ETV Bharat / bharat

ସୁନା ଚୋରାଚାଲାଣରେ ସାମିଲ ଏୟାର ଇଣ୍ଡିଆ SATS କର୍ମଚାରୀ

72.5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଚୋରା ଚାଲାଣ ଅଭିଯୋଗରେ କଷ୍ଟମ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଦୁଇଜଣ ଏୟାର ଇଣ୍ଡିଆ SATS (ଏଆଇ ସ୍ୟାଟ୍) କର୍ମଚାରୀ ଅଛନ୍ତି । ଅଧିକ ପଢନ୍ତୁ...

ସୁନା ଚୋରାଚାଲାଣରେ
ସୁନା ଚୋରାଚାଲାଣରେ
author img

By

Published : Nov 25, 2020, 1:38 PM IST

ନୂଆଦିଲ୍ଲୀ: 72.5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଚୋରା ଚାଲାଣ ଅଭିଯୋଗରେ କଷ୍ଟମ ଅଧିକାରୀଙ୍କ ଦ୍ବାରା ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଦୁଇଜଣ ଏୟାର ଇଣ୍ଡିଆ SATS (ଏଆଇ ସ୍ୟାଟ୍) କର୍ମଚାରୀ ଅଛନ୍ତି । ମାମଲାର ସବିଶେଷ ତଥ୍ୟ ଦେଇ ଏଥିରେ କୁହାଯାଇଛି ଯେ ସୋମବାର ଆବୁଧାବିରୁ ଜଣେ ଯାତ୍ରୀଙ୍କୁ କଷ୍ଟମ ଅଧିକାରୀମାନେ ଅଟକାଇଥିଲେ । ପଚରାଉଚରା ବେଳେ ସେ ସ୍ବୀକାର କରିଛନ୍ତି ଯେ ସେ ପ୍ରାୟ 2.48 କିଲୋଗ୍ରାମ ସୁନା ରଖିଛନ୍ତି ।

ଅନୁସନ୍ଧାନ ସମୟରେ ଜଣେ ଏୟାର ଇଣ୍ଡିଆ SATS କର୍ମଚାରୀ କଷ୍ଟମ ଅଧିକାରୀଙ୍କ ଦ୍ବାରା ଧରାପଡିଥିଲେ । ଅନ୍ୟ କର୍ମଚାରୀକୁ ସୁନା ପ୍ୟାକେଟ ଦେବା ସମୟରେ ଧରାପଡିଥିଲେ । AISATS ହେଉଛି ଏକ ବିମାନବନ୍ଦର ସେବା ପ୍ରଦାନକାରୀ । ଏହା ଏୟାର ଇଣ୍ଡିଆ (AI) ଏବଂ ସିଙ୍ଗାପୁର ବିମାନବନ୍ଦର ଟର୍ମିନାଲ୍ ସର୍ଭିସେସ୍ (SATS) ମଧ୍ୟରେ ମିଳିତ ଉଦ୍ୟମରେ ପରିଚାଳିତ ।

ଏହି ତିନି ଜଣଙ୍କୁ ଗିରଫ କରାଯାଇ 72.5 ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି ବୋଲି କୁହାଯାଇଛି । ଯାଞ୍ଚ ସମୟରେ ଯାତ୍ରୀ ସ୍ବୀକାର କରିଛନ୍ତି ଯେ ସେ ତାଙ୍କର ପୂର୍ବ ତିନି ଗସ୍ତ ସମୟରେ 2.17 କୋଟି ଟଙ୍କା ମୂଲ୍ୟର ସୁନା ଚୋରା ଚାଲାଣ କରିଥିଲେ । ରବିବାର ଏୟାର ଇଣ୍ଡିଆର ଜଣେ କ୍ରିୟୁ ସଦସ୍ୟଙ୍କୁ ପ୍ରାୟ 45 ଲକ୍ଷ ଟଙ୍କା ମୂଲ୍ୟର ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.