ETV Bharat / bharat

Election Results 2023 LIVE: ତ୍ରିପୁରାରେ 18ଟି ଆସନରେ ବିଜେପିର ବାଜିମାତ୍‌

Election Results 2023 Live
Election Results 2023 Live
author img

By

Published : Mar 2, 2023, 7:51 AM IST

Updated : Mar 2, 2023, 2:22 PM IST

14:16 March 02

ନାଗାଲାଣ୍ଡରେ 15ଟି ଆସନରେ ବିଜେପିର ବିଜୟ

ନାଗାଲାଣ୍ଡରେ ବିଜେପି 15ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନାହିଁ ।

14:16 March 02

ମେଘାଳୟରେ 8ଟି ସିଟରେ ଏନପିପି ବିଜୟୀ

ମେଘାଳୟରେ ଏନପିପି 8ଟି ଆସନୟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଛି । ବିଜେପି ଏପର୍ଯ୍ୟନ୍ତ ଖାତା ଖୋଲି ପାରିନି ।

14:16 March 02

ନାଗାଲାଣ୍ଡରେ 15ଟି ଆସନରେ ବିଜେପିର ବିଜୟ

ନାଗାଲାଣ୍ଡରେ ବିଜେପି 15ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଖାତା ଖୋଲି ପାରିନାହିଁ ।

14:16 March 02

ମେଘାଳୟରେ 8ଟି ସିଟରେ ଏନପିପି ବିଜୟୀ

ମେଘାଳୟରେ ଏନପିପି 8ଟି ଆସନୟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏରେ ବିଜୟୀ ହୋଇଛି । ବିଜେପି ଏପର୍ଯ୍ୟନ୍ତ ଖାତା ଖୋଲି ପାରିନି ।

14:15 March 02

ତ୍ରିପୁରାରେ 18ଟି ଆସନରେ ବିଜେପିର ବିଜୟ

ତ୍ରିପୁରାରେ ଜାରି ରହିଛି ଭୋଟ ଗଣତି । 18ଟି ଆସନରେ ବିଜେପିର ବିଜୟ ହୋଇଥିବା ବେଳେ ଟିଏମପି 6ଟି ଆସନରେ ବିଜୟୀ ହୋଇଛି । ସେହିପରି କଂଗ୍ରେସ 5ଟି ଆସନରେ ବିଜୟୀ ହୋଇଥିବା ବେଳେ ଟିଏମସି ଏପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ।

12:25 March 02

ନାଗାଲାଣ୍ଡରେ 2ଟି ଆସନରେ ବିଜେପିର ବାଜିମାତ

ନାଗାଲାଣ୍ଡରେ ଜାରି ରହିଛି ଭୋଟ ଗଣତି । 2ଟି ଆସନରେ ବିଜେପିର ବିଜୟ ହୋଇଥିବା ବେଳେ ଗୋଟିଏ ଆସନରେ ଏନଡିପିପି ବିଜୟୀ ହୋଇଛି। ସେହିପରି ସେହିପରି ଆରପିଆଇ ଗୋଟିଏ ଆସନରେ ବିଜୟୀ ହୋଇଛି।

11:48 March 02

ତ୍ରିପୁରାରେ 31ଟି ଆସନରେ ଲିଡ କରୁଛି ବିଜେପି

ତ୍ରିପୁରାରେ 60ଟି ବିଧାନସଭା ଆସନ ମଧ୍ୟରୁ 31ଟିରେ ଲିଡ କରୁଛି ବିଜେପି । ସେହିପରି ସିପିଆଇଏମ 11ଟିରେ ଲିଡ କରୁଥିବା ବେଳେ କଂଗ୍ରେସ 5ଟି ଆସନରେ ଆଗରେ ରହିଛି । ଏନେଇ ନିର୍ବାଚନ କମିଶନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

