ETV Bharat / bharat

ଉଦୟପୁର ହତ୍ୟାକାଣ୍ଡ କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ: ରାଜସ୍ଥାନ ଗୃହ ରାଷ୍ଟ୍ରମନ୍ତ୍ରୀ

author img

By

Published : Jul 3, 2022, 1:46 PM IST

ଉଦୟପୁର ହତ୍ୟାକାଣ୍ଡକୁ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ବୀକାର କରିବାକୁ ନାରାଜ ରାଜସ୍ଥାନ ଗୃହ ରାଷ୍ଟ୍ରମନ୍ତ୍ରୀ ରାଜେନ୍ଦ୍ର ଯାଦବ । କହିଲେ ବିଜେପି ନେତାଙ୍କ ସହ ରହିଛି ଅଭିଯୁକ୍ତର ସମ୍ପର୍କ । ଅଧିକ ପଢନ୍ତୁ

ଉଦୟପୁର ହତ୍ୟାକାଣ୍ଡ ଏକ ଆତଙ୍କବାଦୀ ଆକ୍ରମଣ: ରାଜସ୍ଥାନ ମନ୍ତ୍ରୀ

ଜୟପୁର: ବହୁଚର୍ଚ୍ଚିତ ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡକୁ ଅତି ଗମ୍ଭୀରତାର ସହ ନେଇଛି ସମଗ୍ର ଦେଶ । ଜାତୀୟ ଦଦନ୍ତକାରୀ ସଂସ୍ଥା NIA ଓ ଆତଙ୍କୀ ନିରୋଧୀ ସ୍କ୍ବାର୍ଡ ATS ଏହି ଘଟଣାରେ ଆତଙ୍କବାଦୀ ସଂଗଠନର ସମ୍ପୃକ୍ତିର ସର୍ବାଧିକ ଆଶଙ୍କାକୁ ଦୃଷ୍ଟିରେ ରଖି ସେହି ଦୃଷ୍ଟିକୋଣରୁ ତଦନ୍ତକୁ ବ୍ୟାପକ କରିବାରେ ଲାଗିଛି । ଏହାରି ମଧ୍ୟରେ ରାଜସ୍ଥାନର ଗୃହ ରାଷ୍ଟ୍ରମନ୍ତ୍ରୀ ଏହାକୁ ଏକ ଆତଙ୍କୀ ଆକ୍ରମଣ ଘଟଣା ବୋଲି ସ୍ବୀକାର କରିବାକୁ ନାରାଜ ।

ଉଦୟପୁର ହତ୍ୟାକାଣ୍ଡ କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ: ରାଜସ୍ଥାନ ଗୃହ ରାଷ୍ଟ୍ରମନ୍ତ୍ରୀ

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ରାଜେନ୍ଦ୍ର ଯାଦବ କହିଛନ୍ତି, ଉଦୟପୁର ହତ୍ୟାକାଣ୍ଡ ଏକ ଆତଙ୍କୀ ଆକ୍ରମଣ ଘଟଣା ନୁହେଁ । ତଦନ୍ତକାରୀ ସଂସ୍ଥା NIA ମଧ୍ୟ ସେପରି କିଛି ସ୍ପଷ୍ଟ ଭାବେ କହିନାହିଁ । ଅନ୍ୟପଟେ ଅଭିଯୁକ୍ତର ବିଜେପି ନେତାଙ୍କ ସହ ସମ୍ପର୍କ ରହିଛି ଓ ଯାହାର ଫଟୋ ମଧ୍ୟ ଭାଇରାଲ ହେବା ଆରମ୍ଭ କରିଛି । ଏପରିକି ବିରୋଧୀ ଦଳ ନେତା ତଥା ବିଜେପି ନେତା ଗୁଲାବଚାନ୍ଦ କଟାରିଆଙ୍କ ସହ ଅଭିଯୁକ୍ତର ସମ୍ପର୍କ ରହିଛି । ଅଭିଯୁକ୍ତ ପୂର୍ବରୁ ଭାରତୀୟ ଜନତା ପାର୍ଟି ପାଇଁ ନିର୍ବାଚନରେ ଏଜେଣ୍ଟ ଭାବେ ମଧ୍ୟ କାର୍ଯ୍ୟ କରାସାରିଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ଟେଲର ଭାବେ କାର୍ଯ୍ୟ କରୁଥିବା କହ୍ନେୟାଲାଲ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ନିର୍ମମ ହତ୍ୟାର ଶିକାର ହୋଇଥିଲେ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇ ସାରିଛିି । ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଦ୍ବାରା ଜାରି ରହିଛି । ଅଭିଯୁକ୍ତର ବିଜେପି ନେତାଙ୍କ ସହ ସମ୍ପର୍କ ରହିଥିବା କଂଗ୍ରେସ ଓ ଅନ୍ୟ କିଛି ବିରୋଧୀ ଅଭିଯୋଗ କରିଥିଲେ ସୁଦ୍ଧା ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.