ନୂଆଦିଲ୍ଲୀ: କୌଣସି ମୁହୂର୍ତ୍ତରେ ଏଲନ ମସ୍କଙ୍କ ହାତକୁ ଯାଇପାରେ ଲୋକପ୍ରିୟ ସୋସିଆଲ ମିଡିଆ Twitterର ମାଲିକାନା । ବର୍ତ୍ତମାନର ଟ୍ବିଟର ପରିଚାଳନା ବୋର୍ଡ ମକ୍ସଙ୍କ ସହ କଥାବାର୍ତ୍ତା ଜାରି ରଖିଛି । ତେଣୁ କୌଣସି ମୁହୂର୍ତ୍ତରେ ଟ୍ବିଟରର ନୂଆ ମାଲିକ ହୋଇପାରନ୍ତି ଏଲନ ମସ୍କ ।
ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଦି ନ୍ୟୁୟୁର୍କ ଟାଇମ୍ସ’ରେ ପ୍ରକାଶିତ ସୂଚନା ଅନୁସାରେ, ଆଜି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ଏଲନ ମସ୍କ ମଧ୍ୟ ଟ୍ବିଟର କିଣିବା ପାଇଁ ଆଗ୍ରହୀ ରହିଛନ୍ତି । ତେବେ ଏହି ଡିଲ ପାଇଁ 46.5 ବିଲିଅନ ଡଲାର ରାଶି ସ୍ଥିର କରିଛନ୍ତି ମସ୍କ । ତେବେ ଟ୍ବିଟର ବୋର୍ଡ ଯଦି ଏଲନଙ୍କ ରାଶିରେ ଏକମତ ହୁଏ ତେବେ ନୂତନ ମାଲିକ ଭାବେ ଏଲନ ସାମ୍ନାକୁ ଆସିପାରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