ETV Bharat / bharat

ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର, ଦେଲା 15 ମିଲିୟନ ଡଲାର - ସହାୟତାର ହାତ ବଢାଇଲା ଟ୍ୱିଟର

ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର । କୋଭିଡ ମୁକାବିଲା କ୍ଷେତ୍ରରେ ଟ୍ୱିଟର ଦାନ କଲା 15 ମିଲିୟନ ଆମେରିକୀୟ ଡଲାର । ଅଧିକ ପଢନ୍ତୁ....

ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର
ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର
author img

By

Published : May 11, 2021, 10:26 AM IST

ୱାଶିଂଟନ: କୋରୋନା ଯୁଦ୍ଧରେ ସାରା ବିଶ୍ୱ ଭାରତକୁ ସହାୟତା କରୁଥିବାବେଳେ ଏହି ତାଲିକାରେ ଏବେ ଯୋଡି ହୋଇଛି ଟ୍ୱିଟର । ଏ କଠିନ ସମୟରେ 15 ମିଲିୟନ ଆମେରିକୀୟ ଡଲାର ଦାନ କରିଛି ଟ୍ୱିଟର ।

ଏନେଇ ଆଜି(ମଙ୍ଗଳବାର) ଟ୍ୱିଟର ସିଇଓ ଜ୍ୟାକ୍ ପାଟ୍ରିକ ଡୋର୍ସେ କହିଛନ୍ତି ଯେ, ଏହି ଅର୍ଥ 3ଟି ବେସରକାରୀ ସଂସ୍ଥା କେୟାର, ଏଡ୍ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏସଏକୁ ଦାନ କରାଯାଇଛି । କେୟାରକୁ 10 ମିଲିୟନ୍ ଡଲାର ଦିଆଯାଇ ଥିବାବେଳେ ଏଡ୍ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ଆମେରିକା ପ୍ରତ୍ୟେକଙ୍କୁ 2.5 ମିଲିୟନ୍ ଡଲାର୍ ଦିଆଯାଇଛି । ସେବା ଇଣ୍ଟରନ୍ୟାସନାଲ ହେଉଛି ଏକ ହିନ୍ଦୁ ବିଶ୍ୱାସ ଆଧାରିତ, ମାନବିକତା, ଅଣଲାଭ ସେବା ସଙ୍ଗଠନ । ଏହି ଅନୁଦାନ କୋରୋନା ମୁକାବିଲା ଅଭିଯାନର ଏକ ଅଂଶ ଭାବରେ ଅକ୍ସିଜେନ କନସେନଟ୍ରେଟର, ଭେଣ୍ଟିଲେଟର, ବିପିଏପି(ବାଇଲେବଲ୍ ପଜିଟିଭ ଏୟାରୱେ ପ୍ରେସର) ଏବଂ ସିପିଏପି(କ୍ରମାଗତ ପଜିଟିଭ ଏୟାରୱେ ପ୍ରେସର) ମେସିନ୍ କ୍ରୟ କରିବାରେ ସହାୟତା କରିବ । ସେହିପରି ସରକାରୀ ଡାକ୍ତରଖାନା, କୋଭିଡ କେୟାର ସେଣ୍ଟର ଏବଂ ବିଭିନ୍ନ ଡାକ୍ତରଖାନାକୁ ଯନ୍ତ୍ରପାତି ବଣ୍ଟନ କରିବ ବୋଲି ଡୋର୍ସେ କହିଛନ୍ତି ।

ତେବେ ଡୋର୍ସେଙ୍କ ଏହି ଘୋଷଣା ପରେ ମାର୍କେଟିଂ ଏବଂ ଫଣ୍ଡ ଉନ୍ନୟନର ସେବା ଇଣ୍ଡରନ୍ୟାସନାଲ ଉପାଧ୍ୟକ୍ଷ ସନ୍ଦୀପ ଖଡକେକର ତାଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, 'ଏହାଦ୍ୱାରା ସେବା ତା'ର ମାନ୍ୟତା ପାଇଛି । ଆମେ ଏକ ସ୍ୱେଚ୍ଛାକୃତ ଅଣଲାଭ ସଙ୍ଗଠନ ଏବଂ ପବିତ୍ର ହିନ୍ଦୁ ଅନୁଗ୍ରହ, 'ସର୍ବେ ଭବନ୍ତୁ ସୁଖିନଃ' 'ସମସ୍ତେ ଖୁସିରେ ରୁହନ୍ତୁ' ଏହି ବାଖ୍ୟାକୁ ଅନୁସରଣ କରି ଆମେ ସମସ୍ତଙ୍କର ସେବା କରିବାରେ ବିଶ୍ୱାସ କରୁ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.