ETV Bharat / bharat

Udaipur Killing: NIA ସ୍ପେଶାଲ କୋର୍ଟରେ ହାଜର ହେଲେ କହ୍ନେୟାଲାଲ୍‌ଙ୍କ ହତ୍ୟା ଅଭିଯୁକ୍ତ - NIA ସ୍ପେଶାଲ କୋର୍ଟରେ କହ୍ନେୟାଲାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ହାଜର

ଦରଜୀ କହ୍ନେୟାଲାଲ୍‌ଙ୍କୁ ନିର୍ମମ ହତ୍ୟାକାଣ୍ଡ ନେଇ ଉଦୟପୁରରେ ଉତ୍ତେଜନାମୂଳକ ସ୍ଥିତି ରହିଛି । ବାପାଙ୍କ ହତ୍ୟାପରେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଛନ୍ତି ତାଙ୍କ ପୁଅ ୟଶ ସାହୁ । ଅଧିକ ପଢ଼ନ୍ତୁ

Udaipur Killing: NIA ସ୍ପେଶାଲ କୋର୍ଟରେ କହ୍ନେୟାଲାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ହାଜର

author img

By

Published : Jun 30, 2022, 6:49 PM IST

ଜୟପୁର: ଦରଜୀ କହ୍ନେୟାଲାଲ୍‌ଙ୍କୁ ନିର୍ମମ ହତ୍ୟାକାଣ୍ଡ ନେଇ ଉଦୟପୁରରେ ଉତ୍ତେଜନାମୂଳକ ସ୍ଥିତି ରହିଛି । ଏଠାରେ ୧୪୪ ଧାରା ଜାରି ହୋଇଥିବା ସତ୍ତ୍ବେ ଗୁରୁବାର ଶହଶହ ଲୋକେ କହ୍ନେୟାଲାଲ୍‌ ଅମର ରହେ ନାରା ଦେଇ ଶୋଭାଯାତ୍ରାରେ ବାହାରିଥିଲେ । ଏହାସହ ହତ୍ୟାକାରୀଙ୍କୁ ଫାଶୀଦଣ୍ଡାଦେଶ ଦେବାକୁ ଦାବି କରିଥିଲେ । ସେପଟେ ଏହି ମାମଲା ଫାଷ୍ଟଟ୍ରାକ୍‌ କୋର୍ଟରେ ଶୁଣାଣି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଦୁଇ ଅଭିଯୁକ୍ତଙ୍କ ଅନ୍ୟ ଦେଶ ସହ ଲିଙ୍କ୍‌ ଥିବା ନେଇ ଖୁଲାସା କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତେବେ ଉଭୟଙ୍କ କୌଣସି ଆତଙ୍କୀ ସଙ୍ଗଠନ ସହ ସମ୍ପର୍କ ଥିବା ଖବରକୁ ଗୁଜବ ବୋଲି କହିଛି NIA । ଜୟପୁରର NIA ସ୍ପେଶାଲ କୋର୍ଟରେ ରିୟାଜ ଅଖ୍‌ତାରୀ ଓ ଘୋଉସ୍‌ ମହମ୍ମଦକୁ ହାଜର କରାଯାଇଛି ।

ଅଭିଯୁକ୍ତଙ୍କୁ ଦିଲ୍ଲୀ ଅଣାଯିବା ପରିବର୍ତ୍ତେ ରାଜସ୍ଥାନରେ ପଚରାଉଚରା କରାଯିବ । ସେପଟେ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ କହିଛି ରାଜସ୍ଥାନ ବାର୍‌ କାଉନ୍ସିଲ୍‌ । ଏହାଏକ ସାଧାରଣ ଅପରାଧ ନୁହେଁ, ଏହାଦ୍ବାରା ସମାଜରେ ଘୃଣାଭାବ ବଢ଼ୁଛି ବୋଲି ବାର୍‌ କାଉନ୍ସିଲ କହିଛି । ଅଭିଯୁକ୍ତଙ୍କ କେସ୍‌ କୌଣସି ଓକିଲ ଲଢ଼ିବେ ନାହିଁ ବୋଲି ରାଜସ୍ଥାନ ବାର୍‌ କାଉନ୍ସିଲ୍‌ର ସଭାପତି ଗିରିଜା ଶଙ୍କର ମହେତା ପ୍ରତିକ୍ରିୟା ଦେଇଛନ୍ତି ।

ସେପଟେ କହ୍ନେୟାଲାଲ୍‌ଙ୍କ ହତ୍ୟାପରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ତାଙ୍କ ପୁଅ ୟଶ ସାହୁ । ସେ କହିଛନ୍ତି ଯେ, "ମୋ ବାପା ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ବାରମ୍ବାର କହିଥିଲେ । ଏହାସତ୍ତ୍ବେ ତାଙ୍କୁ ସୁରକ୍ଷା ପ୍ରଦାନ କରାଗଲା ନାହିଁ । ହତ୍ୟାକାରୀଙ୍କୁ ମୃତ୍ୟୁ ଦଣ୍ଡଠାରୁ କିଛି କମ୍‌ ଦଣ୍ଡ ନମିଳିବା ଦରକାର । ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି । ସେ ଆମକୁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ତା ସହିତ ଏକ ସରକାରୀ ଚାକିରୀ ଦେବେ ବୋଲି କହିଛନ୍ତି । ସେ ଆମକୁ ଯଥା ସମ୍ଭବ ସହଯୋଗ କରୁଛନ୍ତି । ଆମେ ମଧ୍ୟ ତାଙ୍କୁ ସହଯୋଗ କରୁଛୁ ।"

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.