ETV Bharat / bharat

BJP ନେତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ KCRଙ୍କ ଝିଅ କବିତା

author img

By

Published : Aug 24, 2022, 9:38 PM IST

ଦିଲ୍ଲୀ ଅବକାରୀ ଦୁର୍ନୀତିରେ ତାଙ୍କ ନାମ ଯୋଡାଯାଇ ଭାବମୂର୍ତ୍ତି ଖରାପ କରିଛନ୍ତି ବିଜେପି ନେତା । ଏପରି ଅଭିଯୋଗ କରି ମାନହାନୀ ମକଦ୍ଦମା କଲେ KCRଙ୍କ ଝିଅ ତେଲେଙ୍ଗାନା ଏମଏଲସି କବିତା (TRS MLC Kavitha filed a defamation suit against BJP leaders )। ନିସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ । ଅଧିକ ପଢନ୍ତୁ

ବିଜେପି ନେତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ କେସିଆରଙ୍କ ଝିଅ କବିତା

ହାଇଦ୍ରାବାଦ: ବିଜେପି ନେତାଙ୍କ ବିରୋଧରେ ମାନହାନୀ ମାମଲା ଦାଏର କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ଝିଅ ତଥା ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା କବିତା (TRS MLC filed a defamation suit against BJP leader) । ଦିଲ୍ଲୀ ଅବକାରୀ ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ନେଇ ବିଜେପି ନେତାମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ ମଧ୍ୟ କରିଥିଲେ । ଏହି ଅଭିଯୋଗକୁ କବିତା ସମ୍ପୂର୍ଣ୍ଣ ଭିତ୍ତିହୀନ ଦର୍ଶାଇବା ସହ ଏପରି ଅଭିଯୋଗ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିଥିବା ଅଭିଯୋଗ କରି ଦିଲ୍ଲୀ ବିଜେପି ସାଂସଦ ପରବେଶ ବର୍ମା ଏବଂ ପୂର୍ବତନ ବିଧାୟକ ମନଞ୍ଜିନ୍ଦର ସିଂ ସିରସାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି । ସେ ଗତକାଲି (ମଙ୍ଗଳବାର) ହାଇଦ୍ରାବାଦ ସିଟି ସିଭିଲ କୋର୍ଟରେ ଏକ ମାନହାନୀ ମାମଲା ଦାଏର କରିଛନ୍ତି (TRS MLC filed a defamation suit against BJP leader) ।

କବିତା ତାଙ୍କ ପିଟିସନରେ ଦର୍ଶାଇଛନ୍ତି, ତାଙ୍କ ପ୍ରତିଷ୍ଠା ଓ ଭାବମୂର୍ତ୍ତି ଖରାପ କରିବା ପାଇଁ ଭିତ୍ତିହୀନ ଅଭିଯୋଗ ସହିତ ବିବୃତ୍ତି ଦେଇଛନ୍ତି ବିଜେପି ନେତା । ଏପରି କାର୍ଯ୍ୟ କରିଥିବା ଅଭିଯୁକ୍ତମାନଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେବାକୁ କବିତା କୋର୍ଟଙ୍କୁ ପିଟିସନରେ ଦର୍ଶାଇଛନ୍ତି । ସେହିପରି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ତେଲେଙ୍ଗାନାର ଅବଶିଷ୍ଟ 32 ଟି ଜିଲ୍ଲା କୋର୍ଟରେ ମଧ୍ୟ ସମାନ ମାନହାନୀ ମାମଲା ଦାଏର କରିବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.