ETV Bharat / bharat

UGC NET 2021: ଅକ୍ଟୋବର 17ରେ ହେବନି ପରୀକ୍ଷା

author img

By

Published : Oct 10, 2021, 4:40 PM IST

ଆସନ୍ତା 17 ଅକ୍ଟୋବରରେ ହେବନି ୟୁଜିସି ନେଟ୍‌ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜାରି କରିଛି ନୂଆ ବିଜ୍ଞପ୍ତି । ଅଧିକ ପଢନ୍ତୁ...

UGC NET 2021 Postponed: ଅକ୍ଟୋବର 17ରେ ହେବନି UGC NET

ନୂଆଦିଲ୍ଲୀ: ପୁଣି ଥରେ ସ୍ଥଗିତ ହୋଇଛି ୟୁଜିସି ନେଟ୍‌ ପରୀକ୍ଷା(UGC NET 2021) । ଆସନ୍ତା 17 ଅକ୍ଟୋବରରେ ହେବନି ୟୁଜିସି ନେଟ୍‌ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜାରି କରିଛି ନୂଆ ବିଜ୍ଞପ୍ତି । ଯେଉଁ ଆଶାୟୀ ପରୀକ୍ଷାର୍ଥୀ ଡିସେମ୍ବର 2020 ଓ ଜୁନ 2021 ପାଇଁ ୟୁଜିସି ନେଟ୍‌ ପରୀକ୍ଷା ଫର୍ମ ପୂରଣ କରିଥିଲେ, ସେମାନେ ଅଫିସିଆଲ ୱେବସାଇଟ ugcnet.nta.nic.in ରେ ବିଜ୍ଞପ୍ତି ଦେଖିପାରିବେ ।

କ୍ରମାଗତ ଭାବରେ ୟୁଜିସି ନେଟ୍‌ ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଆସୁଛି । ହେଲେ ଏଥର ବିଜ୍ଞପ୍ତିରେ ନୂଆ ତାରିଖ ଘୋଷଣା କରାଯାଇନାହିଁ । ନୂଆ ବିଜ୍ଞପ୍ତି ଅନୁଯାୟୀ, ୟୁଜିସି ନେଟ୍‌ର ଡିସେମ୍ବର 2020 ଓ ଜୁନ 2021 ସେସନ ପାଇଁ ପରୀକ୍ଷା ପାଇଁ ତାରିଖ ରିସିଡ୍ୟୁଲ କରାଯାଇ ସଂଶୋଧିତ ତାରିଖ 17ରୁ 25 ଅକ୍ଟୋବର ଯାଏଁ ସ୍ଥିର କରାଯାଇଥିଲା ।

କିଛି ଅନ୍ୟ ପ୍ରମୁଖ ପରୀକ୍ଷା ସହ କ୍ଲାସ୍‌କୁ ନେଇ ପରୀକ୍ଷାର୍ଥୀଙ୍କଠାରୁ ଆବେଦନ ମିଳିଥିଲା । ଏଥିପାଇଁ UGCNET ଡିସେମ୍ବର 2020 ଓ ଜୁନ 2021 ସେସନର ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି NTA । ଖୁବ ଶୀଘ୍ର ନୂଆ ତାରିଖର ଘୋଷଣା କରାଯିବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.