ETV Bharat / bharat

ଦିଲ୍ଲୀ ହିଂସା ବିରୋଧରେ ଟ୍ବିଟରର ବଡ କାର୍ଯ୍ୟାନୁଷ୍ଠାନ, 550 ଆକାଉଣ୍ଟ ସସପେଣ୍ଡ୍‌

author img

By

Published : Jan 27, 2021, 5:12 PM IST

ହିଂସାକୁ ଉସକାଇବାରେ ସମ୍ପୃକ୍ତ 550 ଟ୍ବିଟର ଆକାଉଣ୍ଟକୁ ଟ୍ବିଟର ପକ୍ଷରୁ କରାଯାଇଛି ସସପେଣ୍ଡ । 72 ତମ ଗଣତନ୍ତ୍ର ଦିବସ ଦିନ ଦିଲ୍ଲୀରେ ହିଂସାକାଣ୍ଡ ରଚିଥିଲେ ଆନ୍ଦୋଳନକାରୀ ଚାଷୀ । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା ବିରୋଧରେ ଟ୍ବିଟରର ବଡ କାର୍ଯ୍ୟାନୁଷ୍ଠାନ, 550 ଆକାଉଣ୍ଟ ସସପେଣ୍ଡ୍‌
ଦିଲ୍ଲୀ ହିଂସା ବିରୋଧରେ ଟ୍ବିଟରର ବଡ କାର୍ଯ୍ୟାନୁଷ୍ଠାନ, 550 ଆକାଉଣ୍ଟ ସସପେଣ୍ଡ୍‌

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସାକୁ ନେଇ ଟ୍ବିଟରର ବଡ କାର୍ଯ୍ୟାନୁଷ୍ଠାନ । ହିଂସାକୁ ଉସକାଇବାରେ ସମ୍ପୃକ୍ତ 550 ଟ୍ବିଟର ଆକାଉଣ୍ଟକୁ ଟ୍ବିଟର ପକ୍ଷରୁ କରାଯାଇଛି ସସପେଣ୍ଡ । 72 ତମ ଗଣତନ୍ତ୍ର ଦିବସ ଦିନ ଦିଲ୍ଲୀରେ ହିଂସାକାଣ୍ଡ ରଚିଥିଲେ ଆନ୍ଦୋଳନକାରୀ ଚାଷୀ ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ଜଣେ ଟ୍ବିଟର ମୁଖପାତ୍ର କହିଛନ୍ତି ଯେ ଯେଉଁ ଟ୍ବିଟଗୁଡିକ ମିଡିଆ ପଲିସିର ଉଲ୍ଲଂଘନ କରିଛି ସେଗୁଡିକୁ ଚିହ୍ନଟ କରାଯାଇଛି । ଏବେ ଏହି ଆକାଉଣ୍ଟଗୁଡିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଟେକ୍ନୋଲୋଜୀ ଓ ଜନସାଧାରଣଙ୍କ ମତାମତକୁ ଦୃଷ୍ଟିରେ ରଖି ଅନେକ ଟ୍ବିଟ ଓ ଆକାଉଣ୍ଟ, ଯେଉଁଗୁଡିକ ଟ୍ବିଟରର ନିୟମ ଉଲ୍ଲଂଘନ କରିଛି ସେଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ହିଂସାରେ ସମ୍ପୃକ୍ତ 550 ଟ୍ବିଟର ଆକାଉଣ୍ଟ ସସପେଣ୍ଡ ହୋଇଥିବା ମୁଖପାତ୍ର କହିଛନ୍ତି ।

ପୂର୍ବରୁ ପରେଡରେ ବଡ ଗଡବଡର ଆଶଙ୍କା କରିଥିଲା ଦିଲ୍ଲୀ ପୋଲିସ । ପରେଡରେ ମାହୋଲ ବିଗାଡିବାକୁ ଷଡଯନ୍ତ୍ର ରଚି ପାକିସ୍ତାନରେ 300 ଟ୍ବିଟର ହ୍ୟାଣ୍ଡେଲ ତିଆରି କରାଯାଇଥିବା ସୂଚନା ଦେଇଥିଲେ ଦିଲ୍ଲୀ ପୋଲିସ କମିଶନର ।

ସେପଟେ 9ଜଣ ଚାଷୀ ନେତାଙ୍କ ବିରୋଧରେ ଏତଲା ଦାଏର କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ହିଂସାକୁ ନେଇ ପୋଲିସ ଯେଉଁ ଏଫଆଇଆର ଦାଖଲ କରିଛି, ସେଥିରେ ଅଭିଯୋଗ ରହିଛି ଯେ ପୋଲିସ ଦ୍ବାରା ଟ୍ରାକ୍ଟର ରାଲି ସମୟରେ ଯେଉଁ ଏନଓସି ଜାରି ହୋଇଥିଲା ତାହା ପାଳନ ହୋଇନାହିଁ ।

ସୂଚନା ଅନୁଯାୟୀ ସ୍ବରାଜ ଇଣ୍ଡିଆର ନେତା ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ମଧ୍ୟ ଦିଲ୍ଲୀ ପୋଲିସ ରୁଜୁ କରିଛି ମାମଲା । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ ଦିଲ୍ଲୀ ପୋଲିସର ଏତଲାରେ ଟ୍ରାକ୍ଟର ରାଲି ସମ୍ବନ୍ଧରେ ଜାରି ଏନଓସିପର ଉଲ୍ଲଙ୍ଘନ ପାଇଁ ଚାଷୀ ନେତା ଦର୍ଶନ ପାଲ, ରାଜିନ୍ଦର ସିଂହ, ବଲବୀର ସିଂହ, ବୁଟ୍ଟା ସିଂହ ଓ ଜୋଗିନ୍ଦର ସିଂହଙ୍କ ନାଁ ସାମିଲ ରହିଛି । ଏଫଆଇଆରରେ ଭାରତୀୟ କିଶାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତଙ୍କ ନାଁ ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.