ETV Bharat / bharat

Udaipur Murder: NIA କୋର୍ଟରେ ଅଭିଯୁକ୍ତ ହାଜର, 10ରେ ରାୟ ଶୁଣାଣି - କୋର୍ଟରେ ହାଜର ହେଲା ଉଦୟପୁର ହତ୍ୟାକାଣ୍ଡ ମାମଲା

ବହୁଚର୍ଚ୍ଚିତ ଉଦୟପୁର କହ୍ନେୟାଲାଲ ହତ୍ୟା ମାମଲାରେ ଏନଆଇଏ ସ୍ବତନ୍ତ୍ର କୋର୍ଚରେ ହାଜର ହେଲେ ସମସ୍ତ ଅଭିଯୁକ୍ତ (Accused produced in NIA court)। 10ରେ ରାୟ ଶୁଣାଣି । ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସମର୍ଥନ ପରେ ଘଟଥିଲା ବିଭତ୍ସ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

NIA କୋର୍ଟରେ ଅଭିଯୁକ୍ତ ହାଜର, 10ରେ ଦଣ୍ଡ ଶୁଣାଣି

author img

By

Published : Jan 3, 2023, 9:25 PM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟା ମାମଲାରେ ଆଜି ଏନଆଇଏ ସ୍ବତନ୍ତ୍ର କୋର୍ଟରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର କରାଯାଇଛି (Accused produced in NIA court)। ଏନଆଇଏ ସ୍ବତନ୍ତ୍ର କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ଚଳିତମାସ 10 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 10ରେ ପରବର୍ତ୍ତୀ ଶୁଣାଣି ସହ କୋର୍ଟ ଏହି ମାମଲାର ରାୟ ମଧ୍ୟ ପ୍ରକାଶ କରିବେ । ଆଜି କଡା ସୁରକ୍ଷା ମଧ୍ୟରେ ଅଭୁିଯୁକ୍ତମାନଙ୍କୁ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା ।

ଗତବର୍ଷ (2022) ଜୁନ୍ 22 ତାରିଖରେ ରାଜସ୍ଥାନ ଉଦୟପୁରରେ ଏହି ବହୁଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ଧାର୍ମିକ ମନ୍ତବ୍ୟକୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ରାଜସ୍ଥାନ ଉଦୟପୁରର ଦର୍ଜି କହ୍ନେୟା ଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଏହାକୁ ଏକ ସାଧାରଣ ହତ୍ୟାକାଣ୍ଡ ପରିବର୍ତ୍ତେ ଆତଙ୍କବାଦୀ ଲିଙ୍କ ଦୃଷ୍ଟିରୁ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏହି ହତ୍ୟାକାଣ୍ଡ ଘଟାଇଥିବା 2ଅଭିଯୁକ୍ତଙ୍କ ସମେତ ମୋଟ 9 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ।

ତଦନ୍ତକାରୀ ସଂସ୍ଥା 9ଜଣ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା-302 (34), 452, 153, 295 ଅନୁଯାୟୀ ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଇଥିଲା । ଏହି ମାମଲାରେ ଶୁଣାଣି ଜାରି ରହିଛି । ଆଜି ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟରେ ହାଜର କରାଯିବା ପରେ ସମାନଙ୍କ ନ୍ୟାୟିକ ହେପାଜତକୁ 10 ତାରିଖ ଯାଏ ବଢାଇ ଦିଆଯାଇଛି । 10 ରେ ଏହି ମାମଲାର ରାୟ ପ୍ରକାଶ ପାଇବାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.