ETV Bharat / bharat

UCC Issue: ଉଦ୍ଧବ ଠାକରେ ଶିବସେନାର ଗ୍ରୀନ ସିଗନାଲ ! ପ୍ରସ୍ତାବକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

author img

By

Published : Jun 30, 2023, 8:42 PM IST

ଏକକ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିପାରେ ଉଦ୍ଧବ ଠାକରେଙ୍କ ଶିବସେନା । ସେପଟେ ଏହାକୁ ବିରୋଧ କରିଛନ୍ତି ବାମପନ୍ଥୀ ନେତା ପିନାରାଇ ବିଜୟାନ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଆସିବା ପରେ ଦେଶରେ ଖୁବଶୀଘ୍ର ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଶିବସେନା (ୟୁବିଟି) ୟୁସିସିକୁ ସମର୍ଥନ କରିବ ବୋଲି ସୂତ୍ରରୁ ସୂଚନା ମିଳିଛି । ଏ ନେଇ ଉଦ୍ଧବଙ୍କ ଦଳର କୌଣସି ନେତା ଔପଚାରିକ ପ୍ରତିକ୍ରିୟା ରଖିନଥିବା ବେଳେ ସଂସଦରେ ଏହି ବିଲ୍‌ ଆଗତ ହେଲେ ଦଳ ଏହାକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି । ସେପଟେ ଏହାକୁ ବିରୋଧ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ । ଏହାକୁ ସେ ବିଜେପିର ନିର୍ବାଚନୀ ଏଜେଣ୍ଡା ବୋଲି କହିଛନ୍ତି ।

ବାଲାସାହେବ ଠାକରେଙ୍କ ୩ଟି ସ୍ବପ୍ନ ରହିଥିଲା । ତାହା ହେଉଛି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, କାଶ୍ମୀରରୁ ୩୭୦ ଉଚ୍ଛେଦ ଓ ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା । ଗତ ଜୁନ ୨୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଏପରି କହିଥିଲେ ଉଦ୍ଧବ ଠାକରେ । ଏଣୁ ସଂସଦରେ ବିଲ୍‌ ଆଗତ ହେଲେ ଉଦ୍ଧବ ଠାକରେଙ୍କ ଶିବସେନା ସମର୍ଥନ କରିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ସେପଟେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ ଆସିନାହିଁ । ଏଣୁ ୟୁସିସି ସପକ୍ଷରେ କି ବିରୋଧରେ ତାହା କହିବା ଭୁଲ ହେବ । ଡ୍ରାଫ୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ କରିବ ବୋଲି କହିଛନ୍ତି ସାଂସଦ ସଞ୍ଜୟ । ଏହା ପୂର୍ବରୁ ଆପ୍‌ ମଧ୍ୟ ୟୁସିସିକୁ ସ୍ବାଗତ କରିଛି ।

ଏହା ବି ପଢନ୍ତୁ- Uniform Civil Code: ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ସଙ୍କେତ, ଦୁଇଟି ଆଇନରେ ଦେଶ ଚାଲିପାରିବ ନାହିଁ

ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ ୟୁସିସିକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ୟୁସିସି ଏକକ ନାଗରିକ ସଂହିତାକୁ ନେଇ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ଏହା ବିଜେପିର ଏକ ନିର୍ବାଚନୀ ଏଜେଣ୍ଡା ବୋଲି କହିଛନ୍ତି ବିଜୟାନ । ୟୁସିସିକୁ ନେଇ କେନ୍ଦ୍ର ସରକାର ଉଠାଇଥିବା ପଦକ୍ଷେପ ଦେଶର ସାଂସ୍କୃତିକ ବିବିଧତାକୁ ହଟାଇ ସାମ୍ପ୍ରଦାୟିକ ଏଜେଣ୍ଡା 'ଏକ ଦେଶ, ଏକ ସଂସ୍କୃତି' ଲାଗୁ କରିବା ଲାଗି ଯୋଜନା କରୁଛି । ଏଣୁ ଏହି ପ୍ରସ୍ତାବକୁ ସରକାର ଫେରାଇ ନେବା ଲାଗି ସେ ଦାବି କରିଛନ୍ତି ।

ଏହା ବି ପଢନ୍ତୁ- Uniform Civil Code: ମୋଦିଙ୍କୁ ମିଳିଲା କେଜ୍ରିଓ୍ୱାଲଙ୍କ ସମର୍ଥନ !

ସେପଟେ କେନ୍ଦ୍ର ସରକାର ବିରୋଧରେ ଅଧ୍ୟାଦେଶକୁ ନେଇ ଲଢେଇ କରୁଥିବା ଆପ୍‌ ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିଛି । ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦେଶରେ ଏହାକୁ ଲାଗୁ କରିବାର ଆବଶ୍ୟକତା ରହିଛି କିନ୍ତୁ ଏହାର କାର୍ଯ୍ୟକାରିତା ପୂର୍ବରୁ ଚର୍ଚ୍ଚାର ଆବଶ୍ୟକତା ରହିଛି । ଏହା ପରେ ଆଇନରେ ପରିଣତ କରିବା ଲାଗି କହିଛି ଆପ୍‌ । ସୂଚନା ଥାଉ କି ଗତ ୨୭ ତାରିଖରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ 'ମୋ ବୁଥ, ସବୁଠୁ ମଜଭୁତ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ୟୁସିସି ସମ୍ବନ୍ଧରେ ଆଲୋଚନା କରିଥିଲେ । କୌଣସି ଦେଶ ଦୁଇଟା ଆଇନରେ ଚାଲି ପାରିବ ନାହିଁ । ଗୋଟିଏ ପରିବାରର ସଦସ୍ୟଙ୍କ ପାଇଁ ପୃଥକ ପୃଥକ ନିୟମ ହୁଏନାହିଁ । ସେହିପରି ଦେଶର ସମ୍ବିଧାନ ମଧ୍ୟ ସମସ୍ତ ନାଗରିକଙ୍କୁ ସମାନତା ଓ ସମାନ ଅଧିକାର ପ୍ରଦାନ କରିବା ପଇଁ ଉଦ୍ଦିଷ୍ଟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

UCC କଣ ? : ଏକକ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ କୋଡର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସମାନ ଆଇନ । ଏହା ଏକ ଧର୍ମନିରପେକ୍ଷ ଆଇନ, ଯାହା ସବୁ ଧର୍ମର ନାଗରିକଙ୍କ ପାଇଁ ସମାନ ଭାବରେ ଲାଗୁ ହୁଏ । ୟୁନିଫର୍ମ ସିଭିଲ କୋଡ ଯେକୌଣସି ଧର୍ମ ପାଇଁ ଗୋଟିଏ ଆଇନର କଥା କୁହେ । ମୁଖ୍ୟ ଭାବରେ ଏହା ବିବାହ, ପୈତୃକ ସମ୍ପତ୍ତି, ଛାଡପତ୍ର ଓ ଅନ୍ୟ ଧାର୍ମିକ ପରମ୍ପରା ସହ ଜଡିତ । ସମ୍ବିଧାନର ଧାରା ୪୪ ଅନ୍ତର୍ଗତ ଏକକ ନାଗରିକ ସଂହିତାକୁ ଲାଗୁ କରିବା ରାଜ୍ୟର ଦାୟିତ୍ବ ବୋଲି ଦର୍ଶାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ଦେଶରେ ଲାଗୁ ହୋଇପାରିନାହିଁ ଏହି ଆଇନ । ଖୁବଶୀଘ୍ର ଏହା ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.