ETV Bharat / bharat

ତ୍ରିପୁରା କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ଉପରେ ଆକ୍ରମଣ, ମେଡିକାଲରେ ଭର୍ତ୍ତି - ତ୍ରିପୁରା କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ

ତ୍ରିପୁରା କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପିଜୁସ ବିଶ୍ବାସଙ୍କ ଗାଡି ଉପରକୁ ଆକ୍ରମଣ । ପିଜୁସ ସାମାନ୍ୟ ଆହତ, ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

Tripura Congress Chief's Car Attacked, Allegedly By BJP Supporters
ତ୍ରିପୁରା କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ
author img

By

Published : Jan 17, 2021, 5:23 PM IST

ଅଗରତାଲା: ତ୍ରିପୁରା କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପିଜୁସ ବିଶ୍ବାସଙ୍କ ଗାଡି ଉପରକୁ ଆକ୍ରମଣ । ଏଥିରେ ଗାଡି ଭିତରେ ଥିବା ପିଜୁସ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଆକ୍ରମଣରେ ବିଜେପିର ହାତଥିବା ଅଭିଯୋଗ ହୋଇଛି । ସବୁଠୁ ବଡ କଥା ହେଲା ପୋଲିସ ଉପସ୍ଥିତିରେ ଶାସକ ଦଳର କର୍ମୀ ମାନେ ଏଭଳି କାଣ୍ତ ଭିଆଇଥିବା କୁହାଯାଇଛି ।

ଅଗରତାଲାଠାରୁ 20କିଲୋମିଟର ଦୂରରେ ବିଶାଳଗଡ ଦଳୀୟ କାର୍ଯ୍ୟାଳୟ ବାହାରେ ଏଭଳି ଘଟଣା ଘଟିଛି । ଦଳୀୟ ବୈଠକରେ ଯୋଗ ଦେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ତେବେ ଏହି ଆକ୍ରମଣରେ କଂଗ୍ରେସ କର୍ମୀମାନେ ମଧ୍ୟ ଆହତ ହୋଇଛନ୍ତି । ଏଥିରେ ପିଜୁସଙ୍କ ଗାଡି କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଏନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏଥିରେ କୈଣସି ରାଜନୈତିକ ଲିଙ୍କ କଥା ସାମ୍ନାକୁ ଆସି ନାହିଁ । ଏନେଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ଆଶା କରାଯାଉଛି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.