ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନୀ ମୈଦାନରେ ଦୁଇ ପୂର୍ବତନ IPS

ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇ ପୂର୍ବତନ ଆଇପିଏସ ମୁହାଁମୁହିଁ । ଯାହା ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ରୋଚକ କରିଛି । ପଶ୍ଚିମବଙ୍ଗ ଡେବ୍ରା ବିଧାନସଭା ଆସନରୁ ଲଢେଇ କରୁଛନ୍ତି ଦୁଇ ପୂର୍ବତନ ଆଇପିଏସ । ଏହି ଆସନରେ ଆସନ୍ତା ଅପ୍ରେଲ 1 ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ପଡିବ ଭୋଟ । ଅଧିକ ପଢନ୍ତୁ...

author img

By

Published : Mar 29, 2021, 8:00 AM IST

Two ex-IPS officers to battle it out in West Bengal's Debra assembly seat
ପଶ୍ଚିମବଙ୍ଗ ନିର୍ବାଚନୀ ମଇଦାନରେ ଦୁଇ ସୁପରକୋପ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନୀ ମୈଦାନରେ ଦୁଇ ଆଇପିଏସଙ୍କ ମୁହାଁମୁହିଁ । ଏହା ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ରୋଚକ କରିଛି । ପଶ୍ଚିମବଙ୍ଗ ଡେବ୍ରା ବିଧାନସଭା ଆସନରୁ ଲଢେଇ କରୁଛନ୍ତି ଦୁଇ ପୂର୍ବତନ ଆଇପିଏସ । ଏହି ଆସନରେ ଆସନ୍ତା ଅପ୍ରେଲ 1 ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ପଡିବ ଭୋଟ ।

ପଶ୍ଚିମବଙ୍ଗ ନିର୍ବାଚନରେ ନନ୍ଦିଗ୍ରାମରେ ହାଇଭୋଲଟେଜ ଲଢେଇ । ଏହି ସିଟରେ ଶୁଭେନ୍ଦୁ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢେଇ କରୁଛନ୍ତି । ଯାହା ସାରାଦେଶର ରାଜନୈତିକ ପାଣିପାଗକୁ ସରଗରମ କରିଛି । ସେହିପରି ପଶ୍ଚିମବଙ୍ଗ ନିର୍ବାଚନରେ ଆଉ ଏକ ନିର୍ବାଚନ ମଣ୍ଡଳୀ ଚର୍ଚ୍ଚିତ ହୋଇଛି । ଡେବ୍ରା ନର୍ବାଚନ ମଣ୍ଡଳୀରେ ଦୁଇ ପୂର୍ବତନ ଆଇପିଏସ ମୁହାଁମୁହିଁ ହୋଇଛନ୍ତି । ବିଜେପିରୁ ପୂର୍ବତନ ଆଇପିଏସ ଭାରତୀ ଘୋଷ ଓ ତୃଣମୂଳ କଂଗ୍ରେସରୁ ଆଇପିଏସ ହୁମାୟୁନ କବୀର ମୁହାଁମୁହିଁ ହୋଇଛନ୍ତି । ଉଭୟ ନିଜ ନିଜ କାର୍ଯ୍ୟକରିବା ସମୟରେ ମମତା ବାନାର୍ଜୀଙ୍କ ବେଶ ନିକଟବର୍ତ୍ତୀ ଥିଲେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଗ ନେଇଛନ୍ତି ଆଇପିଏସ ହୁମାୟୁନ କବୀର । ସେ କହିଛନ୍ତି ମୋ ସ୍ତ୍ରୀ ପୂର୍ବରୁ ରାଜନୀତି ସହିତ ଜଡିତ ରହିଛନ୍ତି । ସେ ତୃଣମୂଳ କଂଗ୍ରେସରେ ରହି ଲୋକଙ୍କ ସେବା କରୁଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ରାଜନୀତିକୁ ଓହ୍ଲାଇଛି । ତେଣୁ ମୁଁ ସରକାରୀ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ସାମିଲ ହୋଇଛି ବୋଲି କହିଛନ୍ତି । ସେପଟେ ନନ୍ଦିଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନୀ ରାଲିରେ ଆଇପିଏସ ହୁମାୟୁନ କବୀର ତିନି ଜଣଙ୍କୁ ଗିରଫ କରି ମମତା ବାନାର୍ଜୀଙ୍କ ଟିକଟ ହାସଲ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି, ଏହାକୁ କିନ୍ତୁ ସେ ଏଡାଇଯାଇଛନ୍ତି । କବୀର ଭାରତୀ ଘୋଷକୁ ନେଇ କହିଛନ୍ତି ଯେ ' ତାଙ୍କ ଆଉ ମୋ ଭିତରେ କୌଣସି ତୁଳନା କରାଯିବା ଉଚିତ ନୁହଁ । ତାଙ୍କ ବିରୋଧରେ 19 ଟି ମାମଲା ରହିଛି । ସେ ଦୁର୍ନୀତି ଉପାୟରେ ବିପୁଳ ଅର୍ଥ ଅର୍ଜନ କରିଛନ୍ତି । ଦିନେ ସେ ନିଶ୍ଚିତ ଭାବରେ ଜେଲ ଯିବେ ବୋଲି କହିଛନ୍ତି ।