11:42 March 02

ନାଗାଲାଣ୍ଡରେ ଜାରି ରହିଛି ଭୋଟ ଗଣତି: ଆଗରେ ବିଜେପି, ପଛରେ କଂଗ୍ରେସ

ନାଗାଲାଣ୍ଡରେ ଭୋଟ ଗଣତି ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ କଂଗ୍ରେସ । ବିଜେପି 39ଟି ଆସନରେ ଲିଡ କରିଥିବା ବେଳେ ଏନପିଏଫ 2 ଓ ଏନପିପି 3 ଟି ଆସନରେ ଆଗରେ ରହିଛି।

10:37 March 02

ତ୍ରିପୁରାରେ 27ଟି ସିଟରେ ବିଜେପି ଆଗରେ

ତ୍ରିପୁରାରେ ଜାରି ରହିଛି ଭୋଟ ଗଣତି । 27ଟି ସିଟରେ ବିଜେପି ଆଗରେ ରହିଥିବା ବେଳେ ସିପିଆଇଏମ 20ଟି ସିଟରେ ଆଗରେ ରହିଛି ।

10:37 March 02

ନାଗାଲାଣ୍ଡରେ 42ଟି ସିଟରେ ଆଗରେ ରହିଛି ବିଜେପି

ନାଗାଲାଣ୍ଡରେ ସକାଳ 8ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ବିଜେପି 42ଟି ସିଟରେ ଆଗରେ ରହିଥିବା ବେଳେ ଏନପିଏଫ 4ଟି, ଏନପିପି 3ଟି ଓ କଂଗ୍ରେସ 1ଟି ସିଟରେ ଆଗୁଆ ରହିଛି ।

10:37 March 02

ମେଘାଳୟରେ ଲିଡ କରୁଛି NPP

ମେଘାଳୟରେ ଜାରି ରହିଛି ଭୋଟ ଗଣତି । ଏନପିପି 25ଟି ଆସନରେ ଆଗରେ ରହିଥିବା ବେଳେ ଟିଏମସି 7ଟି ସିଟରେ ଆଗରେ ରହିଛି। ସେହିପରି ବିଜେପି 6 ଓ କଂଗ୍ରେସ 5 ସିଟରେ ଆଗରେ ରହିଛି ।

10:10 March 02

ଅଗରତାଲା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସୁଦୀପ ରୟ ଆଗରେ

ଅଗରତାଲା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୁଦୀପ ରୟ ବର୍ମନ ଆଗରେ ରହିଛନ୍ତି । 3 ହଜାର 668 ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି ସୁଦୀପ ରୟ ।

10:01 March 02

ଟାଉନ ବର୍ଦ୍ଦୋଓ୍ବାଲି ଆସନରେ ଆଗୁଆ ରହିଛନ୍ତି ମୁଖ୍ୟମନ୍ତ୍ରୀ ମାଣିକ ସାହା

ଆଜି ଆସିବ ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ । ଭୋଟ ଗଣତି ଜାରି ରହିଥିବା ବେଳେ ଟାଉନ ବର୍ଦ୍ଦୋଓ୍ବାଲି ଆସନରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଆଗରେ ରହିଛନ୍ତି ।

09:49 March 02

ନାଗାଲାଣ୍ଡ-ତ୍ରିପୁରାରେ ଆଗରେ ବିଜେପି, ମେଘାଳୟରେ ଲିଡ କରୁଛି ଟିଏମସି

ଆଜି ପ୍ରକାଶ ପାଇବ ଉତ୍ତର ପୂର୍ବ ତିନି ରାଜ୍ୟର ବିଧାନସଭା ଫଳାଫଳ । ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ନାଗାଲାଣ୍ଡରେ ବିଜେପି 49 ଟି ଆସନରେ ଲିଡ କରୁଥିବା ବେଳେ ଓ ତ୍ରିପୁରାରେ 30ଟି ଆସନରେ ଲିଡ କରୁଛି ବିଜେପି । ସେହିପରି ମେଘାଳୟରେ 14ଟି ଆସନରେ ଲିଡ କରୁଛି ଟିଏମସି।

