ETV Bharat / bharat

ବ୍ରିଟିଶ ଅମଳର ସୁଡଙ୍ଗ ଠାବ, ସ୍ବାଧୀନତା ସଂଗ୍ରାମୀଙ୍କୁ ଏଠି ଦିଆଯାଉଥିଲା ଫାଶୀ - ସ୍ବାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦିଆଯାଉଥିବା ଷୁଡଙ୍ଗ ଠାବ

ଦିଲ୍ଲୀ ବିଧାନସଭାରେ ବହୁ ପୁରାତନ ଅମଳର ଏକ ଷୁଡଙ୍ଗ ଠାବ ହୋଇଇଛି । ଯେଉଁଠାରେ ବ୍ରିଟିଶଙ୍କ କୋର୍ଟ ଥିଲା ଏବଂ ସ୍ବାଧୀନତୀ ସଂଗ୍ରାମୀଙ୍କୁ ଫାଶୀ ଦିଆଯାଉଥିଲା । ଏହା ଏବେ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ବ୍ୟବହାର ହେବ । ଅଧିକ ପଢନ୍ତୁ...

ସ୍ବାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦିଆଯାଉଥିବା ଷୁଡଙ୍ଗ ଠାବ, ବର୍ତ୍ତମାନ ଶ୍ରଦ୍ଧାଞ୍ଜଳି ପାଇଁ ବ୍ୟବହାର ହେବ

author img

By

Published : Sep 3, 2021, 10:40 AM IST

Updated : Sep 3, 2021, 10:56 AM IST

ନୂଆଦିଲ୍ଲୀ: ବହୁ ପୁରାତନ ଅମଳର ଏକ ସୁଡଙ୍ଗ ଠାବ ହୋଇଛି । ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବିଛି ଏହି ସୁଡଙ୍ଗ । ବ୍ରିଟିଶ ଶାସନ ସମୟରେ ଏହି ଷୁଡଙ୍ଗ ତିଆରି ହୋଇଥିଲା । ବ୍ରିଟିଶମାନେ ଏହି ଷୁଡଙ୍ଗରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଫାଶୀ ଦେଉଥିବା କହିଛନ୍ତି ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ । ବର୍ତ୍ତମାନ ଏହି ସ୍ଥାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବ୍ୟବହାର ହେବ ।

ବ୍ରିଟିଶ ଅମଳର ସୁଡଙ୍ଗ ଠାବ, ସ୍ବାଧୀନତା ସଂଗ୍ରାମୀଙ୍କୁ ଏଠି ଦିଆଯାଉଥିଲା ଫାଶୀ

ନିୱାସ କହିଛନ୍ତି ଯେ, 'ସେ ଯେତେବେଳେ 1993ରେ ପ୍ରଥମ କରି ବିଧାୟକ ହୋଇଥିଲେ ସେତେବେଳେ ବିଧାନସଭାରୁ ଲାଲକିଲ୍ଲାକୁ ସଂଯୋଗ କରୁଥିବା ଏକ ସୁଡଙ୍ଗ ଅଛି ବୋଲି ଶୁଣିବାକୁ ପାଇଥିଲେ । ମାତ୍ର ସେତେବେଳେ ଏହାକୁ ନେଇ କୌଣସି ପ୍ରମାଣ ମିଳିପାରି ନ ଥିଲା । ବର୍ତ୍ତମାନ ଆମେ ସୁଡଙ୍ଗର ମୁହଁ ଦେଖିବାକୁ ପାଇଛୁ । କିନ୍ତୁ ସୁଡଙ୍ଗ ଖୋଳାଯାଇନାହିଁ । ରାସ୍ତା ନିର୍ମାଣ ଏବଂ ସ୍ବରେଜ ତିଆରି ସମୟରେ ସୁଡଙ୍ଗର ରାସ୍ତା ବନ୍ଦ ହୋଇଯାଇଛି ।'

ଏଥିସହ ଗୋଏଲ ମଧ୍ୟ କହିଛନ୍ତି ଯେ, 1912 କୋଲକାତାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରିତ ହେବାବେଳେ ଏହାକୁ କେନ୍ଦ୍ରୀୟ ବିଧାନସଭା ଭାବେ ବ୍ୟବହୃତ କରାଯାଉଥିଲା । ପରେ ୧୯୨୬ ମସିହାରେ ବର୍ତ୍ତମାନର ଦିଲ୍ଲୀ ବିଧାନସଭାକୁ ବ୍ରିଟିଶ ମାନେ କୋର୍ଟରେ ରୂପେ ବ୍ୟବହାର କରୁଥିଲେ ଏବଂ ଏହି ସୁଡଙ୍ଗ ଦେଇ ସ୍ବାଧିନତା ପାଇଁ ଲଢେଇ କରୁଥିବା ବୀର ସଂଗ୍ରାମୀ ଯୋଦ୍ଧାମାନଙ୍କୁ କୋର୍ଟରେ ହାଜର କରାଉଥିଲେ ।

ବ୍ରିଟିଶମାନେ ସେତେବେଳେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏହି ସୁଡଙ୍ଗ ଦେଇ କୋର୍ଟରେ ହାଜର କରିବା ସହ ଫାଶୀ ମଧ୍ୟ ଦେଉଥିଲେ । ଆମେ ସମସ୍ତେ ଏହି ଫାଶୀ ଗୃହ ବାବଦରେ ଜାଣିଥିଲୁ । ବର୍ତ୍ତମାନ ସ୍ବାଧୀନତାର 75 ବର୍ଷ ପରେ ଆମେ ଏହି ସୁଡଙ୍ଗକୁ ଖୋଲିବାକୁ ନିଷ୍ପତ୍ତି ନେଇଛୁ ଏବଂ ଏହା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବ୍ୟବହାର କରାଯିବ ।

ଆସନ୍ତା ବର୍ଷ ସ୍ବାଧୀନତା ଦିବସ ବେଳକୁ ଏହି ସୁଡଙ୍ଗ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଖୋଲାଯାଇଥିବ । ଏଥିପାଇଁ କାମ ଆରମ୍ଭ ହୋଇଗଲାଣି । ଏହି ଐତିହ୍ୟ ସ୍ଥାନ ସ୍ବାଧୀନତା ସଂଗ୍ରାମୀଙ୍କ ଗାଥା ବଖାଣେ ବୋଲି ଦିଲ୍ଲୀ ବିଧାନସଭା ବାଚସ୍ପତି କହିଛନ୍ତି । ଏଥିସହ ଏହା ପର୍ଯ୍ୟଟନ କ୍ଷେତ୍ର ହେବା ପରେ ଦେଶବାସୀ ମଧ୍ୟ ଏହି ସ୍ଥାନକୁ ଦେଖି ଇତିହାସକୁ ମନେପକାଇ ପାରିବେ ବୋଲି ବାଚସ୍ପତି କହିଛନ୍ତି ।

@ANI

Last Updated : Sep 3, 2021, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.