ETV Bharat / bharat

ପ୍ରକୃତିର ବିପରୀତରେ 2 ଭାଇ, ଅଦିନରେ କରୁଛନ୍ତି ଡାଳିମ୍ବ ଚାଷ - ଯୁବଚାଷୀ

ଗଭୀର ଇଚ୍ଛାଶକ୍ତି ଓ ଉଦ୍ୟମ ଅସମ୍ଭବକୁ ମଧ୍ୟ କରିଥାଏ ସମ୍ଭବ । ସେଥିପାଇଁ ତ ଅଦିନିଆ ଗ୍ରୀଷ୍ମ ଋତୁରେ ନିଜ ବଗିଚାରେ ଡାଳିମ୍ବ ଫଳାଇ ରାଜସ୍ଥାନର 2 ଭାଇ ରଚିଛନ୍ତି ନୂଆ ଇତିହାସ । ତେବେ ଚାଲନ୍ତୁ ଜାଣିବା ପ୍ରକୃତିର ବିପରୀତରେ ଯାଇ ଏଭଳି ଅନନ୍ୟ ଫସଲ କରିଥିବା 2 ଭାଇଙ୍କ ଚାଷ ପ୍ରଣାଳୀ ସମ୍ପର୍କରେ....

ପ୍ରକୃତିର ବିପରୀତରେ 2 ଭାଇ, ଅଦିନରେ କରୁଛନ୍ତି ଡାଳିମ୍ବ ଚାଷ

author img

By

Published : Jun 15, 2021, 7:16 PM IST

ଜୟପୁର: ରାଜସ୍ଥାନର ଭିଲବାଡା ଜିଲ୍ଲା ହୁରଡା ପଞ୍ଚାୟତ ସମିତି ରୁହେପାଲି ଗ୍ରାମର 2 ଭାଇ ଅଦିନିଆ ଗ୍ରୀଷ୍ମ ଋତୁରେ ଉତ୍ପାଦିତ କରୁଛନ୍ତି ଡାଳିମ୍ବ । ଯାହାକି ତାଙ୍କୁ ନୂଆ ଇତିହାସ ଲେଖିବାରେ ସହାୟକ ହୋଇଛି । 2 ଭାଇ ମିଶି ଅଦିନିଆ ଗ୍ରୀଷ୍ମ ଋତୁରେ ବିପୁଳ ମାତ୍ରାରେ ଡାଳିମ୍ବ ଉତ୍ପାଦିତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗଭୀର ଇଚ୍ଛାଶକ୍ତି, ଉଦ୍ୟମ ଓ ଉତ୍ସାହ ତାଙ୍କୁ ଆଜି ଏପରି କାର୍ଯ୍ୟ କରିବାରେ ସହାୟକ ହୋଇଛି ।

ପ୍ରକୃତିର ବିପରୀତରେ 2 ଭାଇ, ଅଦିନରେ କରୁଛନ୍ତି ଡାଳିମ୍ବ ଚାଷ

ରାଜ୍ୟର ମରୁଧରାର 60 ଏକର ଜମିରେ ଦୁଇ ଭାଇ ଲକ୍ଷାଧିକ ମୂଲ୍ୟର ଡାଳିମ୍ବ ଫସଲ କରୁଛନ୍ତି । ଦୁଇ ଭାଇଙ୍କ ମଧ୍ୟରୁ ବଡ ଭାଇ ଜଣକ ମହାରାଷ୍ଟ୍ରରେ ଟ୍ରାକ୍ଟର କମ୍ପ୍ରେସର ବ୍ୟବସାୟ କରୁଥିଲେ । ସେଠାରେ ଭଲ ଡାଳିମ୍ବ ଫସଲ ଦେଖିବା ପରେ ସେ ଏହି ଚାଷ କରିବାକୁ ମନ ବଳାଇଥିଲେ । ଏହା ପରେ ସେ ଡାଳିମ୍ବର କନ୍ଧାରୀ ଜାତୀୟ ପ୍ରଜାତିକୁ ଆଣି ନିଜ ଫସଲ ପାଇଁ ବ୍ୟବହାର କଲେ । ଯାହାକି କେବଳ ମହାରାଷ୍ଟ୍ରରେ ଚାଷ କରାଯାଇଥାଏ ।

