ETV Bharat / bharat

ପାକିସ୍ତାନରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା - ପାକିସ୍ତାନରେ ସଂଖ୍ୟା ଲଘୁଙ୍କୁ ହତ୍ୟା

ପାକିସ୍ତାନର ପେଶାଓ୍ବରରେ ଦୁଇ ଶିଖ୍‌ ଯୁବକଙ୍କୁ ଗୁଳି କରି ହତ୍ୟା । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ପାକିସ୍ତାନରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା

author img

By

Published : May 15, 2022, 6:55 PM IST

ଇସଲାମାବାଦ: ପାକିସ୍ତାନରେ ଶିଖ ସମ୍ପ୍ରଦାୟର ଦୁଇ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପେଶାଓ୍ବର ସହରରେ ଏହି ଘଟଣା ଘଟିଛି । ମୃତକ ଦୁଇ ବ୍ୟକ୍ତି ଶିଖ ସମ୍ପ୍ରଦାୟର ହୋଇଥିବାବେଳେ ଜଣେ 42 ବର୍ଷୀୟ ସୁଲଜିତ ସିଂ ଓ 38 ବର୍ଷୀୟ ରଣଜିତ ସିଂ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଅଜଣା ଆତତାୟୀ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଦୁହିଁଙ୍କର ସ୍ଥାନୀୟ ଅଞ୍ଚଳରେ ଏକ ବ୍ୟବସାୟ ମଧ୍ୟ ରହିଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ସିସିଟିଭିରୁ ମିଳିଥିବା ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.