ETV Bharat / bharat

ବାରାମୂଳାରେ ଏନକାଉଣ୍ଟର, ଯବାନଙ୍କ ଗୁଳିରେ 2 ଆତଙ୍କବାଦୀ ନିହତ

ଗୁରୁବାର ବାରାମୂଳାର ୱାନିଗାମରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ବର୍ତ୍ତମାନ ସୁଦ୍ଧା 2 ଆତଙ୍କାବାଦୀ ନିହତ ହୋଇଥିବାବେଳେ ଏବେ ବି ଅପରେସନ ଜାରି ରହିଥିବା ସୂଚନା ଦେଇଛି ଜମ୍ମୁ କାଶ୍ମୀର ପୋଲିସ । ଅଧିକ ପଢନ୍ତୁ...

author img

By

Published : Dec 24, 2020, 8:48 PM IST

ବାରାମୁଳାରେ ଏନକାଉଣ୍ଟର, ଯବାନଙ୍କ ଗୁଳିରେ 2 ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୂଳାରେ ସୁରକ୍ଷାକର୍ମୀଙ୍କ ଅପରେସନରେ 2 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗୁରୁବାର ବାରାମୂଳାର ୱାନିଗାମରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ ।

ବର୍ତ୍ତମାନସୁଦ୍ଧା 2 ଆତଙ୍କାବାଦୀ ନିହତ ହୋଇଥିବାବେଳେ ଏବେ ବି ଅପରେସନ ଜାରି ରହିଥିବା ସୂଚନା ଦେଇଛି ଜମ୍ମୁ କାଶ୍ମୀର ପୋଲିସ । ତେବେ ଜମ୍ମୁ କାଶ୍ମୀର ପୋଲିସର ଟ୍ବିଟ ଅନୁଯାୟୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏବେ ବି ଜାରି ରହିଛି ଅପରେସନ । ତେବେ ବର୍ତ୍ତମାନସୁଦ୍ଧା 2 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇସାରିଥିବା ଟ୍ବିଟରେ ସୂଚନା ଦିଆଯାଇଛି ।

ସେପଟେ ଅପରେସନ ସମୟରେ ଲଶ୍କର-ଏ-ତୋଏବାର ଜଣେ ସ୍ଥାନୀୟ ଆତଙ୍କବାଦୀ ପରିବାରର ଅପିଲ କ୍ରମେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛି ତୋଙ୍ଗଦୌନୁ ପୋଲିସ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରବେଳେ 12 ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ଜମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.