ETV Bharat / bharat

ମହାରାଷ୍ଟ୍ରରେ ରାଜନୈତିକ ଉଷ୍ମତା: ବଦଳୁଛି ପାଣିପାଗ, ହେବ ବଡ ପରିବର୍ତ୍ତନ - ମହାରେ ରାଜନୈତିକ ଉଷ୍ମତା

ଗତ କିଛି ଦିନ ହେବ ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ବଦଳିଛି, ପରଦା ପଛରେ ଅନେକ ଘଟଣାକ୍ରମ ଚାଲିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରର ରାଜନୈତିକ
ମହାରାଷ୍ଟ୍ରର ରାଜନୈତିକ
author img

By

Published : Jun 13, 2021, 9:30 AM IST

ମୁମ୍ବାଇ: ଗତ କିଛି ଦିନ ହେବ ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ବଦଳିଛି, ପରଦା ପଛରେ ଅନେକ ଘଟଣାକ୍ରମ ଚାଲିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ପରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସେଥିମଧ୍ୟରୁ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା, ରାମଦାସ ଅଠାୱଲେ ଶିବସେନାରେ ପୁଣି ଯୋଗଦେବା, ଶିବସେନା ପାଇଁ ଶରଦ ପୱାରଙ୍କ ପ୍ରଶଂସା ଏବଂ ପୃଥକ ଭାବରେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲେଙ୍କ ଘୋଷଣା ଆଦି । ମହାରାଷ୍ଟ୍ରର ରାଜନୀତିରେ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି ବୋଲି କଳ୍ପନାଜଳ୍ପନା ଚାଲିଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବୈଠକ ପରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯେତେବେଳେ ଠାକରେ ଏବଂ ମୋଦି ଭେଟନ୍ତି ସେତେବେଳେ ରାଜନୈତିକ ଆଲୋଚନା ହୁଏ। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବାବେଳେ ସେ କହିଛନ୍ତି, ‘ମୋଦି ଦେଶର ସର୍ବୋଚ୍ଚ ନେତା ଏବଂ ସେ ପ୍ରଧାନମନ୍ତ୍ରୀ ତେଣୁ ଆମେ ତାଙ୍କୁ ସମ୍ମାନ କରୁଛୁ। ଏଥିସହ ଆମର ବିବାଦ ସ୍ଥାୟୀ ନୁହେଁ ଏବଂ ଏହାକୁ କୌଣସି ସ୍ଥାନରେ ବନ୍ଦ କରିବାକୁ ପଡିବ ’।

ସଞ୍ଜୟ ରାଉତ ମୋଦିଙ୍କ ପ୍ରଶଂସା କରିବା ପରେ ରାଜ୍ୟରେ ମହା ବିକାଶ ଅଗାଡି (ଏମଭିଏ) ସରକାର ଖୁବ ଶୀଘ୍ର ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଥିଲା କିନ୍ତୁ ରାଜ୍ୟ ଶକ୍ତି ମନ୍ତ୍ରୀ ନିତୀନ ରାଉତ କହିଛନ୍ତି ଯେ ସରକାର ରାଜ୍ୟରେ ଶକ୍ତିଶାଳୀ ହେବାକୁ ଯାଉଛନ୍ତି ଏବଂ ଏହାକୁ କେହି ରୋକି ପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ସରକାର ଭଲ କାମ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଏମ ଉଦ୍ଧବ ଠାକରେଙ୍କ ସାକ୍ଷାତ ପରେ ରାମଦାସ ଅଠାୱାଲେ NDAରେ ଯୋଗଦେବା ପାଇଁ ଶିବସେନାକୁ ନିବେଦନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନସିପି ଏବଂ କଂଗ୍ରେସ, ଉଦ୍ଧବ ଠାକରେଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛନ୍ତି। ଏହି ପ୍ରସଙ୍ଗରେ ସେ ପୁଣି ଥରେ ବିଜେପି ଏବଂ ଏହାର ସହଯୋଗୀ ଦଳ ସହ ମିଳିତ ସରକାର ଗଠନ ପାଇଁ ଠାକରେଙ୍କୁ ଆମନ୍ତ୍ରଣ କରିଥିଲେ। ସେ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ ବିଜେପି ଏବଂ ଶିବସେନା ପ୍ରତ୍ୟେକ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ବାଣ୍ଟିପାରିବେ।

କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲେ କହିଛନ୍ତି ଯେ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ। ସେ ଏହା ମଧ୍ୟ କହିଛନ୍ତି ଯେ PMO ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦର ସମ୍ମାନ ନଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ସଞ୍ଜୟ ରାଉତ ଏବଂ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧର ସାକ୍ଷୀ ହୋଇସାରିଛୁ। ଯଦି ଶରଦ ପୱାର ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟନ୍ତି ତେବେ କିଛି ଭୁଲ ନାହିଁ ’।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.