ETV Bharat / bharat

ଘାଟିରେ ଏନକାଉଣ୍ଟର ଜାରି, 2 ଆତଙ୍କୀ ନିପାତ

କାଶ୍ମୀର କୂପଓ୍ବାରରେ ଏନକାଉଣ୍ଟର ଜାରି । ଦୁଇ ଆତଙ୍କୀ ନିପାତ ସୂଚନା । ଏବେ ମଧ୍ୟ ଜାରି ରହିଛି ଅପରେସନ । ଅଧିକ ପଢନ୍ତୁ

author img

By

Published : Jun 13, 2023, 6:58 PM IST

କାଶ୍ମୀରରେ ଏନକାଉଣ୍ଟର, 2 ଆତଙ୍କୀ ନିପାତ
କାଶ୍ମୀରରେ ଏନକାଉଣ୍ଟର, 2 ଆତଙ୍କୀ ନିପାତ

ଶ୍ରୀନଗର: କାଶ୍ମୀରରେ ପ୍ରକୃତ ନିୟନ୍ତ୍ରଣ ରଖା (LOC) ନିକଟବର୍ତ୍ତୀ କୂପଓ୍ବାରାରେ ଜାରି ରହିଥିବା ଏନକାଉଣ୍ଟରରେ ସୁରକ୍ଷାବଳକୁ ସଫଳାତା ମିଳିଛି । ସେନା ଓ ସ୍ଥାନୀୟ ପୋଲିସ ଟିମ ଜାରି ରଖିଥିବା ଏନକାଉଣ୍ଟରରେ 2 ହାର୍ଡକୋର ଆତଙ୍କବାଦୀ ଟଳିଛନ୍ତି । ଏବେ ସୁଦ୍ଧା ଅପରେସନ ଜାରି ରହିଥିବା ବେଳେ ଦୁଇ ଆତଙ୍କୀଙ୍କ ନିପାତ ସୂଚନା ସ୍ଥାନୀୟ ପୋଲିସ ସୂତ୍ରରୁ ସ୍ପଷ୍ଟ ହୋଇଛି । ଦୁଇ ଆତଙ୍କୀଙ୍କ ପରିଚୟ ଓ ଅନ୍ୟାନ୍ୟ ସୂଚନା ପୋଲିସ ସ୍ପଷ୍ଟ କରିନି ।

କାଶ୍ମୀର ଜୋନ ପୋଲିସର ସୂଚନା ଅନୁସାରେ, ଏଲଓସି ସଲଗ୍ନ କୂପଓ୍ବାରାରେ ଆତଙ୍କୀବାଦୀ ଗିତବିଧି ନେଇ ଇନପୁଟ ସୂଚନା ମିଳିବା ପରେ ସେନା ଓ ସ୍ଥାନୀୟ ପୋଲିସ ଫୋର୍ସ ଏକ ମିଳିତ ଅପରେସନ ଆରମ୍ଭ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଦୁଇ ଆତଙ୍କୀ ସୁରକ୍ଷାବଳ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି । ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ କରିଛନ୍ତି । ଏବେ ମଧ୍ୟ କିଛି ଆତଙ୍କୀ ଆତ୍ମଗୋପନ କରିଥିବା ସନ୍ଦେହରେ ଅପରେସନ ଜାରି ରହିଛି ।

ଘାଟିରେ ଚଳିତବର୍ଷ ଆରମ୍ଭରେ ଏକାଧିକ ଟାର୍ଗେଟ କିଲିଂ ମାମଲା ସାମ୍ନାକୁ ଆସିଥିଲା । ଆତଙ୍କବାଦୀମାନେ ସ୍ଥାନୀୟ କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟ ଶ୍ରମିକଙ୍କୁ ଟାର୍ଗେଟ କରି ହତ୍ୟା କରିଥିଲେ । ଫଳରେ ପୁଣି ଥରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ସେମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଚିନ୍ତାବ୍ୟକ୍ତ କରିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅତିରିକ୍ତ 25 କମ୍ପାନୀ ସିଆରପିଏଫ ଘାଟିରେ ନିୟୋଜିତ କରାଯାଇଥିଲା । ଏବେ ସୂଚନା ମିଳିବା ମାତ୍ରେ ଆତଙ୍କୀ ନିରୋଧୀ ଅପରେସନ ଆରମ୍ଭ କରାଯାଉଛି । ଇନପୁଟ ସୂଚନା ଅନୁସାରେ ସେନା ଓ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସେନାକୁ କ୍ରମାଗତ ସଫଳତା ମିଳିବାରେ ଲାଗିଛି ।

ଗତ ମାସରେ କାଶ୍ମୀରର ପୁଞ୍ଚରେ ସେନା ଟ୍ରକ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ 5ଜଣ ସେନା ଯବାନ ଶହୀଦ ହୋଇଥିଲେ । କୋରଷ୍ଟିଲ ବୁଲେଟ ଓ ଗ୍ରେନେଡ ମାଡ ଫଳରେ ସେନା ଟ୍ରକରେ ନିଆଁ ଲାଗିଯାଇଥିଲା । ଏଥିରେ 5 ଜଣ ଯବାନ ଘଟଣାସ୍ଥଳରେ ଶହୀଦ ହୋଇଥିଲେ । ଏବେ ଏହି ଘଟଣାର ତଦନ୍ତ ଜାରି ରହିଛି । ଏକାଧିକ ସ୍ଥାନୀୟ ସନ୍ଦିଗ୍ଧଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଜେରା ମଧ୍ୟ କରିସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.