ETV Bharat / bharat

ଦୁଇ ବସ ମୁହାଁମୁହିଁ ଧକ୍କା: ୪୦ରୁ ଊର୍ଦ୍ଧ୍ବ ଆହତ, CCTVରେ କଏଦ ହେଲା ଦୃଶ୍ଯ - ତାମିଲନାଡୁରେ ବସ ଦୁର୍ଘଟଣାରେ 30 ଆହତ

ତାମିଲନାଡୁର ସେଲମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ବସ । 40ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ । CCTVରେ କଏଦ ହେଲା ଦୃଶ୍ଯ । ଅଧିକ ପଢନ୍ତୁ

ଦୁଇ ବସ ମୁହାଁମୁହିଁ ଧକ୍କା: 30 ଆହତ,CCTV ରେ କଏଦ ହେଲା ଦୃଶ୍ଯ

author img

By

Published : May 18, 2022, 5:13 PM IST

ଚେନ୍ନାଇ: ତାମିଲନାଡୁର ସେଲମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ 40 ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାର ପୁରା ଚିତ୍ର ବସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ବସ ଇଦାପଦିରୁ ତୁରୁଚେନଗୋଡେ ଆସୁଥିବାବେଳେ ଅନ୍ୟ ବସଟି ବିପରୀତ ଦିଗରୁ ଆସୁଥିଲା । ଇଦାପଦି- ସଙ୍କାଗିରି ନିକଟରେ ଉଭୟ ବସ ଦ୍ରୁତଗତିରେ ମୁହାଁମୁହିଁ ଧକ୍କା ହୋଇଥିଲେ ।

ଦୁଇ ବସ ମୁହାଁମୁହିଁ ଧକ୍କା

ଦୁର୍ଘଟଣାର ସମ୍ପୂର୍ଣ୍ଣ ଚିତ୍ର ବସର ଡ୍ରାଇଭର କ୍ୟାବିନରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ହୋଇଛି । ବସ ଦୁଇଟି ଦ୍ରୁତଗତିରେ ଥିବାବେଳେ ବସର ଡ୍ରାଇଭର ଓ ଅନ୍ୟ ଯାତ୍ରୀ ଛିଟିକି ପଡିଥିଲେ । ବସର ଡ୍ରାଇଭର କ୍ୟାବିନ ସମ୍ପର୍ଣ୍ଣ ଚୁରମାର ହୋଇଯାଇଛି । ଉଭୟ ବସର କର୍ମଚାରୀ, 40 ଛାତ୍ରଛାତ୍ରୀଙ୍କ ସହ ଅନ୍ୟ କିଛି ଯାତ୍ରୀ ଆହତ ହୋଇଛନ୍ତି ।

ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ କୋଙ୍ଗାପୁରମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଛି । ଦୁର୍ଘଟଣାଟି ଅତି ଭୟଙ୍କର ଥିବାବେଳେ ଆଶ୍ବସ୍ତିକର କଥା ଯେ, ଆହତ ଯାତ୍ରୀଙ୍କ ମଧ୍ୟରେ କେହି ଗୁରୁତର ନଥିବା ମଧ୍ୟ ଜଣାପଡିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.