ETV Bharat / bharat

ମାଫିଆ ଅତିକ ଅହମ୍ମଦର ସମର୍ଥନରେ ମହାରାଷ୍ଟ୍ରରେ ବ୍ୟାନର : 2 ଗିରଫ - ଉତ୍ତର ପ୍ରଦେଶ ପୋଲିସ

ମହାରାଷ୍ଟ୍ରରେ ମାଫିଆ ଅତିକ ଅହମ୍ମଦର ସମର୍ଥନରେ ସର୍ବସାଧାରଣରେ ଲାଗିଛି ବ୍ୟାନର । 2 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ମାଫିଆ ଅତିକ ଅହମ୍ମଦର ସମର୍ଥନରେ ମହାରାଷ୍ଟ୍ରରେ ପୋଷ୍ଟର: 2 ଗିରଫ

author img

By

Published : Apr 19, 2023, 8:54 PM IST

ମୁମ୍ବାଇ: ହତ୍ୟାର ଶିକାର ହୋଇଥିବା କୁଖ୍ୟାତ ମାଫିଆ ଅତିକ ଅହମ୍ମଦକୁ ସମର୍ଥନ କରି ସର୍ବସାଧାରଣ ସ୍ଥାନରେ ଲାଗିଛି ବ୍ୟାନର । ହତ୍ୟାକାଣ୍ଡ ଘଟିଥିବା ଉତ୍ତର ପ୍ରଦେଶ ନୁହେଁ ବରଂ ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ସୂଚନା ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଉକ୍ତ ବ୍ୟାନର ହଟାଇବା ସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି । ବିଡ୍‌ ଜିଲ୍ଲା ମଜଲଗାଁଓରେ ଏକ ସର୍ବସାଧାରଣ ସ୍ଥାନରେ ଏହି ବ୍ୟାନର ଦେଖିବାକୁ ମିଳିଥିଲା । ଏଥିରେ ମାଫଆ ଅତିକ ଓ ତାର ଭାଇ ଅଶରଫର ଫଟୋ ଥିବା ବେଳେ ସେମାନଙ୍କ ସମର୍ଥନରେ ମରାଠୀ ଭାଷାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଥିଲା ।

ଗତକାଲି (ମଙ୍ଗଳବାର) ରାତିରେ ଏହି ବ୍ୟାନର ଲଗାଯାଇଥିବା ବେଳେ ସକାଳେ ଗ୍ରାମବାସୀ ପୋଲିସକୁ ଏସମ୍ପର୍କରେ ଜଣାଇଥିଲେ । ସ୍ଥାନୀୟ ଥାନା ପ୍ରଭାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପୋଷ୍ଟରକୁ ହଟାଇବା ସହ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ସ୍ଥାନୀୟ 4 ଅଭିଯୁକ୍ତ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏନ୍ୟ ଦୁଇ ଜଣ ଗ୍ରାମ ଛାଡି ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଚିହ୍ନଟ ସରିଛି ଓ ଖୁବଶୀଘ୍ର ଗିରଫ କରାଯିବା ନେଇ ସ୍ଥାନୀୟ ଥାନା ପ୍ରଭାରୀ ଶିତଲ କୁମାର ବଲାଲ କହିଛନ୍ତି । ଗିରଫ ଅଭିଯୁକ୍ତଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ରହିଛି କି ନାହିଁ, ସେ ସମ୍ପର୍କରେ ପୋଲିସ ତଦନ୍ତ ଆମ୍ଭ କରିଛି ।

ଅନ୍ୟପଟେ କେବଳ ପୋଷ୍ଟର କିମ୍ବା ବ୍ୟାନର ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଏହି ମାଫିଆ ବ୍ରଦର୍ସଙ୍କ ହତ୍ୟାକୁ ନେଇ ସମବେଦନା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । କିଛି ଅସାମାଜିକ ଯୁବକ ଏହି ଦୁଇ ଗ୍ୟାଙ୍ଗଷ୍ଟାର ଭାଈଙ୍କ ହତ୍ୟାରେ ସମବେଦନାମୂଳକ ପୋଷ୍ଟ କରୁଥିବା ଦଖିବାକୁ ମିଳିଛି । ହତ୍ୟାକାଣ୍ଡ ଘଟିଥିବା ଉତ୍ତର ପ୍ରଦେଶରେ ସାମାଜିକ ଗଣମାଧ୍ୟମରେ ଏପରି ପୋଷ୍ଟ ଉପରେ କଡ଼ା ନଜର ରଖାଯାଇଛି । ଉତ୍ତର ପ୍ରଦେଶରେ ଏପରି କିଛି ଘଟଣା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ ।

ଶନିବାର ରାତିରେ ଉଭୟ ମାଫିଆଙ୍କୁ ପୋଲିସ କଷ୍ଟଡିରେ ଗୁଳିକରି ହତ୍ୟା କରିଥିଲେ 3 ହତ୍ୟାକାରୀ । ପ୍ରାୟ 20 ରାଉଣ୍ଡ ଗୁଳି ଚଳାଇବା ପରେ ଆତ୍ମସମର୍ପଣ କରିଥିଲେ ସମସ୍ତ ହତ୍ୟାକାରୀ । ଏବେ ସେମାନେ 4 ଦିନିଆ ପୋଲିସ ରିମାଣ୍ଡରେ ଅଛନ୍ତି । ଏହି ଦୁଇ ମାଫିଆଙ୍କ ବିରୋଧରେ ଶତାଧିକ ଅପରାଧିକ ମାମଲା ରହିଛି । ନିକଟରେ ପ୍ରୟାଗରାଜରେ ଘଟିଥିବା ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅତିକକୁ ଜେରା କରିବା ପାଇଁ ସାବରମତି ଜେଲରୁ ଉତ୍ତର ପ୍ରଦେଶ ପୋଲିସ ରିମାଣ୍ଡରେ ଆଣିଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ଅତିକର ପୁଅ ତଥା ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅସଦ ଓ ତାର ଜଣେ ସହଯୋଗୀ ଗୁଲାମ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.