପରୀକ୍ଷାରୁ ମିଳିଥିବା ସୂଚନା ଅନୁସାରେ, ଏହା 5 ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥିବା ସଂକ୍ରମିତଙ୍କ ଶରୀରରେ ବେସ ଫଳପ୍ରଦ ଭାବେ ଭୂତାଣୁର ମୁକାବିଲା କରିବା ଦିଗରେ ସକ୍ଷମ ବୋଲି ସ୍ପଷ୍ଟ ହୋଇଛି।

କୋଭିଡ-19 ପାଇଁ ସାରା ବିଶ୍ବର ପ୍ରମୁଖ ଦେଶମାନେ ଟିକା କିମ୍ବା ଇଂଜେକସନ ପ୍ରସ୍ତୁତ କରିବାରେ ଲାଗିଥିବାବେଳେ ଏହା ହେଉଛି ପ୍ରଥମ ଓରାଲ ଆଣ୍ଟିଭାଇରାଲ୍ ଚିକିତ୍ସା ପଦ୍ଧତି। ଏହାର ପ୍ରାଥମିକ ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବାବେଳେ ଏହାର ବ୍ୟବହାର ଓ ବିତରଣକୁ ସାର୍ବଜନୀନ କରାଯିବ କି ନାହିଁ ତାକୁ ନେଇ ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିବେ। ଯାହା ଆସନ୍ତା ମାସ ହେବା ନେଇ ଅନୁମାନ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ବିଶ୍ବରେ 5.2 ନିୟୁତରୁ ଅଧିକ ଲୋକ କୋଭିଡରେ ପ୍ରାଣ ହରାଇ ସାରିଲେଣି । ମହାମାରୀର ମୁକାବିଲା ପାଇଁ ସାରା ବିଶ୍ବର ଚିକିତ୍ସା ବିଜ୍ଞାନ ଗବେଷଣାରେ ଲାଗିଛି । ଏପର୍ଯ୍ୟନ୍ତ ମୁଖ୍ୟତ କୋଭିଡ ଟିକା ଉପରେ ଧ୍ୟାନ ଦିଆଯାଇଥିବାବେଳେ ପ୍ରଥମ ଦେଶ ଭାବେ ବ୍ରିଟୋନ ବଟିକା ବ୍ୟବହାରରେ ସଫଳତା ପାଇବାକୁ ଯାଉଛି। ଯାହାକୁ ବିଶ୍ବ କୋଭିଡ ମୁକାବିଲା ଦିଗରେ ଏକ ବଡ ପଦକ୍ଷେପ ବୋଲି କୁହାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.