ETV Bharat / bharat

Encounter in Kupwara: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କୀ

କୁପୱାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି (Encounter in Kupwara)। ଏହାକୁ ନେଇ କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

two terrorist died by security force encounter in Kupwara in Jammu and Kashmir
Encounter in Kupwara: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କୀ
author img

By

Published : Sep 25, 2022, 5:33 PM IST

ଶ୍ରୀନଗର: ରବିବାର ଜାମ୍ମୁ ଓ କାଶ୍ମୀରର କୁପୱାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି (Encounter in Kupwara)। ଏହାକୁ ନେଇ କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉତ୍ତର କାଶ୍ମୀର ଟେକ୍ରି ନାର୍‌ସ୍ଥିତ ମାଚିଲ୍‌ ଅଞ୍ଚଳରେ ଭାରତୀୟ ସୀମା(LOC) ନିକଟରେ ଏହି ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଦୁଇ ଜଣ ଆତଙ୍କୀ ଭାରତୀୟ ସୀମା ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତେବେ ଭାରତୀୟ ସୀମା ଭିତରେ ପ୍ରବେଶ କରିବା ଯୋଜନାକୁ ପଣ୍ଡ କରିବା ସହ ଏନ୍‌କାଉଣ୍ଟର କରିଛନ୍ତି ପୋଲିସ ଓ ସୀମା ସୁରକ୍ଷା ସୁରକ୍ଷାବଳ(Terrorist died by security force encounter in Kupwara) ।

  • Army and Kupwara Police neutralised two #terrorists near #LoC Tekri Nar in Machil area of #Kupwara. Identification of the killed terrorists being ascertained. 02 AK 47 rifles, 02 pistols & 04 hand grenades recovered. Further details shall follow.@JmuKmrPolice

    — Kashmir Zone Police (@KashmirPolice) September 25, 2022 " class="align-text-top noRightClick twitterSection" data=" ">

ଏହାକୁ ନେଇ କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି, "ଆର୍ମୀ ଓ ପୋଲିସ ମିଳିତ ଭାବରେ ଅପରେସନ କରି କ୍ରି ନାର୍‌ସ୍ଥିତ ମାଚିଲ୍‌ ଅଞ୍ଚଳରେ ଭାରତୀୟ ସୀମା(LOC) ନିକଟରେ ଦୁଇଜଣ ଆତଙ୍କବାଦୀଙ୍କୁ ଟଳାଇଛନ୍ତି । ନିପାତ ହୋଇଥିବା ଦୁଇ ଆତଙ୍କୀଙ୍କ ପରିଚୟ ସ୍ପଷ୍ଟ ହୋଇନି । ସେମାନଙ୍କ ନିକଟରୁ ଦୁଇଟି ଏକେ ୪୭ ରାଇଫଲ, ଦୁଇଟି ପିସ୍ତଲ, ୪ଟି ହ୍ୟାଣ୍ଡ ଗ୍ରେନେଡ୍‌ ଜବତ ହୋଇଛି ।"

ଗତ ୧୦ ଦିନ ପୂର୍ବେ ଶ୍ରୀନଗରର ନୌଗାମ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଗତ ଶନିବାର ପୁଲୱାମାର ରତ୍ନୀପୁରାରେ ଆତଙ୍କୀ ଦୁଇଜଣ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଆହତ ଶ୍ରମିକଙ୍କୁ ଜାମ୍ମୁ ଓ କାଶ୍ମୀରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢ଼ନ୍ତୁ Encounter in Anantnag: 2 ଆତଙ୍କୀ ସଫା, ଅପରେସନ ଜାରି

ସେହିଭଳି ଏକ ସପ୍ତାହ ପୂର୍ବରୁ ବାନ୍ଦିପୁରା ପୋଲିସ ଜଣେ ପ୍ରବାସୀ ଶ୍ରମିକଙ୍କ ହତ୍ୟାକାଣ୍ଡ ଘଟଣାରେ ତିନିଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଏକ ପିସ୍ତଲ ଉଦ୍ଧାର ହୋଇଥିଲା । ଏମାନେ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ପୋଲିସ ସନ୍ଦେହ କରୁଛି । ସେପ୍ଟେମ୍ବର ୭ ତାରିଖରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଥିଲା ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘ଆଣ୍ଟି ଟେରର ଅପରେସନ’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । କେତେବେଳେ ଆତଙ୍କୀଙ୍କୁ ନିପାତ ତ କେବେ ସେମାନଙ୍କୁ ଗିରଫ କରିବାରେ ସୁରକ୍ଷାବଳକୁ ସଫଳତା ମିଳିଛି । ଆଜି ଦୁଇ ଆତଙ୍କୀଙ୍କୁ ମଧ୍ୟ ସଫା କରିବାରେ ସୁରକ୍ଷାବଳ ସଫଳ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.