ETV Bharat / bharat

TRS MLAs Poaching Case: ତଥ୍ୟ ପ୍ରମାଣ ସହ ବିଜେପିକୁ ଘେରିଲେ KCR

author img

By

Published : Nov 3, 2022, 10:58 PM IST

ଦଳୀୟ ବିଧାୟକଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) କିଣିବା ପାଇଁ ଉଦ୍ୟମ କରିବା ପ୍ରସଙ୍ଗରେ (TRS MLAs Poaching case) ଆଜି ତଥ୍ୟ ପ୍ରଣାମ ସହ ବିଜେପିକୁ ଘେରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (BRS) ମୁଖ୍ୟ କେସିଆର (K Chandrashekar Rao) । ଅଧିକ ପଢନ୍ତୁ

TRS MLAs poaching case
TRS MLAs poaching caseTRS MLAs poaching case

ହାଇଦ୍ରାବାଦ: ଦଳୀୟ ବିଧାୟକଙ୍କୁ ଭାରତୀୟ ଜନତା ପାର୍ଟି(ବିଜେପି) କିଣିବା ପାଇଁ ଉଦ୍ୟମ କରିବା ପ୍ରସଙ୍ଗରେ (TRS MLAs Poaching case) ଆଜି ତଥ୍ୟ ପ୍ରଣାମ ସହ ବିଜେପିକୁ ଘେରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (BRS) ମୁଖ୍ୟ କେସିଆର (K Chandrashekar Rao) ।

TRS MLAs poaching case: ତଥ୍ୟ ପ୍ରମାଣ ସହ ବିଜେପିକୁ ଘେରିଲେ KCR

ଆଜି ହାଇଦ୍ରାବାଦ ସ୍ଥିତ ଦଳୀୟ ମୁଖ୍ୟାଳୟ ପ୍ରଗତୀ ଭବନରେ ଏକ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ କେସିଆର ବିଜେପି ବିରୋଧରେ ବର୍ଷିବା ସହ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି । କେସିଆର ଅଭିଯୋଗ କରିଛନ୍ତି, "ବର୍ତ୍ତମାନ ଦେଶର ଲୋକତନ୍ତ୍ର ବିପଦରେ । ନିର୍ବାଚିତ ସରକାର ଗୁଡିକୁ ବିଜେପି ଭାଙ୍ଗିବାକୁ ଉଦ୍ୟମ କରୁଛି । ଟଙ୍କା ସହ ବିଭିନ୍ନ ପଦ ପଦୀବର ପ୍ରଲୋଭନ ଦେଖାଇ ବିଧାୟକଙ୍କୁ ଦଳବଦଳ କରିବା ପାଇଁ ପ୍ରବର୍ତ୍ତାଉଛି । ବିଜେପି ଏଜେଣ୍ଟ ବିଭିନ୍ନ ରାଜ୍ୟରେ ବିଧାୟକ କିଣିବାରେ ସଫଳ ହେବା ପରେ ଗତ ସପ୍ତାହରେ ହାଇଦ୍ରାବାଦ ଆସିଥିଲେ । ଟିଆରଏସ ବିଧାୟକଙ୍କୁ 100 କୋଟି ଲେଖାଏଁ ଅଫର ଦେବା ସହ ପଦବୀ ଓ କଣ୍ଟ୍ରାକ୍ଟ ଦେବାକୁ ପ୍ରତିଶୃତି ଦେଉଥିଲେ ।’’

ଭିଡିଓ ପ୍ରମାଣ ଦେଇ କେସିଆର କହିଛନ୍ତି ତେଲେଙ୍ଗାନା ବିଧାୟକଙ୍କୁ କିଣି ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ବିଜେପି ଉଦ୍ୟମ କରୁଥିଲା (KCR said BJP was planning to bring down the Telangana govt) । ଗିରଫ ହୋଇଥିବା ବ୍ୟକ୍ତିଙ୍କର ଏକାଧିକ ଆଧାରକାର୍ଡ, ଡିଏଲ, ପାନ କାର୍ଡ ରହିଛି । ଯଦ୍ବାରା ସେମାନେ ବିଭିନ୍ନ ରାଜ୍ୟରେ ନିଜ ଅପରେସନ କରିବାରେ ସୁବିଧା ହେଉଛି ।

ଏହାବି ପଢନ୍ତୁ- 20 ରୁ 30 TRS ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି BJP: କେସିଆର

