ETV Bharat / bharat

ମୋଦିଙ୍କ ନାଁ ନେଇ LIVE ଭିଡିଓରେ ବିଷ ଖାଇଲେ ଜୋତା ବ୍ୟବସାୟୀ

author img

By

Published : Feb 10, 2022, 12:33 PM IST

Updated : Feb 10, 2022, 12:57 PM IST

GSTକୁ ନେଇ ବ୍ୟବସାୟ ପ୍ରଭାବିତ ହେବା ସହ କ୍ଷତି ସହିବାରୁ ଫେସବୁକରେ ଲାଇଭ ଭିଡିଓ କରି ବିଷ ପାନ କଲେ ବ୍ୟବସାୟୀ । ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କଲେ ଜୋତା ବ୍ୟବସାୟୀ ଜଣଙ୍କ ।

ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ଲାଇଭ ଭିଡିଓରେ ବିଷ ପିଇଲେ ଜୋତା ବ୍ୟବସାୟୀ, ପତ୍ନୀ ମୃତ
ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ଲାଇଭ ଭିଡିଓରେ ବିଷ ପିଇଲେ ଜୋତା ବ୍ୟବସାୟୀ, ପତ୍ନୀ ମୃତପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ଲାଇଭ ଭିଡିଓରେ ବିଷ ପିଇଲେ ଜୋତା ବ୍ୟବସାୟୀ, ପତ୍ନୀ ମୃତ

ଲକ୍ଷ୍ନୌ: ଅତିଷ୍ଠ ହେଲା କେନ୍ଦ୍ର ସରକାରଙ୍କ GST ଓ ବିମୁଦ୍ରୀକରଣ । ଶେଷରେ ଫେସବୁକ ଲାଇଭରେ ଆସି ବିଷ ପିଇଲେ ବ୍ୟବସାୟୀ ଓ ତାଙ୍କ ପତ୍ନୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ । ବ୍ୟବସାୟୀ ଜଣଙ୍କ ବାରୁତ ନଗରରେ ଜୋତା ବ୍ୟବସାୟ କରୁଥିବା ବେଳେ GSTକୁ ନେଇ ବ୍ୟବସାୟ ପ୍ରଭାବିତ ହେବା ସହ କ୍ଷତି ସହିବାରୁ ଫେସବୁକ ଲାଇଭରେ ଆସି ନିଜ ଦୁଃଖ ଜଣାଇଥିଲେ । ଏହାପରେ ବିଷ ପାନ କରି ଏଥି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଥିଲେ । ଏହି ଘଟଣାରେ ବ୍ୟବସାୟୀଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟବସାୟୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି ।

ମୋଦିଙ୍କ ନାଁ ନେଇ LIVE ଭିଡିଓରେ ବିଷ ଖାଇଲେ ଜୋତା ବ୍ୟବସାୟୀ

ସମ୍ପୂର୍ଣ୍ଣ ଘଟଣାଥିଲା ଏମିତି

କାସୀମପୁର ଖେଡି ଗାଁର ବାସିନ୍ଦା ରାଜିବ ତୋମାର ବଢୋତ ନଗରରେ ପତ୍ନୀ ପୁନମଙ୍କ ସହ ଦୀର୍ଘ ୫ବର୍ଷ ହେବ ରହିଆସୁଥିଲେ। ସେଠାରେ ତାଙ୍କର ଏକ ଜୋତା ଦୋକାନ ମଧ୍ୟ ଥିଲା । କିନ୍ତୁ ଗତ କିଛି ମାସ ହେବ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । GST ଦ୍ୱାରା ବ୍ୟବସାୟ ପ୍ରଭାବିତ ହୋଇଥିବାରୁ ସେ ଅନେକ ଥର ପରିବାର ଏବଂ ଅନ୍ୟ ବ୍ୟବସାୟୀଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଗତ ମଙ୍କଳବାର ତାଙ୍କ ପତ୍ନୀ ପୁନମଙ୍କ ସହ ଫେସବୁକ୍ ପେଜରେ ଲାଇଭ୍ ଆସିଥିଲେ।

ବ୍ୟବସାୟରେ ଥିବା ସମସ୍ୟା ବିଷୟରେ ସେ ଜଣାଇବା ପରେ ବିଷାକ୍ତ ପଦାର୍ଥ ଖାଇଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନଅଟକି ବିଷ ଖାଇବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ଲାଇଭ ଭିଡିଓରେ କହିଥିଲେ । ତେବେ ସ୍ବାମୀଙ୍କୁ ବିଷ ଖାଇବାର ଦେଖି ସ୍ତ୍ରୀ ପୁନମ ମଧ୍ୟ ବିଷ ଖାଇଥିଲେ ।

ଏହି ଭିଡିଓ ଦେଖିବା ପରେ ସଙ୍ଗେ ସଙ୍ଗେ ଦମ୍ପତିଙ୍କ ପରିବାରର ଜଣେ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ପତ୍ନୀ ପୁନମଙ୍କ ମୃତ୍ୟୁ ଘଟିଥିଲା। ରାଜୀବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ପରିବାରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ଅନ୍ୟପକ୍ଷରେ କିଛି ରାଜନୈତିକ ଦଳ ନେତା ହସ୍ପିଟାଲରେ ପହଞ୍ଚି ଏହି ଘଟଣାକୁ ନିନ୍ଦା କରିଛନ୍ତି । ରାଜୀବଙ୍କର ଦୁଇ ଜଣ ପୁଅ ରହିଛନ୍ତି । ଏନେଇ କୌଣସି ଅଭିଯୋଗ ହେଇନଥିବା ସିଇଓ ହରିଶ ଭଦୋରିଆ କହିଥିବା ବେଳେ ଭିଡିଓରେ ବ୍ୟବସାୟୀ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 10, 2022, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.