ETV Bharat / bharat

ପାର୍ବଣରେ ଅଶୁଭ ପାଲଟିବ ଅକ୍ଟୋବର ! ଭୟ ବଢାଉଛି ବାତ୍ୟା 'ଜୱାଦ' - Bay of Bengal

ପୁଣି ଓଡିଶାକୁ ବାତ୍ୟା ଭୟ । ଆଗାମୀ 36 ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ସକ୍ରିୟ ହେବାର ଆଶଙ୍କା । ଅଧିକ ପଢନ୍ତୁ...

ପାର୍ବଣରେ ଅଶୁଭ ପାଲଟିବ ଅକ୍ଟୋବର ! ଭୟ ବଢାଉଛି ବାତ୍ୟା 'ଜୱାଦ'

author img

By

Published : Oct 10, 2021, 8:36 PM IST

ଭୁବନେଶ୍ବର: ପୁଣି ଓଡିଶାକୁ ବାତ୍ୟା ଭୟ । ଗୁଲାବ ଓ ଶାହିନ ପରେ ଏବେ ଭୟ ବଢାଉଛି 'ଜୱାଦ' । ଆଗାମୀ 36 ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ସକ୍ରିୟ ହେବାର ସଙ୍କେତ ଦେଇଛି ପାଣିପାଗ ବିଭାଗ । ବଢୁଥିବା ତାପମାତ୍ରା ଲଘୁଚାପକୁ ବାତ୍ୟାର ରୂପ ଦେବାରେ ସମ୍ପୂର୍ଣ୍ଣ ଆଶଙ୍କା ରହିଛି ।

ଦକ୍ଷିଣ-ଚୀନ୍ ସାଗରରେ ଏକ ଘୁର୍ଣ୍ଣିବଳୟ ଯୋଗୁଁ ଆଣ୍ଡାମାନରେ ସୃଷ୍ଟି ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ସକ୍ରିୟ ହେବାରେ ବିଳମ୍ବ ହେଉଛି । ତେବେ ତେବେ ଆସନ୍ତା 4ରୁ 5 ଦିନ ଏହା ସମୁଦ୍ରରେ ବଳ ଗୋଟାଇ ବାତ୍ୟାର ରୂପ ନେବାର ରହିଛି ସମ୍ଭାବନା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଦୁର୍ଗା ପୂଜା ପରେ ଅର୍ଥଆତ ଅକ୍ଟୋବର 16ରୁ 17 ମଧ୍ୟରେ ଏହା ଓଡିଶା-ଆନ୍ଧ୍ର ମୁହାଁ ହୋଇ ସ୍ଥଳଭାଗ ଛୁଇଁପାରେ ।

ଘୁର୍ଣ୍ଣିବଳୟ ସ୍ଥିଳ ଭଗଠାରୁ ଅନେକ ଦୂରରେ ଥିବାରୁ ଏହାର ଗତିପଥ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏହା ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା 2ରୁ 3 ଦିନ ମଧ୍ୟରେ ଜଣାପଡିବ । ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରୁଛି ।

22 ବର୍ଷ ତଳେ ଅର୍ଥାତ ୧୯୯୯ ମସିହା ଅକ୍ଟୋବର ୨୯ରେ ଓଡିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସମଗ୍ର ଉପକୂଳ ଓଡିଶାକୁ ଏହି ମହାବାତ୍ୟା ଛାରଖାର କରିଦେଇଥିଲା । ଆଜିବି ସେହି ସେହି କାଳରାତିକୁ ଭୂଲିପାରୁନାହାଁନ୍ତି ଓଡିଶାବାସୀ । ମହାବାତ୍ୟାର ଆଁରେ ହଜିଯାଇଥିଲା ଜଗତସିଂହପୁରର ଚିହ୍ନବର୍ଣ୍ଣ । ବାତ୍ୟାର କରାଳ ଗ୍ରାସରେ 10 ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଚାଲିଯାଇଥିଲା । ସେଦିନର ସେ ଲୋମଟାଙ୍କୁରା ଦୃଶ୍ୟ ଆଜିବି ମନେ ପଡିଲେ ଓଡିଶାବାସୀଙ୍କ ଦେହରେ ସୃଷ୍ଟି ହୁଏ ଶିହରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.