ନୂଆଦିଲ୍ଲୀ: ଗତ କିଛି ମାସରୁ ଟ୍ବିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜାରି ରହିଛି ତୁ ତୁ ମେଁ ମେଁ । ଏହାରି ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଆଇଟି ଆଇନ ପାଳନ ନେଇ ଯାଥା ସମ୍ଭବ ପ୍ରୟାସ କରାଯିବ ।
ବୁଧବାର ଜାରି ବୟାନରେ କମ୍ପାନୀର ମୁଖପାତ୍ର କହିଛନ୍ତି, ଟ୍ବିଟର ଭାରତ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଆସିଛି । ଆଉ ଏହି ସେବାରେ ହେଉଥିବା ମହତ୍ବପୂର୍ଣ୍ଣ ସାର୍ବଜନିନ ଆଲୋଚନା ମଧ୍ୟ କରୁଛି ଟ୍ବିଟର ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଆହୁରି କହିଛି ଯେ ଆମେ ଭାରତ ସରକାରଙ୍କୁ ଆଶ୍ବସନା ଦେଇଛୁ ଯେ ଟ୍ବିଟର ନୂଆ ଗାଇଡଲାଇନ ପାଳନ କରିବା ପାଇଁ ଯଥା ସମ୍ଭାବ ପ୍ରୟାସ କରୁଛି । ଆମେ କ୍ରମାଗତ ଭାରତ ସରକାରଙ୍କ ସହ ସକାରାତ୍ମକ ଆଲୋଚନା କରିବୁ ବୋଲି କହିଛି ଟ୍ବିଟର । ତେବେ ଟ୍ବିଟର ନୂଆ ଗାଇଡଲାଇନ ମାନିବାକୁ ସପ୍ତାହେ ସମୟ ମାଗିଛି ।