ETV Bharat / bharat

Ropeway Rescue Operation: ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ, ଏବେ ବି ଫସିଛନ୍ତି 22 ପର୍ଯ୍ୟଟକ - ରୋପଓ୍ବେ ଅଘଟଣ

ତ୍ରିକୂଟରେ ରୋପଓ୍ବେ ଅଘଟଣରେ ସ୍ଥଗିତ ରହିଲା ଉଦ୍ଧାର କାର୍ଯ୍ୟ । 30 ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ 22 ଫସିଥିବା ସୂଚନା । ଅଧିକ ପଢନ୍ତୁ

Trikut Ropeway Accident: ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ, ଏବେବି ଫସିଛନ୍ତି 22 ପର୍ଯ୍ୟଟକ

author img

By

Published : Apr 11, 2022, 9:15 PM IST

ରାଞ୍ଚି: ଝାଡଖଣ୍ଡର ଦେବଘରର ତ୍ରିକୂଟରେ ରୋପଓ୍ବେ ଅଘଟଣରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଅନ୍ଧାର ଯୋଗୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଛି । ଉଦବେଗଜନକ କଥା ହେଉଛି ବର୍ତ୍ତମାନ ସୁଦ୍ଧା ମଧ୍ୟ 22 ପର୍ଯ୍ୟଟକ ବିଭିନ୍ନ ଟ୍ରଲିରେ ଫସି ରହିଥିବା ଆଶଙ୍କା ରହିଛି ।

ହେଲିକପ୍ଟଟରରୁ ଖସି ପଡିଲେ ଜଣେ ପର୍ଯ୍ୟଟକ
ହେଲିକପ୍ଟଟରରୁ ଖସି ପଡିଲେ ଜଣେ ପର୍ଯ୍ୟଟକ

ଏବେ ସୁଦ୍ଧା 30ଜଣଙ୍କୁ ଉଦ୍ଧାର କରିବାରେ ରେସକ୍ୟୁ ଟିମ ସଫଳ ହୋଇଥିବା ବେଳେ ଏକ ବଡ ଅଘଟଣ ମଧ୍ୟ ଘଟିଛି । ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ରୋପ ଯୋଗେ ହେଲିକପ୍ଟଟରକୁ ନିଆଯାଉଥିବା ବେଳେ ସେ ଖସି ପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଉଦ୍ଧାର ହୋଇଥିବା ଜଣେ ପର୍ଯ୍ୟଟକଙ୍କୁ ଆଣୁଛି ରେସକ୍ୟୁ ଟିମ

ଖବର ଅନୁସାରେ ଦେବଘରର ମୋହନପୁର ବ୍ଲକ ଅନ୍ତର୍ଗତ ତ୍ରିକୂଟ ପର୍ବତରେ ଅବସ୍ଥିତ ରୋପ-ୱେରେ ପର୍ଯ୍ୟଟକ ବୁଲିବାର ମଜା ନେଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ରୋପୱେରେ ଏକାଧିକ ଟ୍ରଲି ଫସି ରହିଥିଲେ । ଖବର ମିଳିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କର୍ଯ୍ୟ ଆରମ୍ଭ ହୋଇଥିଲା । ଦେବଘର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ପରଠୁ ରୋପ-ୱେକୁ ବନ୍ଦ କରି ଦିଅଯାଇଛି । ତେବେ ଆଜି ଦିନ ତମାମ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ସନ୍ଧ୍ୟା ପରେ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ଉଦ୍ଧାର କାର୍ଯ୍ୟକୁ ପୁଣି ତ୍ବରାନ୍ବିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.