କନ୍ଧାରୀ ଜାତୀୟ ଡାଳିମ୍ବର ମଞ୍ଜି ଏକଦମ ନାଲି ରଙ୍ଗର ହୋଇଥାଏ । ଦୁଇ ଭାଇ 60 ଏକର ଜମିରେ 4 ହଜାର ଚାରା ଲଗାଇଛନ୍ତି । ଉତ୍ପାଦନ ପରେ ପ୍ରତି କିଲୋ ପିଛା 100ରୁ 120 ଟଙ୍କାରେ ବିକ୍ରି କରି ଭଲ ଲାଭ ମଧ୍ୟ କରିପାରୁଛନ୍ତି । ଏହି ଚାଷ ପାଇଁ ଦୁଇ ଭାଇ ଫସଲ ଘୂର୍ଣ୍ଣନ ପଦ୍ଧତିକୁ ଅନୁସରଣ କରୁଛନ୍ତି । ଏଥିଲାଗି ସେମାନେ ଗ୍ରୀଷ୍ମ ଋତୁରେ ମଧ୍ୟ ଡାଳିମ୍ବ ଫସଲ କରିବାରେ ସକ୍ଷମ ହୋଇପାରିଛନ୍ତି ।

ଶୀତ ଋତୁରେ ଡାଳିମ୍ବ ଚାରାରେ ଫୁଲ ଆସିଲେ ସେମାନେ ଫୁଲକୁ ଛଡାଇ ଦିଅନ୍ତି । ଫଳରେ ଗ୍ରୀଷ୍ମ ଋତୁରେ ଡାଳିମ୍ବ ଫଳିଥାଏ । ଅଦିନିଆ ଗ୍ରୀଷ୍ମ ଋତୁରେ ଡାଳିମ୍ବ ଫଳିଲେ ସେମାନଙ୍କର ଭଲ ବ୍ୟବସାୟ ହୋଇଥାଏ ବୋଲି କୁହନ୍ତି 2 ଯୁବ ଚାଷୀ । ସେମାନଙ୍କର ବର୍ଷକୁ ପ୍ରାୟ 50ରୁ 60 ଲକ୍ଷ ମୂଲ୍ୟର ଲାଭ ହୋଇଥାଏ । ଦୁଇ ଭାଇ ନିଜର ଏହି ଫସଲକୁ ନେଇ ଆଜିର ଯୁବପିଢିଙ୍କୁ ଏକ ସୁନ୍ଦର ଉପଦେଶ ଦେଇଛନ୍ତି । ପାଠପଢା ସରିବା ପରେ ରୋଜଗାର ପାଇଁ ଅଧିକ ନ ଦୌଡି ଯଦି ଜମି ଅଛି ତ ଚାଷ କରନ୍ତୁ ବୋଲି କହିଛନ୍ତି । ଫଳରେ ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟଙ୍କୁ ମଧ୍ୟ ରୋଜଗାରର ନୂଆ ପନ୍ଥା ଦେଇପାରିବ ।

ସେପଟେ ଫଳକୁ ପକ୍ଷୀଙ୍କଠାରୁ ରକ୍ଷା କରିବା ପାଇଁ ଡାଳିମ୍ବ ଫସଲ ଜମିରେ ସେମାନେ ଜାଲ ଲଗାଇଛନ୍ତି । ଡ୍ରିପ ସିଷ୍ଟମରେ ଡାଳିମ୍ବ ଗଛକୁ ପାଣି ଦେଉଛନ୍ତି ଫଳରେ ଅଧିକ ପାଣି ଅପଚୟ ହେଉନାହିଁ । ରାଜ୍ୟର ଅନ୍ୟ ଜିଲ୍ଲାରେ ଡାଳିମ୍ବ ବିକ୍ରି ପାଇଁ ପ୍ରତିଦିନ ଏହି ଠାରୁ ଡାଳିମ୍ବ ଯାଉଛି । ସେପଟେ ଅନ୍ୟ ସ୍ଥାନରେ ଚାକିରି କରିବା ପରିବର୍ତ୍ତେ ଡାଳିମ୍ବ ଚାଷ କରିବା ଦ୍ବାରା ସେମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । 2 ଯୁବ ଚାଷୀ ଏଭଳି କାର୍ଯ୍ୟ କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ଏହାସହିତ ଚାଷରେ ଲାଭ-କ୍ଷତି ବୁଝୁନଥିବା ବ୍ୟକ୍ତିଙ୍କୁ ମଧ୍ୟ ଉଚିତ ଜବାବ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.