ସେପଟେ ପୂର୍ବତନ ଆଇପିଏସ ଭାରତୀ ଘୋଷ ଏକଦା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ଖାସ ଥିଲେ । 2019 ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ । ମୋ ବିରୋଧରେ ଆଇପିଏସ କବୀରଙ୍କ ଆଣିଥିବା ଅଭିଯୋଗକୁ ନେଇ ଭାରତୀ ଘୋଷ କହିଛନ୍ତି ଯେ ସମ୍ପୂର୍ଣ୍ଣ ଅମୁଳକ ଏବଂ ଏହା ରାଜନୈତି ଅଭିସନ୍ଧି ରଖି କରାଯାଇଛି । ମୋ ବିରୋଧରେ ଦିଆଯାଇଥିବା ସମସ୍ତ ତଥ୍ୟ କୌଣସି ସତ୍ୟତା ନାହିଁ । ମୁଁ ଚାକିରିରୁ ଇସ୍ତଫା ଦେବା ପରେ ମୋ ବିରୋଧରେ ଅଭିଯୋଗ କରାଯାଇଛି । ଦିନେ ବେଷ୍ଟ ଆଇପିଏସ ଅଫିସର ଭାବରେ ମମତା ବାନାର୍ଜୀ ମୋତେ ପୁରସ୍କୃତ କରିଛନ୍ତି । ମୁଁ ଜାତିସଂଘରେ 6 ବର୍ଷ ଧରି କାର୍ଯ୍ୟ କରିଛି ବୋଲି ଭାରତୀ ଘୋଷ କହିଛନ୍ତି । ବର୍ତ୍ତମାନ ସମସ୍ତ ଘଟଣା ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି ମୁଁ ସମସ୍ତ ତଥ୍ୟ ଦାଖଲ କରିବି ବୋଲି ସେ କହିଛନ୍ତି ।

ସୂଚନା ଥାଉକି ପଶ୍ଚିମବଙ୍ଗର ଆଠଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗ ମୋଟ 294 ଆସନରେ ଭୋଟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 30 ଆସନରେ ନିର୍ବାଚନ ହୋଇଛି । ଏହି ପର୍ଯ୍ୟାୟରେ 79.79 ପ୍ରତିଶତ ଭୋଟ ହୋଇଛି । ଆସନ୍ତା ଅପ୍ରେଲ 1ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ ଯାହା ବେଶ ରଚକ ମୋଡରେ ରହିଛି । ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ରାଜନୀତିର ହେଭିୱେଟ ଚେହେରାଙ୍କ ଭାଗ୍ୟ ଭବିଷ୍ୟତ ନିର୍ଣ୍ଣୟ କରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.