କେସିଆର ଅଭିଯୋଗ କରି କହିଛନ୍ତି ଏହି ବିଧାୟକ କିଣାବିକା ପ୍ରସଙ୍ଗରେ ବିଜେପିର ଶୀର୍ଷ ନେତା ସାମିଲ ଅଛନ୍ତି । କେସିଆର ପ୍ରେସମିଟରେ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ଫୁଟେଜ ସହ ବିଧାୟକ କିଣିବା ପାଇଁ ବୁଝାମଣା ତଥା କଥାବାର୍ତ୍ତା ହେବା ବେଳର ସିସିଟିଭି ଫୁଟେଜ ଜାରି କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିଜେ ପଶ୍ଚିମବଙ୍ଗରେ 40 ଜଣ ଟିଏମସି ବିଧାୟକ ତାଙ୍କ ସମ୍ପର୍କରେ ଥିବା କହୁଛନ୍ତି । ଯିଏ ସମ୍ବିଧାନର ରକ୍ଷକ ସେ ଯଦି ଏଭଳି ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ କରିବ ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । କେସିଆର କହିଛନ୍ତି ଗିରଫ ହୋଇଥିବା ଏଜେଣ୍ଟ କହୁଛନ୍ତି ବିଜେପି ସଂଗଠନ ମୁଖ୍ୟ ବିଏଲ ସନ୍ତୋଷ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏହି କିଣାବିକା ପ୍ରସଙ୍ଗରେ ନିଜେ ବୁଝୁଛନ୍ତି ।

ଏହାବି ପଢନ୍ତୁ- Cabinet Decisions: ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀଙ୍କୁ କେସିଆର ସମାଲୋଚନା କରି କହିଛନ୍ତି ଆପଣ ଏହି ମହାନ ଦେଶର ପ୍ରଧାନମନ୍ତ୍ରୀ । ଆପଣ ଦେଶର 2 ଥର ପ୍ରଧାନମନ୍ତ୍ରୀ ହେଲେଣି । ଏଭଳି କାମ ଆପଣଙ୍କ ପକ୍ଷେ ଶୋଭାପାଉନାହିଁ । ଅନ୍ତତଃପକ୍ଷେ ଆପଣ କିଛି ଭଲ କାମ କରନ୍ତୁ । ଦେଶର ମଙ୍ଗଳ ପାଇଁ କିଛି କରନ୍ତୁ । ଯାହା ଫଳରେ ଇତିହାସ ଆପଣଙ୍କୁ ମନେ ରଖିବ । ଅଯଥା ନିର୍ବାଚିତ ସରକାର ଗୁଡିକୁ ଅସ୍ଥିର କରିବା ବିଧାୟକ କିଣିବା ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେଇ କେସିଆର କହିଛନ୍ତି ଲୋକତନ୍ତ୍ର ପ୍ରତି ଯଦି ଆପଣଙ୍କ ସମ୍ମାନ ଅଛି, ଆପଣଙ୍କ ଦଳରେ ଥିବା ଏହି ଲୋକଙ୍କୁ ଗିରଫ କରନ୍ତୁ ।

ସେହିପରି ଦେଶର ଗଣତନ୍ତ୍ର ବିପଦରେ ଥିବା ଦର୍ଶାଇ ନ୍ୟାୟପାଳିକାର ହସ୍ତକ୍ଷେପ ଲୋଡିଛନ୍ତି (KCR appealed to the judiciary ) । କେସିଆର କହିଛନ୍ତି ହାଇଦ୍ରାବାଦରେ ବିଜେପି ଏଜେଣ୍ଟ ଯେଉଁ ଷଡଯନ୍ତ୍ର କରୁଥିଲେ ତାହାର ସମସ୍ତ ଭିଡିଓ ଫୁଟେଜ ଓ ତଥ୍ୟ ପ୍ରମାଣ ଦେଶର ସର୍ବୋଚ୍ଚ ଅଦାଲତ ସମେତ ସାରା ଦେଶର ହାଇକୋର୍ଟଙ୍କୁ ପଠାଇଛନ୍ତି । ଏହାସହ ଏହି ପ୍ରସଙ୍ଗରେ ନ୍ୟାୟପାଳିକାର ହସ୍ତକ୍ଷେପ ଲୋଡିଛନ୍ତି ।

ଇଟିଭି ଭାରତ, ହାଇଦ୍ରାବାଦ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.