ETV Bharat / bharat

ୟୁପିରେ ଜିକା ଆତଙ୍କ, କାନପୁର ପରେ ଲକ୍ଷ୍ନୌରେ 2 ସଂକ୍ରମିତ ଚିହ୍ନଟ

କାନପୁର ପରେ ରାଜଧାନୀ ଲକ୍ଷ୍ନୌରେ ଖେଳିଲା ଜିକା ଭାଇରସ ଆତଙ୍କ । ଦୁଇ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

author img

By

Published : Nov 12, 2021, 8:41 AM IST

ଲକ୍ଷ୍ନୌରେ ୨ ଜିକା ଭାଇରସ ସଂକ୍ରମିତ
ଲକ୍ଷ୍ନୌରେ ୨ ଜିକା ଭାଇରସ ସଂକ୍ରମିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜିକା ଭାଇରସ ଆତଙ୍କ । କାନପୁରରେ ପରେ ଏବେ ରାଜଧାନୀରେ ପଶିଲା ଜିକା । ଗୁରୁବାର ୟୁପି ରାଜଧାନୀ ଲକ୍ଷ୍ନୌରେ ଦୁଇ ଜଣ ଜିକା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ନୌର ହୁସେନଗଞ୍ଜ ଏବଂ ଏଲଡିଏ କଲୋନୀ ଅଞ୍ଚଳରୁ ଏହି ଦୁଇ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ମେଡିକାଲ ଏବଂ ହେଲଥ୍ ଡିଜି ବେଦ ବ୍ରତ ସିଂହ ସୂଚନା ଦେଇଛନ୍ତି ।

କହିରଖୁଛି କି, କାନପୁର ଜିଲ୍ଲାରୁ ଏ ଯାଏଁ ମୋଟ ୧୦୫ଟି ଜିକା ଭାଇରସ ମାମଲା ସାମ୍ନାକୁ ଆସିଛି । ସେହିପରି କନ୍ନୌଜ ଜିଲ୍ଲାରୁ ଜଣେ ସଂକ୍ରମିତ ଥିବାବେଳେ ଲକ୍ଷ୍ନୌରେ ଏବେ କାୟା ମେଲାଇବାକୁ ବସିଛି ଜିକା ।

ସୂଚନାଯୋଗ୍ୟ, ଲକ୍ଷ୍ନୌରେ ଚିହ୍ନଟ ଉକ୍ତ ସଂକ୍ରମିତଙ୍କ ସାମ୍ପୂଲ ଟେଷ୍ଟ ପାଇଁ KGMUକୁ ପଠାଯାଇଥିଲା । ଗୁରୁବାର ସନ୍ଧ୍ୟାରେ ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ତେବେ ବର୍ତ୍ତମାନ ଦୁହିଁଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ସେମାନଙ୍କୁ ଘରେ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ଉତ୍ତରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି, ଜିକା ଭାଇରସ ପ୍ରସାର ରୋକିବାକୁ ରାପିଡ୍ ଆକ୍ସନ ନିଆଯାଉଛି । ସର୍ଭିଲାନ୍ସ ଏବଂ ଟେଷ୍ଟିଂ ବଧ୍ୟ ବଢିଛି ।

ଉଲ୍ଲେଖଯୋଗ୍ୟ, ଜିକା ହେଉଛି ଏକ ଭାଇରସ, ଯାହା ଏଡିଜ ମଶା କାମୁଡିବା ଦ୍ବାରା ବ୍ୟାପିଥାଏ । ଏହି ମଶା ଦିନରେ କାମୁଡ଼େ । ଏହି ରୋଗ ହେଲେ ସାମାନ୍ୟ ଜ୍ବର, ଦେହରେ ନାଲି ଦାଗ ପଡିବା, ଆଖି ସମସ୍ୟା, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଅସୁସ୍ଥତା କିମ୍ବା ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଯାଇଥାଏ । ବିଶେଷକରି ଗଭର୍ବତୀ ମହିଳାଙ୍କ ଉପରେ ଏହା ଅଧିକ କୁପ୍ରଭାବ ପକାଇଥାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.