08:52 March 02

ତ୍ରିପୁରାରେ ଲିଡ କରୁଛି ବିଜେପି

ତ୍ରିପୁରାରେ ଜାରି ରହିଛି ଭୋଟ ଗଣତି । ସକାଳ 8ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ 13ଟି ସିଟରେ ବିଜେପି ଆଗରେ ରହିଥିବା ବେଳେ ସିପିଆଇଏମ 9ଟି ସିଟରେ ଆଗରେ ରହିଛି । ଟିଏମସି ଏଠାରେ ଏପର୍ଯ୍ୟନ୍ତ ଖାତା ଖୋଲି ପାରିନି।

08:52 March 02

ନାଗାଲାଣ୍ଡରେ ଲିଡ କରୁଛି ବିଜେପି

ନାଗାଲାଣ୍ଡରେ ସକାଳ 8ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ବିଜେପି 24ଟି ସିଟରେ ଆଗରେ ରହିଥିବା ବେଳେ ଏନପିଇ 3ଟି ଓ କଂଗ୍ରେସ 1ଟି ସିଟରେ ଆଗୁଆ ରହିଛି ।

08:44 March 02

ମେଘାଳୟରେ ଲିଡ କରୁଛି ଟିଏମସି

ମେଘାଳୟରେ ଜାରି ରହିଛି ଭୋଟ ଗଣତି । 11ଟି ସିଟରେ ଟିଏମସି ଆଗରେ ରହିଥିବା ବେଳେ ଏନପିପି 9, କଂଗ୍ରେସ 6 ଓ ବିଜେପି 4ଟି ସିଟରେ ଆଗରେ ରହିଛି ।

08:11 March 02

ଉତ୍ତର ପୂର୍ବ ତିନି ରାଜ୍ୟରେ ଆରମ୍ଭ ହେଲା ଭୋଟ ଗଣତି

ଆଜି ଆସିବ ଉତ୍ତର ପୂର୍ବ ତିନି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଭୋଟ ଗଣତି । ଭୋଟ ଗଣତି ପକ୍ରିୟାକୁ ସିସିଟିଭି ମାଧ୍ୟମରେ ମନିଟରିଂ କରାଯାଉଛି । ରାଜ୍ୟ ପୋଲିସ ବ୍ୟତୀତ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିଛନ୍ତି ।

07:28 March 02

ଆଜି ଆସିବ ଉତ୍ତର ପୂର୍ବ ତିନି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

ହାଇଦ୍ରାବାଦ: ଆଜି ପ୍ରକାଶ ପାଇବ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ । ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ତିନି ରାଜ୍ୟରେ ମୋଟ 178 ବିଧାନସଭା ଆସନରେ ଭୋଟ ଗଣତି ଆରମ୍ଭ ହେବ । ସମସ୍ତ ଭୋଟ ଗଣତି କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଗଣତି ସମୟରେ ନିର୍ବାଚନ ଅଧିକାରୀଙ୍କ ସମେତ ସଶସ୍ତ୍ର ପୋଲିସ ବଳ ଉପସ୍ଥିତ ରହିବେ । ଭୋଟ ଗଣତି କେନ୍ଦ୍ରରେ ସେଲଫୋନକୁ ବାରଣ କରାଯାଇଛି । ଗତ 16 ତାରିଖରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ 27ରେ ମେଘାଳୟ ଓ ନାଗାଲାଣ୍ଡରେ ନିର୍ବାଚନ ହୋଇଥିଲା । ତ୍ରିପୁରାରେ 87.76 ପ୍ରତିଶତ ମତଦାନ ହୋଇଥିବା ବେଳେ ମେଘାଳୟରେ 85.27 ପ୍ରତିଶତ ଓ ନାଗାଲାଣ୍ଡରେ 85.90 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ନିର୍ବାଚନ ଫଳାଫଳ ନିର୍ବାଚନ ଆୟୋଗଙ୍କ ଅଫିସିଆଲ୍ ୱେବସାଇଟରେ ପ୍ରକାଶ ପାଇବ।

Last Updated : Mar 2, 2023, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.