ETV Bharat / bharat

ଆଜି ମଧ୍ୟରାତ୍ରୀରୁ କେରଳର ଚାରି ଜିଲ୍ଲାରେ 'ଟ୍ରିପଲ ଲକଡାଉନ' - ଚାରି ଜିଲ୍ଲାରେ 'ଟ୍ରିପଲ ଲକଡାଉନ'

ଆଜି ( ରବିବାର) ମଧ୍ୟରାତ୍ରୀରୁ କେରଳର ଚାରି ଜିଲ୍ଲାରେ ଟ୍ରିପଲ ଲକଡାଉନ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ବିଜୟାନ
ମୁଖ୍ୟମନ୍ତ୍ରୀ ବିଜୟାନ
author img

By

Published : May 16, 2021, 9:11 AM IST

ଥିରୁଅନନ୍ତପୁରମ: କୋରୋନାରେ କଲବଲ ହେଉଛି ସାରା ଦେଶ । ମହାମାରୀରୁ ମୁକ୍ତି ପାଇବା ପ୍ରଶାସନିକ ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । କେରଳର ଚାରୋଟି ଜିଲ୍ଲାରେ ଶିଖର ଛୁଇଁଛି ସଂକ୍ରମଣ । ଏ ନେଇ ଆଜି ( ରବିବାର) ମଧ୍ୟରାତ୍ରୀରୁ ସେହି ଜିଲ୍ଲାରେ ଟ୍ରିପଲ ଲକଡାଉନ ଲାଗୁ ହେବ ବୋଲି କେରଳ ସରାକାର ଘୋଷଣା କରିଛନ୍ତି ।

କେରଳର ଥିରୁଅନନ୍ତପୁରମ, ଇର୍ନାକୁଲ, ଥ୍ରୀସୁର ଓ ମାଲାପୁରମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ଏହି ଚାରୋଟି ଜିଲ୍ଲାରେ ଟ୍ରିପଲ ଲକଡାଉନ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି କେରଳ ସରକାର ।

କେରଳ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ଟ୍ରିପଲ ଲକଡାଇନ ଲାଗୁ ହେବା ଅଞ୍ଚଳଗୁଡିକୁ ବିଭିନ୍ନ ଜୋନରେ ଭାଗ କରାଯାଇଛି । ଏହା ସହିତ ପ୍ରତ୍ୟେକ ଜୋନରେ ଜଣେ ଜଣେ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ । ସେ ଆହୁରି କହିଛନ୍ତି ଗହଳି ହେଉଥିବା ସ୍ଥାନରେ ଡ୍ରୋନ ନଜର ରଖିବ । ଯିଏ କ୍ବାରେଣ୍ଟାଇନ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଜିଓ-ଫେନସିଂ କାର୍ଯ୍ୟକାରୀ ହେବ ।

ନିୟମ ଭଙ୍ଗ କଲେ ସେମାନଙ୍କ ବିରୋଧରେ ମହାମାରୀ ଅଧୀନରେ ମାମଲା ପଞ୍ଜୀକୃତ ହେବ । ଅତ୍ୟାବଶ୍ୟକ ସାମଗ୍ରୀ ଯେପରି କ୍ଷୀର, ଖବରକାଗଜ ବିତରଣ ସକାଳ 6ଟା ପୂର୍ବରୁ ଶେଷ ହେବା ଉଚିତ । ବିକଳ୍ପ ଦିନରେ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲିବ । ସପ୍ତାହକୁ ଦୁଇଦିନ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଖୋଲାରହିବ । ସକାଳ 10 ଟାରୁ ରାତି 1 ଟା ପର୍ଯ୍ୟନ୍ତ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି କହିଛନ୍ତି ମୁ୍ଖ୍ୟମନ୍ତ୍ରୀ ବିଜୟାନ । ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଦେଖାଦେଇଥିବା ବ୍ଲାକ ଫଙ୍ଗସ ସଂକ୍ରମଣର କେରଳରେ ମଧ୍ୟ ଦେଖିବାକୁ ମିଳିଛି । ଏହା କୋରୋନା ପୂର୍ବରୁ ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.