ETV Bharat / bharat

UGC-NET: ଫେବୃଆରୀ 23ରୁ ମାର୍ଚ୍ଚ 10 ମଧ୍ୟରେ ପରୀକ୍ଷା

author img

By

Published : Dec 29, 2022, 8:44 PM IST

ଫେବୃଆରୀ 23ରୁ ମାର୍ଚ୍ଚ 10 ମଧ୍ୟରେ UGC-NET ପରୀକ୍ଷା (UGC NET 2023)। ଜାନୁୟାରୀ 17 ଆବେଦନର ଶେଷ ତାରିଖ । ସୂଚନା ଦେଲା ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) । ଅଧିକ ପଢନ୍ତୁ

UGC-NET ପରୀକ୍ଷା
UGC-NET ପରୀକ୍ଷା

ହାଇଦ୍ରାବାଦ: ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା (NET) ଆସନ୍ତାବର୍ଷ (2023) ଫେବୃଆରୀ 23ରୁ ମାର୍ଚ୍ଚ 10ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏନେଇ ଆଜି (ଗୁରୁବାର) ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି । ଏହି ପରୀକ୍ଷା 83ଟି ବିଷୟରେ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି) ପ୍ରକ୍ରିୟାରେ ହେବାକୁ ଯାଉଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଅଧ୍ୟକ୍ଷ ଏମ.ଜଗଦୀଶ କୁମାରଙ୍କ ସୂଚନା ଅନୁସାରେ, ଏହି ପରୀକ୍ଷା ପରିଚାଳନା ପାଇଁ ୟୁଜିସି ପକ୍ଷରୁ NTAକୁ ଦାୟିତ୍ବ ଦିଆଯାଇଛି । ଏହି ପରୀକ୍ଷା ବିଭିନ୍ନ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ସହକାରୀ ପ୍ରଫେସର ଏବଂ ଜୁନିଅର ରିସର୍ଚ୍ଚ ଫେଲୋସିପ (JRF) ପ୍ରାପ୍ତ କରିବା ପାଇଁ ଛାତ୍ରଛାଚ୍ରୀଙ୍କ ଯୋଗ୍ୟତା ନିର୍ଦ୍ଧାରଣ କରିବ ।

ଜାତୀୟ ଟେଷ୍ଟିଂ ଏଜେନ୍ସି JRF ଓ UGC-NET ପାଇଁ ସିବିଟି ମୋଡରେ 83ଟି ବିଷୟରେ ପରୀକ୍ଷା ପରିଚାଳନା କରିବ । ଏଥିପାଇଁ ଯୋଗ୍ୟ ତଥା ଆଗ୍ରହୀ ଛାତ୍ରଛାତ୍ରୀ ଡିସେମ୍ବର 29ରୁ ଜାନୁଆରୀ 17 ତାରିଖ ମଧ୍ୟରେ ଆବେଦନ କରିପାରିବେ । ଜାନୁଆରୀ 17ରେ ଆବେଦନର ଶେଷ ତାରିଖ ଥିବା ବେଳେ ଫେବୃଆରୀ 23ରୁ ମାର୍ଚ୍ଚ 10 ତାରିଖ ମଧ୍ୟରେ ପରୀକ୍ଷା ଶେଷ କରିବା ପାଇଁ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ବର୍ଷକୁ ଦୁଇଥର ଏହି ପରୀକ୍ଷା କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.