ETV Bharat / bharat

180 ଟଙ୍କିଆ ଚପଲ ଚୋରେଇ ନେଲା ଚୋର, ଥାନାରେ ପହଞ୍ଚିଲେ ମାଲିକ

author img

By

Published : May 7, 2022, 1:26 PM IST

ସମସ୍ତେ ଶୋଇଥିବା ବେଳେ ଘରୁ 180 ଟଙ୍କିଆ ଚପଲ ଚୋରେଇ ନେଲା ଚୋର । ଚପଲ ପାଇଁ ଥାନାରେ ଅଭିଯୋଗ କଲେ ମାଲିକ । ଅଧିକ ପଢନ୍ତୁ

180 ଟଙ୍କିଆ ଚପଲ ଚୋରେଇ ନେଲା ଚୋର, ଥାନାରେ ପହଞ୍ଚିଲେ ମାଲିକ
180 ଟଙ୍କିଆ ଚପଲ ଚୋରେଇ ନେଲା ଚୋର, ଥାନାରେ ପହଞ୍ଚିଲେ ମାଲିକ

ଭୋପାଳ: ଖାଇପିଇ ସାରି ସମସ୍ତେ ଘରେ ନିଘୋଡ ନିଦରେ ଶୋଇଥିଲେ । ଏତିକି ବେଳେ ଘରେ ପଶି ଚପଲ ଚୋରାଇ ନେଲା ଚୋର । ଯାହାର ଦାମ୍ ପୁରା 180 ଟଙ୍କା ଥିଲା । ତେଣୁ ନିଜର ଚୋରି ହୋଇଯାଇଥିବା ଚପଲ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପାଇଁ ପହଞ୍ଚିଲେ ଚପଲ ମାଲିକ । ମଧ୍ୟପ୍ରଦେଶ ଉଜ୍ଜୈନରୁ ଏହି ଅଜବ ଚୋରି ଅଭିଯୋଗ ସାମ୍ନାକୁ ଆସିଛି । ଅନେକ ସମୟରେ ଟଙ୍କା ଓ ବହୁମୂଲ୍ୟ ସୁନାଗହଣା ଚୋରି ନେଇ ଥାନାରେ ଅଭିଯୋଗ ହେଉଥିବା ବେଳେ ମଧ୍ୟପ୍ରଦେଶରେ ଚପଲ ଚୋରି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଉଜ୍ଜୈନର ଚାମ୍ପାଖେଡା ଅଞ୍ଚଳରେ ଏହି ଚପଲ ଚୋରି ଅଭିଯୋଗ ହୋଇଛି । ଏଠାରେ ଥିବା ଜିତେନ୍ଦ୍ର ନାମକ ବ୍ୟକ୍ତି ତାଙ୍କର ଚପଲ ଚୋରି ହୋଇଯାଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଯାହାକୁ ସେ 180 ଟଙ୍କା ଦେଇ କିଣିଥିଲେ । ଅଭିଯୋଗକାରୀଙ୍କ କହିବା କଥା, ସେ ରାତିରେ ଶୋଇଥିବା ସମୟରେ କେହି ଅଜ୍ଞାତ ବ୍ୟକ୍ତି ତାଙ୍କର କଳାରଙ୍ଗର ଚପଲ ଚୋରି କରିନେଇଛି । ଯଦି ସେହି ଚୋର ଅନ୍ୟ କେଉଁଠି ଚୋରି କରି ତାଙ୍କ ଚପଲ ସେଠାରେ ରଖିଦିଏ, ତେବେ ସେ ସେହି ମାମଲାରେ ଫସିଯିବେ । ତେଣୁ ସେ ଆଗୁଆ ପୋଲିସକୁ ଜଣାଇ ଦେଇଛନ୍ତି । ଯଦି ତାଙ୍କ ଚପଲର ଅପବ୍ୟବହାର ହୁଏ ତାହାହେଲେ ସେ ଏଥିପାଇଁ ଦାୟୀ ରହିବେ ନାହିଁ ବୋଲି ଜିତେନ୍ଦ୍ର ପୋଲିସକୁ କହିଛନ୍ତି । ପୋଲିସ ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି ଏବଂ ଘଟଣାର ଯାଞ୍ଚ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିତେନ୍ଦ୍ରଙ୍କୁ ଆଶ୍ବାସନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.