ETV Bharat / bharat

Udaipur Killing: NIA କରିବ କହ୍ନେୟାଲାଲ୍‌ ହତ୍ୟାକାଣ୍ଡର ଯାଞ୍ଚ, ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍‌ ଖୁଲାସା - ଉଦୟପୁର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍‌

କହ୍ନେୟାଲାଲ୍‌ଙ୍କ ଶରୀରରେ ଥରେ କି ଦୁଇ ଥର ନୁହେଁ ୨୬ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତଙ୍କ ପାକିସ୍ତାନ ସହ ଲିଙ୍କ୍‌ ଥିବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Udaipur Killing: NIA କରିବ କହ୍ନେୟାଲାଲ୍‌ ହତ୍ୟାକାଣ୍ଡ ଯାଞ୍ଚ, ଅଭିଯୁକ୍ତଙ୍କ ପାକିସ୍ତାନ ଲିଙ୍କ୍‌ ଖୁଲାସା

author img

By

Published : Jun 29, 2022, 4:38 PM IST

Updated : Jun 29, 2022, 5:05 PM IST

ଜୟପୁର: ଉଦୟପୁର ହତ୍ୟାକାଣ୍ଡର ଶିକାର କହ୍ନେୟାଲାଲ୍‌ଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଯେକୌଣସି ବ୍ୟକ୍ତିଙ୍କୁ ଆନ୍ଦୋଳିତ କରିବ । କାରଣ କହ୍ନେୟାଲାଲ୍‌ଙ୍କ ଶରୀରରେ ଥରେ କି ଦୁଇ ଥର ନୁହେଁ ୨୬ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତଙ୍କ ପାକିସ୍ତାନ ସହ ଲିଙ୍କ୍‌ ଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କହ୍ନେୟାଲାଲ୍‌ଙ୍କ ବେକରେ କେବଳ ୮ରୁ ୧୦ କଟା ଚିହ୍ନ ରହିଥିଲା । ଶରୀରର ବାକି ଅଂଶରେ ମଧ୍ୟରେ କଟା ଚିହ୍ନ ଦେଖା ଯାଇଥିଲା । ଅତ୍ୟଧିକ ରକ୍ତ ବୋହିଯିବାରୁ ତାଙ୍କ ମୃତ୍ୟୁ ହୋଇଛି । ଉଦୟପୁରର ୩ ଜଣିଆ ଡାକ୍ତରୀ ଦଳ କହ୍ନେୟାଲାଲ୍‌ଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିଲେ । ଏହାପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସ୍ବାମୀଙ୍କ ପାର୍ଥିବ ଶରୀର ଦେଖି ପତ୍ନୀଙ୍କ ବୁକୁଫଟା ଚିତ୍କାର

ସେପଟେ କହ୍ନେୟାଲାଲ୍‌ଙ୍କ ଶେଷ ଯାତ୍ରା ବେଳେ ତାଙ୍କ ପତ୍ନୀ ବୁକୁଫଟା କାନ୍ଦ ଚିତ୍କାର ପ୍ରତ୍ୟେକଙ୍କ ଆଖିଲେ ଲୁହ ଆଣିଦେଇଥିଲେ । ଅନ୍ତିମ ସଂସ୍କାର ବେଳେ ପ୍ରବଳ ଲୋକେ ଏଥିରେ ସାମିଲ ଥିଲେ । ଶେଷଯାତ୍ରା ବେଳେ କହ୍ନେୟା ଅମର ରହେ ନାରା ମଧ୍ୟ ଲାଗିଥିଲା । ସୁରକ୍ଷା ଦୃଷ୍ଟିରୁ କହ୍ନେୟାଙ୍କ ଅନ୍ତିମ ଯାତ୍ରା ଉପରେ ନଜର ରଖିଥିଲା ପୋଲିସ ପ୍ରଶାସନ । ଗତ ୧୦, ୧୫ ଦିନ ହେଲା କହ୍ନେୟାଲାଲ୍‌ଙ୍କୁ କ୍ରମାଗତ ଭାବରେ ଧମକ ମିଳୁଥିଲା । ପ୍ରତ୍ୟେକ ଦିନ ମାରିବାକୁ ହାଣି ଦେବାକୁ ଅଜଣା ବ୍ୟକ୍ତି ଫୋନ୍‌ କରୁଥିଲେ । ଅଧିକାଂଶ ଧମକ ଦେବାକୁ ଦୋକାନକୁ ଆସୁଥିଲେ । ଥରେ ଜଣେ ଦମ୍ପତି ମଧ୍ୟ ଆସି ଜୀବନରୁ ମାରି ଦେବାକୁ ଧମକ ଦେଇ ଯାଇଥିଲେ । ଏହାକୁ ନେଇ କହ୍ନେୟାଲାଲ୍‌ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଫାଶୀ ଦେବାକୁ ସମ୍ପର୍କୀୟଙ୍କ ଦାବି

କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ କଡ଼଼ା ଦଣ୍ଡ ଦେବାକୁ ପରିବାର ଓ ସମ୍ପର୍କୀୟ ଦାବି କରିଛନ୍ତି । ଘରେ କେବଳ ଜଣେ ରୋଜଗାରିଆ ଥିଲେ କହ୍ନେୟାଲାଲ୍‌ । ପରିବାରର ତାଙ୍କ ପତ୍ନୀଙ୍କ ଭଉଣୀ, ପିଲା, ମାଆ ଅଛନ୍ତି । ଗତ ୧୦ ବର୍ଷ ହେଲା ମଣ୍ଡି ଥାନା ଅଞ୍ଚଳରେ ଦୋକାନ ଚଳାଉଥିଲେ କହ୍ନେୟାଲାଲ୍‌ । ତାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି ହୋଇଛି, ଯାହାଦ୍ବାରା ଯେ କେହି ବି ଏଭଳି ଜଘନ୍ୟକାଣ୍ଡ କରିବା ପୂର୍ବରୁ ଦୁଇଥର ଭାବିବ ।

  • उदयपुर की घटना में शामिल आरोपियों की त्वरित गिरफ्तारी करने वाले पांच पुलिसकर्मियों श्री तेजपाल, श्री नरेन्द्र, श्री शौकत, श्री विकास एवं श्री गौतम को आउट ऑफ टर्म प्रमोशन देने का फैसला किया है।

    — Ashok Gehlot (@ashokgehlot51) June 29, 2022 " class="align-text-top noRightClick twitterSection" data=" ">

କହ୍ନେୟାଲାଲ୍‌ଙ୍କ ହତ୍ୟାକାଣ୍ଡକୁ ନେଇ ଅପଡେଟ୍‌ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହି ଜଘନ୍ୟ ହତ୍ୟାକାଣ୍ଡ ନେଇ ମାମଲା ରୁଜୁ କରିଛି NIA(National Inteligence Agency) । ଏହି ଘଟଣାର ତଦନ୍ତ ଏଣିକି NIA କରିବ । NIAକୁ ତଦନ୍ତ ନେଇ ସମସ୍ତ ସହଯୋଗ କରିବ ATS ।

  • घटना बहुत बड़ी है, जघन्य है, मैंने कल भी कहा कि जितनी निंदा करें उतनी कम है। और हमने इसीलिए एसआईटी गठित की है, एसआईटी ने अपना काम शुरू कर दिया है कल रात से ही, जयपुर पहुंचते ही लॉ एन्ड ऑर्डर को लेकर मीटिंग कर रहे हैं। pic.twitter.com/JsUKYEeqZ9

ପାକିସ୍ତାନ ସହ ଅଭିଯୁକ୍ତଙ୍କ ଲିଙ୍କ୍‌

UAPA ଆଧାରରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାକୁ ଆତଙ୍କୀ ଆକ୍ରମଣ ଭାବରେ ଯାଞ୍ଚ କରାଯାଇଛି । ତେବେ ପୋଲିସ ପ୍ରଶାସନକୁ ସମସ୍ତ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବାକୁ ଆଲର୍ଟ କରାଯାଇଛି । ଏହାକୁ ନେଇ ରାଜସ୍ଥାନ ଡିଜିପି ସୂଚନା ଦେଇଛନ୍ତି ।

  • इस घटना में मुकदमा UAPA के तहत दर्ज किया गया है इसलिए अब आगे की जांच NIA द्वारा की जाएगी जिसमें राजस्थान ATS पूर्ण सहयोग करेगी। पुलिस एवं प्रशासन पूरे राज्य में कानून व्यवस्था सुनिश्चित करें एवं उपद्रव करने के प्रयासों पर सख्ती से कार्रवाई करें।

ସମସ୍ତ ଛାନଭିନ ମଧ୍ୟରେ ଆଉ ଏକ ଗୁରୁତର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଦୁଇ ଅଭିଯୁକ୍ତଙ୍କ ଲିଙ୍କ୍‌ ଅନ୍ୟ ଦେଶ ସହିତ ଥିବା ଜଣାପଡ଼ିଛି । ଦେଶରେ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଛନ୍ତି ଅଭିଯୁକ୍ତ । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଗଠିତ SIT ଯାଞ୍ଚରେ ଏହା ଜଣା ପଡ଼ିଛି । ଏହାକୁ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

  • उदयपुर की घटना पर आज उच्चस्तरीय समीक्षा बैठक की। पुलिस अधिकारियों ने बताया कि प्रारम्भिक जांच में सामने आया कि घटना प्रथम दृष्टया आतंक फैलाने के उद्देश्य से की गई है। दोनों आरोपियों के दूसरे देशों में भी संपर्क होने की जानकारी सामने आई है।

ପୋଲିସ କର୍ମୀଙ୍କୁ ପ୍ରମୋସନ

ସେପଟେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ୫ ଜଣ ପୋଲିସ କର୍ମୀଙ୍କ ପ୍ରମୋସନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୫ ପୋଲିସ କର୍ମୀଙ୍କୁ ଆଉଟ ଅଫ୍‌ ଟର୍ମ ପ୍ରମୋସନ ଦିଆଯିବ ।

Last Updated : Jun 29, 2022, 5:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.