ETV Bharat / bharat

ଜୁସ କାରଖାନାରେ ଭୟଙ୍କର ବିସ୍ଫୋରଣ, 2 ମୃତ

author img

By ETV Bharat Odisha Team

Published : Sep 5, 2023, 2:20 PM IST

ଗୁଜୁରାଟର ତାପି ଜୁସ କାରଖାନାରେ ବିସ୍ଫୋରଣ ହେବାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଅଧିକ ପଢନ୍ତୁ

Etv Bharat
Etv Bharat

ଗାନ୍ଧୀନଗର: ଗୁଜୁରାଟର ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ । 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିବା ସୂଚନା ମିଳିଛି। ଭିରପୋର ଗ୍ରାମରେ ଥିବା ତାପି ନାମକ ଫ୍ରୁଟ ଜୁସ ତିଆରି କାରଖାନାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଯନ୍ତ୍ରାଂଶରେ ବୈଷୟୀକ ସମସ୍ୟା ଯୋଗୁଁ ବିସ୍ଫୋରଣ ହୋଇଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-Ordinance Factory Explosion: ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ବରିଷ୍ଠ ଟେକ୍ନିସିଆନ ଗୁରୁତର

ଏନେଇ କାରଖାନାର କର୍ତ୍ତୃପକ୍ଷ କହିଛନ୍ତି ଯେ, କାରଖାନା ମଧ୍ୟରେ 5 ଜଣ କର୍ମଚାରୀ ମେସିନାରୀ ସ୍ଥାପନ ପ୍ରକ୍ରିୟାରେ ନିୟୋଜିତ ହୋଇଥିଲେ । ଏହି ସମୟରେ କେହି କିଛି ଜାଣିବା ଆଗରୁ ହଠାତ୍ ବିସ୍ଫୋରଣ ହୋଇଥିଲା । ମେସିନାରୀରେ ବୈଷୟୀକ ତୃଟି ଯୋଗୁଁ ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ କାର୍ଯ୍ୟ କରୁଥିବା 5 ଜଣଙ୍କ ମଧ୍ୟରୁ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Blast in Dattapukur: ବାଣ କାରଖାନାରେ ବିସ୍ଫୋରଣ ଘଟି 6 ମୃତ

ଅଗଷ୍ଟ 27 ତାରିଖରେ ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ ହେବାରୁ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଥିଲା । ସେହିପରି ଜୁଲାଇ 18 ତାରିଖରେ ଛତଶଗଡ଼ର ବାଲୋଦା ବଜାରରେ ଥିବା ଏକ ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି 3 ଜଣ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଶ୍ରମିକ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସିମେଣ୍ଟ ପ୍ଲାଣ୍ଟରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । 2 ଆହତ ଶ୍ରମିକଙ୍କୁ ରାଜଧାନୀ ରାୟପୁର ସ୍ଥିତ ରାମକୃଷ୍ଣ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ସିମେଣ୍ଟ କାରଖାନାରେ ବିସ୍ଫୋରଣ, 3 ଶ୍ରମିକଙ୍କ ମୃତ୍ୟୁ

ମାର୍ଚ୍ଚ ମାସରେ ମଧ୍ୟ ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ବାଣ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି 6 ଜଣଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ଜୁନ 1 ତାରିଖରେ ମହାରାଷ୍ଟ୍ର ନାସିକରେ ଥିବା ଜିନ୍ଦଲ କାରଖାନାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ହୋଇଥିବା ଖବର । ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ପାରିନଥିବା ବେଳେ କିଛି ଶ୍ରମିକ କାରଖାନାରେ ଫସି ରହିଥିବା ଆଶଙ୍କା ପ୍ରକାଶ ପାଇଥିଲା । ନିଆଁକୁ ଆୟତ କାର୍ଯ୍ୟ ସହ ସର୍ଚ୍ଚ ଓ ରେସ୍‌କ୍ୟୁ ଅପରେସନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.