ETV Bharat / bharat

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ଟଳିଲେ 2 ଆତଙ୍କବାଦୀ - ଯବାନଙ୍କ ଗୁଳିରେ ଟଳିଲେ 2 ଆତଙ୍କବାଦୀ

ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲେ ଭାରତୀୟ ସେନାର ଯବାନ । ଅଧିକ ପଢନ୍ତୁ

Terrorist killed in jammu and kashmir
Terrorist killed in jammu and kashmir
author img

By

Published : Aug 7, 2023, 9:19 AM IST

ଶ୍ରୀନଗର: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନାର ଯବାନ । ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା । ପୁଞ୍ଚ ଜିଲ୍ଲାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମ କରିଥିବା ବେଳେ ଆତଙ୍କବାଦୀଙ୍କ ଉପରୁ ଗୁଳି ଚଳାଇଥିଲେ ଭାରତୀୟ ଯବାନ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଯବାନଙ୍କ ଗୁଳିରେ ଜଣେ ନିହତ

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁନେଲ ବାର୍ଟୱାଲ ଏକ ବିବୃତ୍ତିରେ କହିଛନ୍ତି ଯେ, ପୁଞ୍ଚ ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଛି । ଗତ ଦୁଇ ଦିନ ହେଲା ଉକ୍ତ ଅଞ୍ଚଳରେ ଭାରତୀୟ ସେନା ଏବଂ ସ୍ଥାନୀୟ ପୋଲିସର ମିଳିତ ଅପରେସନ ଚଳାଇଥିବା ବେଳେ ଦୁଇଜଣ ଅନୁପ୍ରବେଶକାରୀ ଆତଙ୍କବାଦୀ ଆଜି ନିହତ ହୋଇଛନ୍ତି । ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ସଙ୍ଗେ ସଙ୍ଗେ ତଳେ ଟଳିପଡିଥିବା ବେଳେ ଅନ୍ୟ ଜଣେ ପଳାଇବାକୁ ଚେଷ୍ଟା କରୁଥିଲେ । କିଛି ସମୟ ପରେ ତାର ମୃତଦେହ ଏଲଓସି ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ଦୁଇ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେମାନେ କେଉଁ ଆତଙ୍କୀ ସଂଗଠନର ତାହା ମଧ୍ୟ ଜଣାପଡିନାହିଁ । ନିୟନ୍ତ୍ରଣ ରେଖାରେ ଏଭଳି ସ୍ଥିତିକୁ ଦେଖି ଜମ୍ମୁ କଶ୍ମୀରରେ ସୀମା ସୁରକ୍ଷାକୁ ଆହୁରି କଡାକଡ଼ି କରାଯାଇଛି । ପୁଞ୍ଚ ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ବିଏସଏଫ ଯବାନଙ୍କ ଗୁଳିରେ ପାକିସ୍ତାନୀ ନିଶା ବେପାରୀ ନିହତ

ରବିବାର (ଅଗଷ୍ଟ ୬) ଉତ୍ତର କାଶ୍ମୀରର କୁପଓ୍ବାର ଜିଲ୍ଲା ଅନ୍ତର୍ଗତ ଟଙ୍ଗଧର ସେକ୍ଟର ନିକଟରେ ଆତଙ୍କବାଦୀମାନେ ଭାରତୀୟ ସୀମାରେଖାକୁ ଅତିକ୍ରମ କରି ଅନୁପ୍ରବେଶ କରିଥିଲେ । ଏହି ସମୟରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ଟଳିଛି । ଏନେଇ କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ମିଳିଥିଲା । ସେନା ଯବାନ ଏବଂ କୁପଓ୍ବାରା ପୋଲିସ ମିଳିତ ଭାବରେ ଟଙ୍ଗଧରର ଆମ୍‌ରୋହି ଅଞ୍ଚଳର ସୀମା ନିକଟରେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସହ ସେମାନଙ୍କ ଅନୁପ୍ରବେଶ କରିବା ଉଦ୍ୟମ ବିଫଳ ହୋଇଛି ।

ଜୁଲାଇ ୧୭ ତାରିଖରେ ମଧ୍ୟ ଜମ୍ମୁ କାଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଦୁଇଜଣ ଅନୁପ୍ରବେଶକାରୀକୁ ଗୁଳି କରିଥିଲେ ଯବାନ । ଜୁନ ୧ ତାରିଖରେ ମଧ୍ୟ ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳି କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.