ETV Bharat / bharat

ଶିକ୍ଷୟିତ୍ରୀଙ୍କୁ ବିଞ୍ଚୁଥିଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ ପରେ ଦୁଇ ନିଲମ୍ବିତ - ଭାଇରାଲ ଭିଡିଓ

ଛାତଛାତ୍ରୀଙ୍କଠାରୁ ବିଞ୍ଚା ଖାଉଥିଲେ ଶିକ୍ଷୟିତ୍ରୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଦୁଇ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ଶିକ୍ଷା ଅଧିକାରୀ । ଅଧିକ ପଢନ୍ତୁ

ଛାତଛାତ୍ରୀଙ୍କଠାରୁ ବିଞ୍ଚା ଖାଇବା ପଡିଲା ମହଙ୍ଗା

author img

By

Published : Aug 19, 2023, 10:08 PM IST

ଛାତଛାତ୍ରୀଙ୍କଠାରୁ ବିଞ୍ଚା ଖାଇବା ପଡିଲା ମହଙ୍ଗା

ଲକ୍ଷ୍ନୌ: ଶିକ୍ଷୟତ୍ରୀଙ୍କୁ ବିଞ୍ଚୁଛନ୍ତି ଛାତ୍ରଛାତ୍ରୀ । ସ୍ବାଧୀନତା ଦିବସ ଅବସରରେ ସ୍କୁଲରେ ଉତ୍ସବ ପାଇଁ ଶିକ୍ଷୟତ୍ରୀ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ଶିକ୍ଷୟିତ୍ରୀଜଣକୁ ଜଣେ ଛାତ୍ର ବିଞ୍ଚଣାରେ ପଙ୍ଖା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହାସହ ଅନ୍ୟ ଏକ 21 ସେକେଣ୍ଡର ଭିଡିଓ ଯେଉଁଠି ସ୍କୁଲ ଶିକ୍ଷୟିତ୍ରୀ ବିଶ୍ରାମ କରୁଥିବା ବେଳେ ତାଙ୍କୁ ଜଣେ ଛାତ୍ରୀ ବିଞ୍ଚୁଥିବାର ଭିଡିଓ ସାମ୍ନାକୁ ଅସିଥିଲା । ଏହି ଦୁଇଟି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଉତ୍ତର ପ୍ରଦେଶର ହାପୁର ଜିଲ୍ଲାର ଭିିନ୍ନଭିନ୍ନ ସରକାରୀ ସ୍କୁଲର । ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଶିକ୍ଷାଧିକାରୀ ଶିକ୍ଷୟିତ୍ରୀ ଦୁହିଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ଦୁଇଟି ଭାଇରାଲ ଭିଡିଓ ହାପୁର ଜିଲ୍ଲାର ପୃଥକ ସରକାରୀ ସ୍କୁଲର । 15 ଅଗଷ୍ଟର ଉତ୍ସବ ପାଇଁ ସ୍କୁଲ ପକ୍ଷରୁ ପ୍ରସ୍ତୁତି ସମୟର ବୋଲି ଜଣାପଡିଛି । ପ୍ରଥମ ଭିଇରାଲ ଭିଡିଓଟି ହାପୁର ଜିଲ୍ଲାର ଶିମ୍ଭାବଲୀ ସ୍କୁଲର । ଭିଡିଓରେ ଆପଣ ଦେଖିବାକୁ ପାଇବେ ଶିକ୍ଷୟତ୍ରୀଜଣକ 15 ଅଗଷ୍ଟର ଉତ୍ସବ ପାଇଁ ପ୍ରସ୍ତୁତି କରୁଛନ୍ତି । ପତାକା ଉତ୍ତୋଳନ ପୂର୍ବରୁ ପେଣ୍ଡାଲରେ ଫୁଲ ପକାଉଛନ୍ତି । ତାଙ୍କ ପାଖରେ ଜଣେ ଛାତ୍ର ଥାଳିରେ ଫୁଲଧରୀ ତାଙ୍କୁ ସହଯୋଗ କରୁଥିବା ବେଳେ ଅନ୍ୟ ଜଣେ ଛାତ୍ର ତାଙ୍କୁ ବିଞ୍ଚୁଥିବା ଦେଖିବାକୁ ପାଇବେ । 25 ସେକେଣ୍ଡର ଏହି ଭିଡିଓରେ ଛାତ୍ରଜଣକ ଶିକ୍ଷୟିତ୍ରୀଙ୍କୁ ଲଗାତାର ପଙ୍ଖା କରିଚାଲିଛି । ଏହି ଭିଡିଓ ସୋସିଆଲ ମିଡିଆ ସାଇଟରେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ ଦ୍ବିତୀୟ 21 ସେକେଣ୍ଡର ଭିଡିଓରେ ଆପଣ ଦେଖିବାକୁ ପାଇବେ, ଜଣେ ଶିକ୍ଷୟତ୍ରୀ ଚୌକି ଉପରେ ବସି ଆରାମ କରୁଥିବା ବେଳେ ଜଣେ ଛାତ୍ରୀ ତାଙ୍କୁ ଲଗାତାର ବିଞ୍ଚଣାରେ ବିଞ୍ଚି ଚାଲିଛି । ଏହି ଭିଡିଓଟି ପୀରନଗର ଗାଁର ଏକ ପ୍ରାଥମିକ ସ୍କୁଲର । ଏହି ଦୁଇଟି ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗ ଏହାର ତଦନ୍ତ କରିବା ପାଇଁ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ବୈଷୟିକ ଶିକ୍ଷା ବିଭାଗ ଅଧିକାରୀ ତଦନ୍ତ କରି ଦୁଇଟି ସ୍କୁଲର ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।

ଅଧିକ ପଢନ୍ତୁ: ସରକାରୀ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କ ମୁଣ୍ଡରେ ପିସ୍ତଲ ଲଗାଇଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ

ସରକାରୀ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । କେତେବେଳେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ମାଲିସ କରୁଥିବା ଭିଡିଓ ତ, କେତେବେଳେ ଶିକ୍ଷକଙ୍କ ପାଇଁ ଖାଦ୍ୟ ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.