ETV Bharat / bharat

ତିରୁପତି ବାଲାଜୀଙ୍କ ପାଇଁ ଏଥର 2,937 କୋଟି ବଜେଟ

author img

By

Published : Feb 28, 2021, 9:28 PM IST

ବିଶ୍ବପ୍ରସିଦ୍ଧ ତିରୁପତି ମନ୍ଦିରରେ 2021-22 ଆର୍ଥିକ ବର୍ଷ ପାଇଁ 2,937 କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଛି । ଯାହା ସଂଶୋଧିତ ଆକଳନଠାରୁ 10 ପ୍ରତିଶତ ଅଧିକ ରହିଛି। ଅଧିକ ପଢନ୍ତୁ...

TTD approves Rs 2,937 crore budget
ତିରୁପତିରେ 2021-22 ଆର୍ଥିକ ବର୍ଷ ପାଇଁ 2,937 କୋଟି ଟଙ୍କା ବଜେଟ୍

ତିରୁପତି: ବିଶ୍ବ ପ୍ରସିଦ୍ଧ ତିରୁମାଲା ମନ୍ଦିରର ଚଳିତ ବର୍ଷର ବଜେଟ ଅନୁମୋଦନ । ବିଶ୍ବର ସବୁଠାରୁ ଧନୀ ମନ୍ଦିରର କାର୍ଯ୍ୟ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) 2021-22 ପାଇଁ 2,937 କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛି ।

ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ଅଧ୍ୟକ୍ଷ ୱାଇବି ରେଡ୍ଡୀ ବଜେଟ୍ ଅନୁମୋଦନ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍ 2020-21 ପାଇଁ ସଂଶୋଧିତ ଆକଳନଠାରୁ 10 ପ୍ରତିଶତ ଅଧିକ ରହିଛି । ମନ୍ଦିର ବୋର୍ଡ 2020-21 ମସିହାରେ ହୁଣ୍ଡି ଏବଂ ଅନ୍ୟାନ୍ୟ ଦାନ ଆକାରରେ ମିଳିଥିବା ପୁଞ୍ଜି ଆୟକୁ 1,131 କୋଟି ଟଙ୍କା ବୋଲି ଆକଳନ କରିଛି, ଯାହା ଚଳିତ ବର୍ଷ 731 ଟଙ୍କା ଥିଲା ।

ସୁଧ ରସିଦ 533 କୋଟି ଟଙ୍କା ହୋଇଥିବାବେଳେ ପ୍ରସାଦରୁ ଆୟ 375 କୋଟି ହେବ ବୋଲି ଆଶା କରାଯାଉଛି । ସେହିପରି ଦର୍ଶନରୁ 210 କୋଟି ଟଙ୍କା ଏବଂ କଲ୍ୟାଣନାଟକରୁ 131 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଡାକ୍ତରଙ୍କ ପରାମର୍ଶ ଅନୁସରଣ କରି ସମସ୍ତ ତିରୁମାଲା ତିରୁପତି ଦେବସ୍ଥାନମ୍ କର୍ମଚାରୀଙ୍କୁ କୋଭିଡ ଟୀକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏପ୍ରିଲ 14 ରୁ ତିରୁମାଲା ମନ୍ଦିରରେ ଅର୍ଜିତ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ତିରୁପତି ଦେବସ୍ଥାନମ୍ ଭକ୍ତମାନଙ୍କୁ ଅଗ୍ରୀମ ବୁକ୍ ହୋଇଥିବା ଟିକେଟ ଆଧାରରେ ଦର୍ଶନ ପାଇଁ ଅନୁମତି ଦେବ । ଭକ୍ତମାନେ ସମସ୍ତ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରିବା ସହ ତିରୁମାଲା ଗସ୍ତର ତିନି ଦିନ ପୂର୍ବରୁ କୋଭିଡ ପରୀକ୍ଷା କରିବା ବାଧ୍ୟତା ମୂଳକ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.