ETV Bharat / bharat

ଚୀନ ସୀମାରୁ ୨ ଭାରତୀୟ ନିଖୋଜ, ମିଳୁନି ପତ୍ତା - ଚୀନ ସୀମାବର୍ତ୍ତୀ ଅଞ୍ଚଳ

ଚୀନ ସୀମାବର୍ତ୍ତୀ ଅଞ୍ଚଳରୁ ଅରୁଣାଚଳପ୍ରଦେଶର ୨ ଯୁବକ ନିଖୋଜ ରହିଛନ୍ତି । ଗତ ଅଗଷ୍ଟରୁ ନିଖୋଜ ଥିବା ବେଳେ ସେମାନଙ୍କୁ ପତ୍ତା ମିଳୁନାହିଁ । ଅଧିକ ପଢନ୍ତୁ

ଚୀନ ସୀମାରୁ ୨ ଭାରତୀୟ ନିଖୋଜ, ମିଳୁନି ପତ୍ତା
ଚୀନ ସୀମାରୁ ୨ ଭାରତୀୟ ନିଖୋଜ, ମିଳୁନି ପତ୍ତା
author img

By

Published : Oct 15, 2022, 5:46 PM IST

ଇଟ୍ଟାନଗର: ଚୀନ ସୀମାବର୍ତ୍ତୀ ଅଞ୍ଚଳରୁ ଅରୁଣାଚଳପ୍ରଦେଶର ୨ ଯୁବକ ନିଖୋଜ ରହିଛନ୍ତି (Youth missing near China Border) । ଏମାନେ ଅଞ୍ଜୱ ଜିଲ୍ଲାର ହୋଇଥିବା ବେଳେ ଗତ ଅଗଷ୍ଟ ମାସରୁ ଘରକୁ ଫେରିନଥିବା ଜଣାପଡ଼ିଛି । ଏହି ୨ ଯୁବକ ଚୀନ ସୀମାକୁ ଲାଗିଥିବା ଜଙ୍ଗଲକୁ ଔଷଧୀୟ ବୃକ୍ଷ ଅନ୍ବେଷଣରେ ଯାଇଥିବା ବେଳେ ଦୀର୍ଘ ୨ ମାସ ହେବ ଘରକୁ ଫେରିନାହାନ୍ତି ।

ଅଞ୍ଜୱ ଜିଲ୍ଲାର ଏସପି ରିକ କମସିଙ୍କ କହିବାନୁସାରେ, "ଜିଲ୍ଲାର ୨ ଯୁବକ ବାତିଲିଅମ ଟିକ୍ରୋ (୩୩) ଓ ବୟିଙ୍ଗସୋ ମାନୟୁ (୩୧) ଗତ ଅଗଷ୍ଟ ୧୯ ତାରିଖରେ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ (Indo-China Border)କୁ ଯାଇଥିଲେ । ସେମାନଙ୍କ ପରିବାର ଥାନାରେ ଗତ ଅକ୍ଟୋବର ୯ ତାରିଖରେ ଅଭିଯୋଗ କରିଥିଲେ । ଆମେ ଭାରତୀୟ ସେନାକୁ ଯୋଗାଯୋଗ କରିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରଖିଛୁ ।"

ଏହା ବି ପଢନ୍ତୁ- ବିଶ୍ୱରେ ବିପଦଜନକ ଦେଶ ମଧ୍ୟରୁ ଗୋଟିଏ ପାକିସ୍ତାନ: ଆମେରିକା ରାଷ୍ଟ୍ରପତି

ଏହି ଘଟଣା ଅରୁଣାଚଳପ୍ରଦେଶରେ ପ୍ରଥମେ ନୁହେଁ । ପୂର୍ବରୁ ମଧ୍ୟ ଚୀନ ସୀମାରୁ ଅନେକ ଯୁବକ ନିଖୋଜ ରହିଥିବା ବେଳେ କିଛି ଯୁବକଙ୍କ ମୃତଦେହ ମଧ୍ୟ ମିଳିଛି । ଗତ ଜୁଲାଇ ମାସରେ ଚୀନ ସୀମାକୁ ଲାଗିଥିବା କୁରୁଙ୍ଗ କୁମେ ଜିଲ୍ଲାରୁ ୧୮ ଜଣ ଯୁବକ ନିଖୋଜ ଥିବା ବେଳେ ଜଣେ ଶ୍ରମିକଙ୍କ ମୃତଦେହ ମିଳିଥିଲା । ଏହି ଶ୍ରମିକ ଜଣକ ଜିଲ୍ଲାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ସେହିପରି ଚୀନ ସୀମାକୁ ଅନୁପ୍ରବେଶ କରିବା ଅପରାଧରେ ଜଣେ ୧୭ ବର୍ଷର ଯୁବକଙ୍କୁ ଉଠାଇ ନେଇଥିଲା ଚୀନ ସେନା । ଉକ୍ତ ଯୁବକ ହେଉଛନ୍ତି ମିରାମ ତାରୋମ । ସେ ଅଜ୍ଞାତ ବଶତଃ ଏହି ଅନ୍ତର୍ଜାତୀୟ ସୀମା (Line of Actual Control) ପାର କରିଥିବା କହିଥିବା ବେଳେ ଭାରତୀୟ ସେନା ଚୀନ ସେନାଙ୍କ ସହିତ ଯୋଗାଯୋଗ କରିଥିଲା । ଏହାପରେ ଚୀନ ସେନା ଉକ୍ତ ଯୁବକଙ୍କୁ ମୁକ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.