ETV Bharat / bharat

ଲଣ୍ଡା ହୋଇ ବିଜେପିକୁ ବିଦାୟ କହିଲେ ବିଧାୟକ

ଟିଏମସିରେ ସାମିଲ ହେବାକୁ ଯାଉଛନ୍ତି ତ୍ରିପୁରା ବିଜେପି ବିଧାୟକ ଆଶିଷ ଦାସ । ଟିଏମସିରେ ସାମିଲ ହେବା ପୂର୍ବରୁ ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିରରେ ଲଣ୍ଡା ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 6, 2021, 5:37 PM IST

ଲଣ୍ଡା ହୋଇ ବିଜେପିକୁ ବିଦାୟ କହିଲେ ବିଧାୟକ
ଲଣ୍ଡା ହୋଇ ବିଜେପିକୁ ବିଦାୟ କହିଲେ ବିଧାୟକ

କୋଲକାତା: ବଙ୍ଗରେ ଦିଦିଙ୍କ ଦମଦାର ବିଜୟ ପରେ ଏବେ ତୃଣମୂଳ କଂଗ୍ରେସ ମୁହାଁ ହେଉଛନ୍ତି ବିଜେପି ନେତା । ଏହି କ୍ରମରେ ଟିଏମସିରେ ସାମିଲ ହେବାକୁ ଯାଉଛନ୍ତି ତ୍ରିପୁରା ବିଜେପି ବିଧାୟକ ଆଶିଷ ଦାସ । ଟିଏମସିରେ ସାମିଲ ହେବା ପୂର୍ବରୁ ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିରରେ ଲଣ୍ଡା ହୋଇଛନ୍ତି । ମୁଣ୍ଡନ ପରେ ବିଜେପି ଛାଡୁଥିବା କହିଛନ୍ତି ସେ ।

ଆଶିଷ ଦାସ କହିଛନ୍ତି, ଏହା ଏକ ପବିତ୍ର ସ୍ଥାନ । ଏଠାରେ ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଏଠାରେ ଲଣ୍ଡା ହୋଇ ବିଜେପି ଛାଡୁଛି । କେବଳ ସେତିକି ନୁହେଁ, ଯେତେ ଯାଏଁ, ବିଜେପି ସରକାରଙ୍କୁ ନ ହଟାଇଛି, ସେଯାଏଁ ନିଜ ମୁଣ୍ଡରେ କେଶ ରଖିବେ ନାହିଁ ବୋଲି ଆଶିଷ ଶପଥ ନେଇଛନ୍ତି ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଘୋର ବିରୋଧୀ ରହି ଆସିଛନ୍ତି ଆଶିଷ । ଆଗକୁ ୨୦୨୩ରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ଆଶିଷ ଟିଏମସିରେ ସାମିଲ ହୋଇପାରନ୍ତି । ଟିମଏସି ସାଂସଦ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଛନ୍ତି ଆଶିଷ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.