ETV Bharat / bharat

ବର୍ଷେ ହେଲା ମାଆର ମୃତଦେହ ସହ ରହୁଥିଲେ ଦୁଇ ଭଉଣୀ; ଘରୁ ମିଳିଲା କଙ୍କାଳ

author img

By ETV Bharat Odisha Team

Published : Nov 30, 2023, 11:04 AM IST

ବର୍ଷେ ହେଲା ଘରେ ମାଆର ମୃତଦେହ ରଖି ରହୁଥିଲେ ଦୁଇ ଭଉଣୀ । ଜାଣନ୍ତୁ କ'ଣ ଥିଲା କାରଣ

ମାଆର ମୃତଦେହ ସହ ବର୍ଷେ
ମାଆର ମୃତଦେହ ସହ ବର୍ଷେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଛାତି ଥରାଇବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ବାରଣାସୀରେ ଦୁଇ ଭଉଣୀ ନିଜ ମାଆର ମୃତଦେହକୁ ବର୍ଷ ହେଲା ଘରେ ଲୁଚାଇ ରଖିଥିଲେ । ମୃତଦେହ ପାଖରେ ଶୋଉଥିଲେ ଓ ସେଇଠି ରହୁଥିଲେ । ହେଲେ ଏ ବାବଦରେ ଆଖପାଖର ପଡ଼ୋଶୀ କି ଅନ୍ୟ କାହା ପାଖରେ ସାମାନ୍ୟ ସୁରାକ୍ ନଥିଲା । ବର୍ଷେ ପରେ ଏବେ ଜଣେ ସମ୍ପର୍କୀୟ ତାଙ୍କ ଘରକୁ ଯିବାରୁ ଏହି ଘଟଣା ସାମ୍ନାକୁ ଆସିଛି । ଘର ଭିତରୁ ମହିଳାଙ୍କ କଙ୍କାର ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ମୃତ ମହିଳା ହେଲେ ଉଷା ତ୍ରିପାଠୀ । ମିର୍ଜାପୁରର ରହୁଥିବା ଭିଣୋଇ ଧର୍ମେନ୍ଦ୍ର ଚତୁର୍ବେଦୀ ଉଷାଙ୍କୁ ଭେଟିବାକୁ ବୁଧବାର ଦିନ ତାଙ୍କ ଘରକୁ ଯାଇଥିଲେ । ବହୁତ ସମୟ ଧରି ଘରର ଡୋରବେଲ୍ ବଜେଇ ଥିଲେ ହେଁ କେହି କବାଟ ଖୋଲି ନଥିଲା । ସନ୍ଦେହ ହେବାରୁ ସେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍ ସେଠି ପହଞ୍ଚି ଘର ଖୋଲିବାକୁ ଚେଷ୍ଟା କରିବା ପରେ କିଛି ଉତ୍ତର ନମିଳିବାରୁ କବାଟ ଭାଙ୍ଗି ଭିତରେ ପଶିଥିଲା । ଭିତରକୁ ଯିବା ପରେ ସମସ୍ତଙ୍କର ହୋସ୍ ଉଡି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି, ଜରୁରୀ ଅବତରଣ କଲା ଲୁଫ୍ତାଂସା ବିମାନ

ଘର ଭିତରେ ଗୋଟିଏ ରୁମରେ ମହିଳାଙ୍କ କଙ୍କାଳ ପଡିଥିଲା । ପାଖ ରୁମରେ ତାଙ୍କ ଦୁଇ ଝିଅ ପଲ୍ଲବୀ ଏବଂ ବୈଶ୍ବିକି ବସିଥିଲେ । ପୋଲିସ ଛାନଭିନ୍ କରିବାରୁ ଜଣାପଡିଲା କି, ବହୁତ ଦିନ ହେଲା ଦୁଇ ଉଭଣୀ ବାହରକୁ ଖୁବ୍ କମ ଯାଉଥିଲେ । ସପ୍ତାହେ ହେଲା ସେ ଘରୁ ବାହାରି ନଥିଲେ । ପଲ୍ଲବୀ ମାଷ୍ଟର ଡିଗ୍ରୀ କରିଥିବା ବେଳେ ସାନ ଭଉଣୀ ଦଶମ ଶ୍ରେଣୀର ପଢ଼ନ୍ତି । ପୋଲିସ କହିବା ଅନୁସାରେ, ତାଙ୍କ ବାପା ଦୁଇ ବର୍ଷ ହେଲା ବଲିୟାରେ ଅଲଗା ରହୁଥିଲେ । ତେଣୁ ଦୁଇ ଝିଅ ମାଆ ଉଷା ସହ ରହୁଥିଲେ । ଉଷା କସମେଟିକ ଦୋକାନ କରି ଘର ଚଳାଉଥିଲେ । ବାପା କିମ୍ବା କେହି ସମ୍ପର୍କୀୟ ତାଙ୍କ ଘରକୁ ଯା'ଆସ କରୁନଥିଲେ ।

ବର୍ଷ ତଳେ ରୋଗରେ ପଡି ମାଆର ମୃତ୍ୟୁ ହୋଇଥିଲା । ହେଲେ ଦୁଇ ଭଉଣୀ ମୃତଦେହର ଅନ୍ତିମ ସଂସ୍କାର ନକରି ଘରେ ରଖିଥିଲେ । ମୃତଦେହ ପାଖରେ ଶୋଉଥିଲେ ଖାଉଥିଲେ । ଏ ବିଷୟରେ କାହାକୁ କିଛି ଜଣାଇନଥିଲେ । ସେହିପରି ତାଙ୍କ ଘରକୁ କେହି ଯିବାଆସିବା କରୁନଥିବାରୁ କେହି କିଛି ଜାଣି ପାରିନଥିଲେ । ଦୁଇ ଭଉଣୀ କେବଳ ଜରୁରୀ ସାମଗ୍ରୀ ଆଣିବାକୁ ବାହାରକୁ ଯାଉଥିଲେ । ଘରେ ଥିବା କିଛି ଟଙ୍କା ଓ ମାଆର ଗହଣା ବିକ୍ରି କରି ନିଜ ଖର୍ଚ୍ଚ ତୁଲାଉଥିଲେ । ତେବେ ଦୁଇ ଯୁବତୀଙ୍କ କଥାବର୍ତ୍ତାରୁ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ନଥିବା ଜଣାପଡିଛି । ଆଖପାଖର ଲୋକମାନେ ମଧ୍ୟ ଦୁହିଁଙ୍କ ମାନସିକ ଅବସ୍ଥା ଖରାପ ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.