ETV Bharat / bharat

ଧାନ ପାଇଁ ଧାରଣା, ମୁଖ୍ୟମନ୍ତ୍ରୀଙ୍କ ସହ ବସିଲେ ବରିଷ୍ଠ ନେତା

ଧାନ କିଣାବିକାକୁ ନେଇ କେନ୍ଦ୍ର ବିରୋଧରେ ସ୍ବର ଶାଣିତ କଲା ଟିଆରଏସ (TRS) । ଏନେଇ ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଧାରଣା । ଅଧିକ ପଢନ୍ତୁ

author img

By

Published : Apr 11, 2022, 12:58 PM IST

Updated : Apr 11, 2022, 3:42 PM IST

ଧାନ କିଣିବିକାକୁ ନେଇ କେନ୍ଦ୍ର ବିରୋଧରେ କେସିଆର ସରକାରଙ୍କ ରଣ ହୁଙ୍କାର

ହାଇଦ୍ରାବାଦ: ଧାନ କିଣାବିକାକୁ ନେଇ କେନ୍ଦ୍ର ବିରୋଧରେ କେସିଆର ସରକାରଙ୍କ (TRS) ରଣ ହୁଙ୍କାର । ଆଜି ନୂଆଦିଲ୍ଲୀରେ ଧାରଣା ଦେଇଛନ୍ତି ତେଲେଙ୍ଗାନାର ବରିଷ୍ଠ ନେତା । ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ରାଜ୍ୟ ମନ୍ତ୍ରୀ ଓ ବିଧାୟକ ଦିଲ୍ଲୀରେ ଥିବା ତେଲେଙ୍ଗାନା ଭବନରେ ପହଞ୍ଚିବା ପରେ ବିକ୍ଷୋଭରେ ସାମିଲ ହୋଇଛନ୍ତି ଦଳୀୟ ନେତା ଓ କର୍ମୀ ।

ତେବେ ଏହି ପ୍ରତିବାଦରେ ୧୫୦୦ରୁ ଅଧିକ ସଦସ୍ୟ ସାମିଲ ହୋଇଛନ୍ତି । ଏନେଇ ତେଲେଙ୍ଗାନା ଭବନକୁ ଟିଆରସଏସ ଫ୍ଲେକ୍ସ ଓ ପତାକା (TRS flexis and flags)ରେ ସଜା ଯାଇଛି । ତେବେ ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ, କୃଷକ ଆନ୍ଦୋଳନର ନେତା ରାକେଶ ଟିକାୟତ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିବେ ।

ସୂଚନାନୁସାରେ କେନ୍ଦ୍ର "ପଞ୍ଜାବରୁ ଶତପ୍ରତିଶତ ଧାନ କିଣୁଛି" ବୋଲି ଦାବି କରି କେସିଆର କହିଛନ୍ତି ଯେ ତେଲେଙ୍ଗାନାରୁ ଶତ ପ୍ରତିଶତ ଧାନ କ୍ରୟ କରିବାକୁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଦାବି ଜାରି ରଖିବ । ତେଲେଙ୍ଗାନା ଚାଷୀଙ୍କ ପାଇଁ ଧାନ କ୍ରୟକୁ ଏକ ଜୀବନ ଏବଂ ମୃତ୍ୟୁ ପ୍ରସଙ୍ଗ ବୋଲି ବର୍ଣ୍ଣନା କରି ଟିଆରଏସ ତୀବ୍ର ସଂଘର୍ଷ ପାଇଁ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି।

ଗତ ବର୍ଷ ବର୍ଷା ଋତୁରେ ରାଜ୍ୟରେ ଧାନ କ୍ରୟକୁ ନେଇ ଟିଆରଏସ ଏବଂ ବିଜେପି ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଖୋଦ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ଅନ୍ୟ ଟିଆରଏସ ନେତାଙ୍କ ସହ ଗତବର୍ଷ ନଭେମ୍ବରରେ ଏକ ଧର୍ମଘଟ କରିଥିଲେ । ତେଲେଙ୍ଗାନାରୁ ଏକ ବର୍ଷ ମଧ୍ୟରେ ଧାନ କ୍ରୟ ପାଇଁ ବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ସେ ଦାବି କରିଥିଲେ। ସେପଟେ ରାଜ୍ୟ ସରକାର ଏବଂ କେନ୍ଦ୍ର ଏଜେନ୍ସି ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ କେନ୍ଦ୍ର ରାଜ୍ୟରୁ ଧାନ କ୍ରୟ କରିବ ବୋଲି ବିଜେପି ନେତା ତଥା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଶାନ ରେଡ୍ଡୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Apr 11, 2022, 3:42 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.