ETV Bharat / bharat

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ, ହ୍ରଦରେ ବୁଡି 5 ମୃତ

କ୍ରିଷ୍ଣା ସାଗର ହ୍ରଦରେ ବୁଡି ଏକା ସାଙ୍ଗରେ ଆଖି ବୁଜିଲେ ପାଞ୍ଚ ସାଙ୍ଗ। ସାଙ୍ଗକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ। ଅଧିକ ପଢନ୍ତୁ

author img

By

Published : May 14, 2023, 11:36 AM IST

five teenagers drown in Batod lake
five teenagers drown in Batod lake

ଗାନ୍ଧୀନଗର: ଗୁଜୁରାଟରେ ଅଭାବନୀୟ ଘଟଣା । ହ୍ରଦରେ ଗାଧୋଉଥିବା ବେଳେ ଘଟିଲା ଅଘଟଣ । ହ୍ରଦରେ ବୁଡି ଯାଉଥିବା ସାଙ୍ଗକୁ ବଞ୍ଚାଇବାକୁ ଯାଇ ଏକା ସାଙ୍ଗରେ ଚାଲିଗଲା 5 ଜଣଙ୍କ ଜୀବନ । କ୍ରିଷ୍ଣା ସାଗର ହ୍ରଦରୁ 5 ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ବୟସ 16ରୁ 17 ମଧ୍ୟରେ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ଶନିବାର) ଅପରାହ୍ନରେ ଦୁଇ ଜଣ ସାଙ୍ଗ କ୍ରିଷ୍ଣା ସାଗର ହ୍ରଦକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେମାନେ ପହଁରୁଥିବା ବେଳେ ହଠାତ୍‌ ହ୍ରଦରେ ବୁଡିଯାଇଥିଲେ । ଏହା ଦେଖି ଘଟଣାସ୍ଥଳରେ ଥିବା ଅନ୍ୟ 3ଜଣ ନାବାଳକ ନିଜ ସାଙ୍ଗକୁ ବଞ୍ଚାଇବା ପାଇଁ ଜଣଙ୍କର ପରେ ଜଣେ ହ୍ରଦ ମଧ୍ୟକୁ ଯାଇଥିଲେ । କିନ୍ତୁ ସାଙ୍ଗକୁ ତ ବଞ୍ଚାଇ ପାରିଲେ ନାହିଁ ନିଜେ ମଧ୍ୟ ଆଉ କୁଳକୁ ଫେରି ପାରିଲେନାହିଁ । ଫଳରେ ହ୍ରଦରେ ବୁଡି 5 ନାବାଳକଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବାଟୋଡ ଏସପି କିଶୋର ବାଲୋଲିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ମୃତକଙ୍କ ପରିବାର ମଧ୍ୟ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ପୋଲିସର ତଦନ୍ତ ପରେ ମୃତକକଙ୍କ ପରିଚୟ ସ୍ପଷ୍ଟ ହୋଇପାରେ ।

କିଛିଦିନ ପୂର୍ବେ ବିହାରରେ ପାଣିରେ ବୁଡି ଯାଇ 5 ଜଣ ନାବାଳକ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା । ବେଗୁସରାୟ ଅଞ୍ଚଳରେ ଗଣ୍ଡକ ନଦୀକୁ ଗାଧୋଇବା ଲାଗି 9 ଜଣ ନାବାଳକ ଯାଇଥିଲେ । କିନ୍ତୁ ସେଠାରେ ଗାଧୋଉଥିବା ସମୟରେ 5 ଜଣ ନଦୀରେ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ 3ଜଣ ନାବାଳକ ବିବାହ ଉତ୍ସବରେ ସାମିଲ ହେବା ଲାଗି ବିଶନପୁର ଗାଁକୁ ଆସିଥିଲେ । ସମାନ ଦିନରେ ଉତ୍ତରପ୍ରଦେଶରେ ପାଣିରେ ବୁଡି 4 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗଜରୌଲି ଅଞ୍ଚଳରେ ଇଟା ଭାଟି ପାଇଁ ମାଟି ସଂଗ୍ରହ କରାଯିବା ପରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା । ସକାଳ ସମୟରେ ସେହି ଗର୍ତ୍ତରେ ପାଣି ଜମିଯାଇଥିଲା । ଏହି ସମୟରେ 4 ଜଣ ନିରୀହ ଶିଶୁ ଗର୍ତ୍ତ ସମ୍ପର୍କରେ ଜାଣି ନପାରି ମାଟିକାଦୁଅ ଭରା ପାଣିରେ ବୁଡ଼ି ଯାଇଥିଲେ । ଗତ ଏପ୍ରିଲ 26 ତାରିଖରେ କର୍ଣ୍ଣାଟକ ମାଣ୍ଡିୟା ଅଞ୍ଚଳର ଏକ କେନାଲରେ ବୁଡି 5 ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳିକ ଥିଲେ । ସମସ୍ତ ମୃତକ ସମ୍ପର୍କରେ ଭାଇ-ଭଉଣୀ । ଖରାଛୁଟି କାଟିବାକୁ ଆଈ ଘରକୁ ଆସିଥିବା ବେଳେ ଘଟିଥିଲା ଏପରି ଅଘଟଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.