ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଭାରତ-ପାକ ନିୟନ୍ତ୍ରଣ ରେଖା(LOC) ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପରୁ ଠାବ ହୋଇଛି ଦୁଇ ଯବାନଙ୍କ ମୃତଦେହ । ରାଜୌରୀ ସେକ୍ଟରର ହଞ୍ଜାନୱାଲି ଅଞ୍ଚଳରେ ଥିବା ଏହି ସେନା ଶିବିରରେ ଏହି ଅଘଟଣ ଘଟିଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଘଟଣାର କାରଣ ସମ୍ପର୍କରେ ଜଣାପଡିନାହିଁ ।
ପ୍ରାଥମିକ ଭାବେ ଏହା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଥିବାବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି । ସେନାଧିକାରୀଙ୍କ ଏକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