ମୁମ୍ବାଇ: ନାଶିକର ରାଧାକ୍ରିଷ୍ଣା ନଗରରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର 3ଜଣ ସଦସ୍ୟଙ୍କ ଆତ୍ମହତ୍ୟା । ପଇସା କାରବାରକୁ ନେଇ ରାଧାକୃଷ୍ଣ ନଗରର ଏକ ଫଳ ବ୍ୟବସାୟୀଙ୍କ ପରିବାରର 3ଜଣ ବ୍ୟକ୍ତି ଏକା ସମୟରେ ଆତ୍ମହତ୍ୟା କରିଛନ୍ତି । ଏକ ବନ୍ଦ କୋଠରୀରୁ 3 ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ ମୃତ ବ୍ୟକ୍ତି ମାନେ ହେଲେ ବାପା ଦୀପକ ଶିରୋଡ ଓ ତାଙ୍କର ଦୁଇ ପୁଅ ପ୍ରସାଦ ଶିରୋଡ(25) ଓ ରାକେଶ ଶିରୋଡ (23) । ଏନେଇ ସାତପୁର ପୋଲିସ ଷ୍ଟେସନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ତେବେ ପୋଲିସର ସୂଚନାନୁସାରେ, ଶିରୋଡ ପରିବାର ଦେଓଲା ତାଲୁକ ଉମ୍ରାନର ସ୍ଥାନୀୟ ବାସିନ୍ଦା । ଦଶ ବର୍ଷ ପୂର୍ବେ ସେ ନାଶିକର ସତପୁର ରାଧାକୃଷ୍ଣ ନାଗର ଅଞ୍ଚଳରେ ବ୍ୟବସାୟ କରିବା ପାଇଁ ରହି ଆସୁଥିଲେ । ପରିବାରର ପିତା ଦୀପକ ଶିରୋଡ ଅଶୋକ ନଗର ବସଷ୍ଟାଣ୍ଡ ନିକଟରେ ଫଳ ବିକ୍ରି କରୁଥିଲେ। ତେଣୁ ତାଙ୍କ ପୁଅ ପ୍ରସାଦ ଶିରୋଡ ଓ ରାକେଶ ଶିରୋଡ ମଧ୍ୟଚାରି ଚକିଆ ଯାନରେ ଫଳ ବିକ୍ରି ବ୍ୟବସାୟ କରୁଥିଲେ ।
ସେହପରି ପୋଲିସ କମିଶନର ଅଙ୍କୁଷ ସିନ୍ଦେ କହିଛନ୍ତି, "ଆମେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛୁ । ଘଟଣାସ୍ଥଳରୁ ଏକ ଚିଠି ମିଳିଛି ଯେଉଁଥିରେ କୁହାଯାଇଛି ଯେ , ଋଣଦାତାଙ୍କ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି । ଏନେଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ ।" ମିଳିଥିବା ସୂଚନା ଅନୁଯାୟୀ, ଶିରୋଡ ପରିବାରର ଆର୍ଥିକ ଅବସ୍ଥା ଖରାପ ଥିଲା । ତେଣୁ ଏହି ପରିବାର ଗତ କିଛି ଦିନ ହେବ ଚିନ୍ତାରେ ରହୁଥିଲା । ତେଣୁ 3 ସଦସ୍ୟ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ବର୍ତ୍ତମାନ ପୋଲିସ ଏହ ଘଟଣାରେ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