ETV Bharat / bharat

ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ ଘଟଣା: ବନ୍ଧା ହେଲେ 2 ଅଭିଯୁକ୍ତ - ଉତ୍ତରପ୍ରଦେଶରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ

ଉତ୍ତରପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ ଘଟଣା : ୨ ଅଭିଯୁକ୍ତ ଗିରଫ

author img

By

Published : Feb 4, 2022, 10:03 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । 2 ଅଭିଯୁକ୍ତ ହେଲେ ବାଦଲପୁରର ବାସିନ୍ଦା ସଚିନ ଶର୍ମା ଏବଂ ସାହାରନପୁରର ଶୁଭମ୍ । ଗତକାଲି ୟୁପିରେ ପ୍ରଚାର ସାରି ଦିଲ୍ଲୀ ଫେରୁଥିବା ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଗାଡିକୁ ଉଭୟେ ଗୁଳିମାଡ କରିଥିଲେ ।

ଏହି ଘଟଣାରେ ହାପୁର ଏସପି ଦୀପକ ଭୁକର କହିଛନ୍ତି ଯେ, ୟୁପିରେ ପ୍ରଚାର ସାରି ଦିଲ୍ଲୀ ଫେରୁଥିବା ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଗାଡିକୁ ଗୁଳିମାଡ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର କିଛି ସମୟ ପରେ ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ​। ସେ ନୋଏଡାର ବାଦଲପୁର ଗାଁର ବାସିନ୍ଦା ସଚିନ ବୋଲି ଜଣାପଡିଛି । ଦ୍ୱିତୀୟ ଅଭିଯୁକ୍ତକୁ ଗାଜିଆବାଦ ଜିଲ୍ଲାର ସିହାନି ଗେଟ୍ ପୋଲିସ୍ ଷ୍ଟେସନରୁ ଗିରଫ କରାଯାଇଛି । ଓୱେସୀଙ୍କ ହିନ୍ଦୁ ବିରୋଧୀ ବିବୃତ୍ତିକୁ ନେଇ ସେମାନେ ଗୁଳିମାଡ କରିଥିବା କହିଛି ପୋଲିସ ।

ଉତ୍ତରପ୍ରଦେଶରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ ପରେ ପୋଲିସ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି ଏମାନଙ୍କୁ ଗିରଫ କରିବା ସହିତ ଏକ ପିସ୍ତଲ ଜବତ କରାଯାଇଛି । ଏହି ଘଟଣାରେ ୫ଟି ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିବା ନେଇ ଏଡିଜି ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି ।

ଏହି ପ୍ରସଙ୍ଗ ଉପରେ ଓଓ୍ବେସୀ କହିଥିଲେ କି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଦାୟିତ୍ବ ନେବା ଉଚିତ୍‌ । ମୋର ବିଶ୍ୱାସ ଯେ ମୋତେ ଆଘାତ କରିବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ । ମୋ ଉପରେ ଆକ୍ରମଣ କରିବା ଏହା ପ୍ରଥମ ଘଟଣା ନୁହେଁ । ଆଗକୁ ନିର୍ବାଚନ ଥିବାରୁ ନିର୍ବାଚନ ଆୟୋଗ ଏଥିପ୍ରତି ଦୃଷ୍ଟି ଦେବା ଉଚିତ୍‌ ।

ଏହା ମଧ୍ୟ ପଢନ୍ତୁ: ଉତ୍ତରପ୍ରଦେଶରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ

ଉଲ୍ଲେଖଯୋଗ୍ୟ ଯେ, ମିରଟର କୈଥଡ ଅଞ୍ଚଳରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ଫେରୁଥିବା ସମୟରେ ଏହି ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କ କାର ଦିଲ୍ଲୀ ଅଭିମୁଖେ ବଢୁଥିବାବେଳେ ଚାଜାର୍ସୀ ଟୋଲ୍ ପ୍ଲାଜା ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କ ଗାଡି ଉପରେ ୩ ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.