ETV Bharat / bharat

ଗାଁକୁ ପଶିଲେ ଜୟ ଶ୍ରୀରାମ କହିବା ବାଧ୍ୟ ! ପୋଲିସ ରୁଜୁ କଲା ମାମଲା - ଉଜ୍ଜୈନ ସମ୍ପ୍ରଦାୟିକ ଉତ୍ତେଜନା

ମଧ୍ୟପ୍ରଦେଶର ଉଜ୍ଜୈନରେ ସାମ୍ପ୍ରଦାୟିକ ହିଂସାକୁ ଉସକାଇବା ଭଳି ଘଟଣା । ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଥିବା କୁହାଯାଉଛି । ଅଧିକ ପଢନ୍ତୁ...

ଗାଁକୁ ପଶିଲେ ଜୟ ଶ୍ରୀରାମ କହିବା ବାଧ୍ୟ ! ପୋଲିସ ରୁଜୁ କଲା ମାମଲା

author img

By

Published : Aug 29, 2021, 5:36 PM IST

ଭୋପାଳ: ମଧ୍ୟପ୍ରଦେଶ ଉଜ୍ଜୈନରେ ଦେଶ ବିରୋଧୀ ନାରା ପରେ ଏବେ ସାମ୍ନାକୁ ଆସିଛି ସାମ୍ପ୍ରଦାୟିକ ହିଂସାକୁ ଉସକାଇବା ଭଳି ଘଟଣା । କଥିତ ଭାବରେ କିଛି ଯୁବକ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଥିବା କୁହାଯାଉଛି । ପୀଡିତ ବ୍ୟକ୍ତିଜଣଙ୍କ କବାଡିବାଲା ହୋଇଥିବା ଜଣାପଡିଛି ।

ଘଟଣା ପରେ ଶନିବାର ବିଳମ୍ବିତ ରାତିରେ ପୀଡିତଙ୍କ ଅଭିଯୋଗ ଆଧାରରେ ଏତଲା ଦାଏର ହୋଇଛି । ବର୍ତ୍ତମାନ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ କହିଛି । ଏମାନଙ୍କ ବିରୁଦ୍ଧରେ 505 (2 ),506 ,153 ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଅଭିଯୋଗ ଅନୁଯାୟୀ, ମହିଦପୁର ନିବାସୀ ଅବଦୁଲ ରଶୀଦ ଏକ ଗାଁକୁ କବାଡି ବ୍ୟବସାୟ ପାଇଁ ଯାଇଥିଲେ । ଏଠାରେ କିଛି ଯୁବକ ତାଙ୍କୁ ଗାଁରେ ବ୍ୟବସାୟ ନକରିବା ପାଇଁ ଧମକ ଦେଇଥିଲେ ।

ଦୁଇ ଜଣ ଯୁବକ ଅବଦୁଲଙ୍କୁ ଧର୍ମ ନାଁରେ ଧମକଚମକ ଦେବାସହ ଜୋର ଜବରଦସ୍ତି ଜୟ ଶ୍ରୀରାମ କହିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଭିଡିଓ, ଯାହାକୁ ନେଇ ପୋଲିସ ତତ୍ପରତା ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

୧୯ ଅଗଷ୍ଟ ମଧ୍ୟପ୍ରଦେଶର ଉଜ୍ଜୈନରେ ଲାଗିଥିଲା ଦେଶ ବିରୋଧୀ ନାରା । ଘଟଣାରେ ପୋଲିସ ୪ ଜଣଙ୍କୁ କରିଥିଲା ଗିରଫ । କେବଳ ଏତିକି ନୁହେଁ, ତାଲିବାନ ସପକ୍ଷରେ ମଧ୍ୟ ନାରା ଲାଗିଥିବା ଉଜ୍ଜୈନ ଏସପି ସତେନ୍ଦ୍ର ଶୁକ୍ଳା ସ୍ପଷ୍ଟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.